Utkal Journalists’ Association ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ସାମ୍ବାଦିକ: ଉତ୍କଳ ସାମ୍ବାଦିକ ସଂଘ

Sep 21, 2026 - 22:41
Utkal Journalists’ Association ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ସାମ୍ବାଦିକ: ଉତ୍କଳ ସାମ୍ବାଦିକ ସଂଘ

"ଭୁବନେଶ୍ୱର:   ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନରେ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି।

ଭୁବନେଶ୍ବରସ୍ଥିତ ସଂଘ କାର୍ଯ୍ୟାଳୟଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗତକାଲି(ରବିବାର) ଏହି ନିଷ୍ପତ୍ତି ନିଆଯାଇଛି।

Advertisment Mayurbhanj Journalists" ମୟୂରଭଞ୍ଜ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ଅବସରରେ ସଂଘର ପରିକଳ୍ପିତ ନୂତନ କାର୍ଯ୍ୟାଳୟ ଓ ପ୍ରେସ୍ କ୍ଲବ୍ ନିର୍ମାଣର ରୂପରେଖ ଓ ପ୍ରକ୍ରିୟାକୁ ଅନୁମୋଦନ କରାଯାଇଥିଲା ।

ବୈଠକରେ ସଂଘର ଦିବଙ୍ଗତ ସଦସ୍ୟ ମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

Odisha journalists ଖୁବ ଶୀଘ୍ର ପୂରଣ ହେବ ସାମ୍ବାଦିକଙ୍କ ଦାବି: ମନ୍ତ୍ରୀ ସରକାର ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି  ପ୍ରତି ଅଣଦେଖା ପ୍ରଦର୍ଶନ କଲେ ଆସନ୍ତା ଶୀତକାଳୀନ  ଅଧିବେଶନ ସମୟରେ ରାଜଧାନୀ ସମେତ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବା ପାଇଁ ବୈଠକରେ ଘୋଷଣା କରାଯାଇଥିଲା ।

ଆନ୍ଦୋଳନ ପୂର୍ବରୁ ଶେଷଥର ପାଇଁ ସରକାରଙ୍କ ସହ ଏଥିନେଇ ଆଲୋଚନା କରାଯିବାକୁ ସଭାପତି ଶ୍ରୀ କରଙ୍କ ଦ୍ଵାରା ଆଗତ ପ୍ରସ୍ତାବ ଗୃହୀତ ହୋଇଥିଲା ।

ବିଶେଷକରି ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ବ ନିର୍ଭରଶୀଳ ସନ୍ତାନ ମାନଙ୍କୁ  ସାମିଲ ସହିତ ବିମାରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ।

ଅଧିସ୍ୱକୃତି କମିଟିର ପୁନଃର୍ଗଠନ କରାଯାଇ ରାଜ୍ୟ ଠାରୁ ଜିଲ୍ଲା ଓ ବ୍ଲକ ସ୍ତର ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କୁ ଅଧିସ୍ବୀକୃତି ପ୍ରଦାନ,ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ଇତ୍ୟାଦି ଦାବି ଗୁଡିକ ପୁରଣ ପାଇଁ ଏଥି ମଧ୍ୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଏଥିସହ ସାଙ୍ଗଠନିକ ଦୃଢତା ପାଇଁ ସଭ୍ୟପଦ ନବୀକରଣ ପରେ ଚଳିତ ବର୍ଷ ଶେଷସୁଦ୍ଧା ସଂଘର ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ।

ଏଥିରେ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଉପସଭାପତି  ରଶ୍ମୀରଞ୍ଜନ ମିଶ୍ର, ସତ୍ୟନାରାୟଣ ମିଶ୍ର,ଉପଦେଷ୍ଟା ବିପିନ ସିଂ,ବିମଳ ଭଞ୍ଜଦେଓ, ଦିଲୀପ ବିଶୋୟି,ରମେଶ ମହାନ୍ତି ,ବଙ୍କିମ ନାୟକ, ପ୍ରକାଶ  ମିଶ୍ର,ପବିତ୍ର ମହାରଥା,ପ୍ରଶନ୍ନ ତ୍ରିପାଠୀ, ଆଇନ ପରାମର୍ଶଦାତା ପ୍ରଶାନ୍ତ ସାହୁ, ଜିଲ୍ଲା ସଭାପତି ସର୍ବଶ୍ରୀ ପ୍ରତାପ ପ୍ରଧାନ, ସନ୍ତୋଷ ଦାଶ, ଦ୍ୱିଜେନ ପାଢୀ, ସୁରେଶ ଦାଶ, ରାଜୀବଲୋଚନ ଦାସ, ପ୍ରଦୀପ ନାୟକ, ଲୋକନାଥ ଦଳେଇ, ଦେବାଶିଷ ପୁରୋହିତ, ବିରଞ୍ଚି ପଟ୍ଟନାୟକ, ସନ୍ତୋଷ ପାଣିଗ୍ରାହୀ, ଅଶୋକ ମିଶ୍ର, ହିମାଂଶୁ ନାୟକ, ପ୍ରଦୀପ ମହାପାତ୍ର, ଅପୁର୍ବ ବେହେରା, ପବିତ୍ର ମହାନ୍ତି, ମାନସ‌ କାନୁନଗୋ , ମଦନ ପାଣି, ମନୋଜ ପ୍ରଧାନ, ରାଧାକାନ୍ତ ମିଶ୍ର, ଭରତ ବେହେରା ପ୍ରମୁଖ ପ୍ରସ୍ତାବିତ ବିଷୟ ଉପରେ ଆଲୋଚନା  କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)