Welcome!

Unlock your personalized experience.
Sign Up

UPI MDR: ଦୀପାବଳି ପରେ ୟୁପିଆଇ କାରବାର ଉପରେ ଲାଗିବ ଏମଡିଆର୍ ଶୁଳ୍କ

Oct 13, 2026 - 16:20
UPI MDR: ଦୀପାବଳି ପରେ ୟୁପିଆଇ କାରବାର ଉପରେ ଲାଗିବ ଏମଡିଆର୍ ଶୁଳ୍କ

ନୂଆଦିଲ୍ଲୀ: ୟୁପିଆଇଓ ସର୍ଭିସେସ୍ ଷ୍ଟିଅରିଂ କମିଟି ଦୀପାବଳିର ଠିକ୍ ପରେ ବଛା ବଛା ପିଟୁଏମ୍ ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମଡିଆର ଲାଗୁ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛି। ଏନପିସିଆଇ ପକ୍ଷରୁ ‘ଏକ୍ସ’ରେ ଦିଆଯାଇଥିବା ଏକ ବିବୃତି ଅନୁଯାୟୀ, ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ କାର୍ଯ୍ୟକାରୀ ହେବାର ତାରିଖ ପରେ ସ୍ୱତନ୍ତ୍ର ଭାବେ ଜଣାଇ ଦିଆଯିବ।

ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟାକରଣ ପାଇଁ ମର୍ଚାଣ୍ଟ ବା ଦୋକାନୀମାନଙ୍କଠାରୁ ଏମଡିଆର ଚାର୍ଜ କରାଯାଇଥାଏ। ଏହି ପ୍ରସ୍ତାବିତ ପଦକ୍ଷେପ କେବଳ କେତେକ ବଛା ବଛା ମର୍ଚାଣ୍ଟ କାରବାର ଉପରେ ପ୍ରଯୁଜ୍ୟ ହେବ, ଯଦିଓ କେଉଁ କେଉଁ ବର୍ଗର କାରବାର ଉପରେ ଏହି ଶୁଳ୍କ ଲାଗୁ ହେବ ତାହା ବିବୃତିରେ ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ନୂତନ ବ୍ୟବସ୍ଥା ଅନୁଯାୟୀ, ଯେଉଁ ଦୋକାନୀମାନେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଗ୍ରହଣ କରିବେ, ସେମାନଙ୍କୁ କାରବାର ମୂଲ୍ୟର ୦.୪ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ। ତେବେ ବ୍ୟକ୍ତିଗତ (ପିଟୁଏମ୍) ସ୍ଥାନାନ୍ତରଣକୁ ଏହି ଶୁଳ୍କରୁ ବାଦ୍ ଦିଆଯାଇଛି ଏବଂ କିଛି ନିର୍ଦ୍ଦିଷ୍ଟ ବର୍ଗର ଦେୟ ପାଇଁ ପରିମାଣକୁ ନିର୍ବିଶେଷରେ ଏକ ନିର୍ଦ୍ଦିଷ୍ଟ ୫ ଟଙ୍କା ଫ୍ଲାଟ୍ ଶୁଳ୍କ ଲାଗୁ ହେବ।

୨,୦୦୦ ଟଙ୍କାରୁ ଅଧିକ ଅନ୍ୟାନ୍ୟ ପିଟୁଏମ୍ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ ଏମଡିଆର

ସଂସଦରେ ଟିକସ ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଧେୟକ, ୨୦୨୬ ଅଗଷ୍ଟ ୧୧ ତାରିଖରେ ପାର୍ ହେବା ଏବଂ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ ର ଧାରା ୧୦ଏ ସଂଶୋଧିତ ହେବା ପରେ ଏହି ଏମଡିଆର ଫ୍ରେମୱାର୍କ ଆସିଛି, ଯାହା ସରକାରଙ୍କୁ ନିର୍ଦ୍ଦିଷ୍ଟ ଡିଜିଟାଲ୍ ପେମେଣ୍ଟ ମୋଡ୍ ଉପରେ ଚାର୍ଜ ଅନୁମତି ଦେବା ପାଇଁ କ୍ଷମତା ଦେଇଥାଏ। ଏହା ଆଧାରରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ଦୁଇ ପ୍ରକାରର ଶୁଳ୍କ ଲାଗୁ ହେବ। ପ୍ରଥମଟି ହେଉଛି ଚାରୋଟି ନିର୍ଦ୍ଦିଷ୍ଟ ବର୍ଗ, ଯଥା ରେଳବାଇ, ଟେଲିକମ୍ ସେବା, ବୀମା ଏବଂ ଜାଳେଣି କ୍ଷେତ୍ରର ମର୍ଚାଣ୍ଟଙ୍କୁ କରାଯାଉଥିବା ପେମେଣ୍ଟରେ ପ୍ରତି କାରବାର ପିଛା ୫ ଟଙ୍କାର ଏକ ଫ୍ଲାଟ୍ ଏମଡିଆର। ଦ୍ୱିତୀୟଟି ହେଉଛି ୨,୦୦୦ ଟଙ୍କାରୁ ଅଧିକ ଅନ୍ୟାନ୍ୟ ପିଟୁଏମ୍ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ ଏମଡିଆର ଲାଗୁ ହେବ, ଯାହା ପ୍ରତି କାରବାର ପିଛା ସର୍ବାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ।

ଜେଲେନସ୍କିଙ୍କ ଅପେକ୍ଷା ପୁଟିନ ଅଧିକ ଶାନ୍ତି ଚାହୁଁଛନ୍ତି: ରୁଷ ରାଷ୍ଟ୍ରପତି ଏବଂ ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ମଧ୍ୟରେ ତୁଳନା କଲେ ଟ୍ରମ୍ପ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)