USCIRF 2026 report: ପାକିସ୍ତାନୀ ବଂଶୋଦ୍ଭବ ଆସିଫ୍‌ ମେହମୁଦଙ୍କ ଭୂମିକାକୁ ନେଇ ପ୍ରଶ୍ନ

Aug 20, 2026 - 21:33
USCIRF 2026 report: ପାକିସ୍ତାନୀ ବଂଶୋଦ୍ଭବ ଆସିଫ୍‌ ମେହମୁଦଙ୍କ ଭୂମିକାକୁ ନେଇ ପ୍ରଶ୍ନ

"ୱାସିଂଟନ: ଆମେରିକାର ୟୁଏସ୍‌ କମିସନ୍‌ ଅନ୍‌ ଇଣ୍ଟର୍‌ନ୍ୟାସନାଲ୍‌ ରେଲିଜିଅସ୍‌ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ୨୦୨୬ର ବାର୍ଷିକ ରିପୋର୍ଟରେ ଭାରତର ଧାର୍ମିକ ସ୍ୱାଧୀନତାକୁ ନେଇ ଗୁରୁତର ଅଭିଯୋଗ ଆଣିଛି।

ରିପୋର୍ଟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଓ ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା "ର" (ଆର୍‌ଏଡବ୍ଲ୍ୟୁ) ବିରୋଧରେ ଆମେରିକା ସରକାରଙ୍କୁ କଟକଣା ଲଗାଇବାକୁ ସୁପାରିସ କରାଯାଇଛି।

ଏଥିରେ ସମ୍ପତ୍ତି ଜବତ କିମ୍ବା ଫ୍ରିଜ୍‌ କରିବା ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ଯାତାୟାତ ଉପରେ କଟକଣା ଭଳି ପଦକ୍ଷେପର ସୁପାରିସ ରହିଛି।Advertisment ୟୁଏସ୍‌ସିଆଇଆର୍‌ଏଫ୍‌ ହେଉଛି ଆମେରିକା ସରକାରଙ୍କ ଏକ ପରାମର୍ଶଦାତା ସଂସ୍ଥା।

ଏହାର ରିପୋର୍ଟରେ ଭାରତକୁ ଲଗାତାର ସପ୍ତମ ଥର ପାଇଁ "କଣ୍ଟ୍ରି ଅଫ୍‌ ପର୍ଟିକୁଲାର କନ୍‌ସର୍ଣ୍ଣ" ବା ଧାର୍ମିକ ସ୍ୱାଧୀନତା ଦୃଷ୍ଟିରୁ ଗୁରୁତର ଚିନ୍ତାର ଦେଶ ଭାବେ ଚିହ୍ନଟ କରିବାକୁ କୁହାଯାଇଛି।

ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର ପ୍ରଭାବିତ ହେଉଥିବା ଏବଂ ହିନ୍ଦୁ ରାଷ୍ଟ୍ରବାଦୀ ସଂଗଠନଗୁଡ଼ିକର ପ୍ରଭାବ ବଢ଼ୁଥିବା ରିପୋର୍ଟରେ ଦାବି କରାଯାଇଛି।

ଆରଏସ୍‌ଏସ୍‌କୁ ରିପୋର୍ଟରେ "ହିନ୍ଦୁ ସୁପ୍ରିମାସିଷ୍ଟ" ସଂଗଠନ ଭାବେ ମଧ୍ୟ ବର୍ଣ୍ଣନା କରାଯାଇଛି।

ଏହି ସୁପାରିସକୁ ନେଇ ୟୁଏସ୍‌ସିଆର୍‌ଏଫ୍‌ର ଉପାଧ୍ୟକ୍ଷ ଆସିଫ୍‌ ମେହମୁଦଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ପାକିସ୍ତାନୀ ବଂଶୋଦ୍ଭବ ଆମେରିକୀୟ ଡାକ୍ତର ଓ ସାମାଜିକ କର୍ମୀ ଆସିଫ୍‌ ମେହମୁଦ କାଲିଫର୍ଣ୍ଣିଆରେ ରହୁଛନ୍ତି।

ସେ ଆସୋସିଏସନ୍‌ ଅଫ୍‌ ଫିଜିସିଆନ୍ସ ଅଫ୍‌ ପାକିସ୍ତାନୀ ଡିସେଣ୍ଟ୍‌ ଅଫ୍‌ ନର୍ଥ ଆମେରିକା (ଏପିପିଏନ୍‌ଏ)ର ଦକ୍ଷିଣ କାଲିଫର୍ଣ୍ଣିଆ ଶାଖାର ମୁଖ୍ୟ ମଧ୍ୟ ଥିଲେ।

ଭାରତ ସମ୍ପର୍କରେ ତାଙ୍କର ପୂର୍ବରୁ ଦିଆଯାଇଥିବା ବିବୃତି ଓ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନେଇ ମଧ୍ୟ ବିବାଦ ରହିଛି।

Trump: ପିଲାଙ୍କ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଉପରେ ଟ୍ରମ୍ପଙ୍କ କଡ଼ା କଟକଣା: ଆଉ ସେମାନଙ୍କୁ ପାଣ୍ଠି ଯୋଗାଇବେ ନାହିଁ ଆମେରିକା ସରକାର କାଶ୍ମୀର ପ୍ରସଙ୍ଗରେ ମଧ୍ୟ ମେହମୁଦଙ୍କ ପୁରୁଣା ମତାମତ ଚର୍ଚ୍ଚାକୁ ଆସିଛି।

ଜମ୍ମୁ-କାଶ୍ମୀରରେ ଭାରତର ନୀତିକୁ ସମାଲୋଚନା କରି ସେ କାଶ୍ମୀରୀଙ୍କ ଆତ୍ମନିର୍ଣ୍ଣୟ ଅଧିକାର ସମ୍ପର୍କରେ ପୂର୍ବରୁ ମତ ଦେଇଥିବା ରିପୋର୍ଟ ରହିଛି।

୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ତାଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ସମାଲୋଚନାତ୍ମକ ମତ ପ୍ରକାଶ ପାଇଥିଲା।

ତେବେ ୟୁଏସ୍‌ସିଆର୍‌ଏଫ୍‌ର ସୁପାରିସକୁ ନେଇ ଭାରତରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ରହିଛି।

ଭାରତ ସରକାର ପୂର୍ବରୁ ୟୁଏସ୍‌ସିଆର୍‌ଏଫ୍‌ର ରିପୋର୍ଟକୁ ପକ୍ଷପାତପୂର୍ଣ୍ଣ ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଆସିଛନ୍ତି।

ଆର୍‌ଏସ୍‌ଏସ୍‌ ଉପରେ କଟକଣା ପାଇଁ ସୁପାରିସ କରିବାର ୟୁଏସ୍‌ସିଆର୍‌ଏଫ୍‌ର ଆଇନଗତ କ୍ଷମତା ନାହିଁ; ଏହା କେବଳ ଆମେରିକା ସରକାରଙ୍କୁ ପରାମର୍ଶ ଦେଇପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media