Heavy Rain and Storm Alert: ୩ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ଆଲର୍ଟ, ଏଇସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
ଆସନ୍ତା ୩ ଦିନ ଯାଏ ସାରା ରାଜ୍ୟକୁ ଝଡ଼ବର୍ଷା ଆଲର୍ଟ। ଆଜି କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ । ବିଜୁଳି-ଘଡ଼ଘଡ଼ି ନେଇ ୧୦ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବିଜୁଳି ଘଡଘଡି ନେଇ ପୂରା ରାଜ୍ୟକୁ ସତର୍କ ସୂଚନା।ଏହି ସବୁ ଜିଲ୍ଲାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
ସେହିଭଳି ଆସନ୍ତାକାଲି ପୂରା ରାଜ୍ୟକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କୋରାପୁଟ, ରାୟଗଡା, କନ୍ଧମାଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।