US-Iran Tensions Escalates Again: ପୁଣି ତେଜିଲା ଯୁଦ୍ଧ, ଇରାନ ଉପରେ ଆମେରିକାର ବଡ଼ ଆଟାକ
ପୁଣି ବିଗିଡ଼ିଲା ଇରାନ-ଆମେରିକା ସମ୍ପର୍କ। ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ମାଲବାହୀ ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ। ଇରାନ୍ ଉପରେ ଆମେରିକାର ବଡ଼ ଆଟାକ। ଶୁକ୍ରବାର ଇରାନୀ ମିସାଇଲ-ଡ୍ରୋନ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ହମଲା କରିଛି ଆମେରିକା। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଘୋଷଣା କରିଛି ଆମେରିକୀୟ ସେନା ଇରାନ ଭିତରେ ବିମାନ ଆକ୍ରମଣ କରିଛି।
ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ଯାଉଥିବା ମାଲବାହୀ ଜାହାଜ ଉପରେ ଇରାନ୍ ଡ୍ରୋନ ଆଟାକ୍ କରିଥିବା ଅଭିଯୋଗ କରିଥିଲା ଆମେରିକା। ଏହା ଚୁକ୍ତିର ମୂର୍ଖତାପୂର୍ଣ୍ଣ ଉଲ୍ଲଂଘନ କହି ବର୍ଷିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ସୋସିଆଲ ମିଡିଆ ପୋଷ୍ଟର କିଛି ସମୟ ପରେ ଆକ୍ରମଣର ଖବର ଆସିଛି। ସ୍ୱିଜରଲ୍ୟାଣ୍ଡରେ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ହେବା ପରେ ଏହା ଆମେରିକାର ପ୍ରଥମ ସିଧାସଳଖ ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।