Uranium: ଅଷ୍ଟ୍ରେଲିଆର ୟୁରାନିୟମ୍ ଯୋଗାଣ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଦେବ ନୂଆ ଗତି
"କାନବେରା: ସ୍ୱଚ୍ଛ ଓ ନିରନ୍ତର ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି।
ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଯୋଗାଣ ଆରମ୍ଭ ହେବା ଭାରତର ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଉଭୟ ଦେଶ ୟୁରାନିୟମ୍ ଯୋଗାଣ ସମ୍ପର୍କିତ ପ୍ରଶାସନିକ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି।
ଏହା ଫଳରେ ଭାରତର ବେସାମରିକ ପରମାଣୁ ଶକ୍ତି କ୍ଷେତ୍ର ପାଇଁ ଅଷ୍ଟ୍ରେଲିଆ ବାଣିଜ୍ୟିକ ଭାବେ ୟୁରାନିୟମ୍ ରପ୍ତାନି କରିପାରିବ।Advertisment ଅଷ୍ଟ୍ରେଲିଆ ପାଖରେ ବିଶ୍ୱର ପ୍ରାୟ ୨୮ ପ୍ରତିଶତ ୟୁରାନିୟମ୍ ସମ୍ପଦ ଅଛି, କିନ୍ତୁ ଏହା କୌଣସି ଆଣବିକ ଶକ୍ତି କିମ୍ବା ଅସ୍ତ୍ରଶସ୍ତ୍ରରେ ବ୍ୟବହାର କରେ ନାହିଁ ଏବଂ ଏହାକୁ ରପ୍ତାନି କରେ।
ଅନ୍ୟପକ୍ଷରେ ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ଆଣବିକ ଶକ୍ତି ଉତ୍ପାଦନ କରିବାକୁ ଚାହୁଛି।
ବର୍ତ୍ତମାନ ଦେଶରେ ପରମାଣୁ ଶକ୍ତିର ଅଂଶ ମୋଟ ବିଦ୍ୟୁତ୍ ଉତ୍ପାଦନର ପ୍ରାୟ ୩ ପ୍ରତିଶତ ହୋଇଥିବାବେଳେ ଏହାକୁ ବହୁଗୁଣ କରିବା ପାଇଁ ସ୍ଥିର ୟୁରାନିୟମ୍ ଯୋଗାଣ ଆବଶ୍ୟକ।
ଭାରତରେ ୟୁରାନିୟମ୍ ଭଣ୍ଡାର ସୀମିତ ଥିବାରୁ ବିଦେଶରୁ ଇନ୍ଧନ ଆମଦାନି କରିବାକୁ ପଡ଼ୁଛି।
ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ସହ ଏହି ଚୁକ୍ତି ଦୀର୍ଘମିଆଦୀ ଭାବେ ଭାରତର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ।
Narendra Modi: ଓଡ଼ିଶାର ବିକାଶ ହେଲେ ଭାରତ ବିକଶିତ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷଜ୍ଞଙ୍କ ମତରେ, ଅଷ୍ଟ୍ରେଲିଆରୁ ନିୟମିତ ୟୁରାନିୟମ୍ ଯୋଗାଣ ଆରମ୍ଭ ହେଲେ ଭାରତର ପରମାଣୁ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଇନ୍ଧନ ଯୋଗାଣ ଅଧିକ ସ୍ଥିର ହେବ।
ଏହା କୋଇଲା ଉପରେ ନିର୍ଭରଶୀଳତା କମାଇବା ସହ କମ୍ କାର୍ବନ ନିର୍ଗମନ ଥିବା ଶକ୍ତି ଉତ୍ପାଦନ ବଢ଼ାଇବ।
ସେହିପରି ଭାରତ-ଅଷ୍ଟ୍ରେଲିଆ ରଣନୈତିକ ସହଯୋଗ ଆହୁରି ମଜବୁତ ହେବା ସହ ଦୁଇ ଦେଶର ଆର୍ଥିକ ଓ ଶକ୍ତି ସମ୍ପର୍କରେ ଅଭିବୃଦ୍ଧି ଘଟିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।