UPI: ୟୁପିଆଇରେ ଯୋଡ଼ିହେଲା ଗ୍ରୀସ୍‌, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କଲେ ଉନ୍ମୋଚନ...

Jun 30, 2026 - 17:35
UPI: ୟୁପିଆଇରେ ଯୋଡ଼ିହେଲା ଗ୍ରୀସ୍‌, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କଲେ ଉନ୍ମୋଚନ...

"ନୂଆଦିଲ୍ଲୀ, ୩୦/୬: ଭାରତର ୟୁପିଆଇ( ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ସେବା ଗ୍ରୀସରେ ଆରମ୍ଭ ହୋଇଛି।

ଏଥେନ୍ସସ୍ଥିତ ୟୁରୋବ୍ୟାଙ୍କ ମୁଖ୍ୟାଳୟରେ ୟୁରୋ ବ୍ୟାଙ୍କ ଓ ଏନ୍‌ପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ ଲିମିଟେଡ (ଏନ୍‌ଆଇପିଏଲ୍‌) ସହଭାଗିତାରେ ଉକ୍ତ ସେବା ଆରମ୍ଭ କରାଯାଇଛି।

ଗ୍ରୀସ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏହି ସେବାର ଉନ୍ମୋଚନ କରିଛନ୍ତି।

Advertisment ଆହୁରି ପଢ଼ନ୍ତୁ- Remote Schools in Sikkim: ମାତ୍ର ୧୮ଜଣ ପିଲାଙ୍କୁ ପାଠପଢ଼ାଇବା ପାଇଁ ବଣପାହାଡ, ନଦୀ ଅତିକ୍ରମ କରି ସ୍କୁଲରେ ପହଞ୍ଚୁଛନ୍ତି ଶିକ୍ଷକ ଭାରତର ପ୍ରଯୁକ୍ତି ଉପରେ ଅନ୍ତର୍ଜାତୀୟ ସ୍ତରରେ ଆସ୍ଥା ବଢ଼ୁଛି ଉକ୍ତ କାର୍ଯ୍ୟକ୍ରମରେ ୟୁରୋବ୍ୟାଙ୍କ ସିଇଓ ଫୋକିନ କାରାବିୟାସ ଓ ଫେୟାରଫ୍ୟାକ୍ସ ଡିଜିଟାଲ ସର୍ଭିସେସର ସିଇଓ ସଞ୍ଜୟ ତଗନେତ୍‌ ଯୋଗ ଦେଇଥିଲେ।

ବିଶ୍ବରେ ୟୁପିଆଇର ଗ୍ରହଣୀୟତା ବଢ଼ୁଛି।

ବିଶେଷକରି ଭାରତର ପ୍ରଯୁକ୍ତି ଆଧାରିତ ସେବା ଉପରେ ଅନ୍ତର୍ଜାତୀୟ ସ୍ତରରେ ଆସ୍ଥା ବଢ଼ୁଛି ବୋଲି ବାଣିଜ୍ୟ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି।

ଆହୁରି ପଢ଼ନ୍ତୁ- Cyber Fraud: କଂଗ୍ରେସ ନେତାଙ୍କୁ ଲୁଟିଲେ ରାହୁଲଙ୍କ ସେକ୍ରେଟାରୀ !

ଆକାଉଣ୍ଟରୁ ଖାଲି ହେଲା ୧୦ଲକ୍ଷ ଗ୍ରୀସରେ ଏହି ସୁବିଧା ଉପଲବ୍ଧ ହେବା ଦ୍ବାରା ଯୋଗ୍ୟ ଗ୍ରାହକମାନେ ତୁରନ୍ତ ନିରାପଦ ଓ ଆରାମରେ ପେମେଣ୍ଟ କରିପାରିବେ।

ପାରମ୍ପରିକ ଉପାୟରେ ହେଉଥିବା ଅର୍ଥ ସ୍ଥାନାନ୍ତର ତୁଳନାରେ ଏଥିରେ ଖର୍ଚ୍ଚ ବହୁମାତ୍ରାରେ ହ୍ରାସ ପାଇବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସିଙ୍ଗାପୁର, ସଂଯୁକ୍ତ ଆରବ ଏମିରେଟ୍‌ସ, ଫ୍ରାନ୍ସ, ମରିସସ, ନେପାଳ, ଭୁଟାନ, କତର, ଶ୍ରୀଲଙ୍କା ଏବଂ କାମ୍ବୋଡ଼ିଆରେ ୟୁପିଆଇ ସେବା ଉପଲବ୍ଧ କରାଯାଇଛି।

ଫଳରେ ଏସବୁ ଦେଶକୁ ଗସ୍ତ କରୁଥିବା ଭାରତୀୟମାନେ ସୁବିଧାରେ ପେମେଣ୍ଟ କରିପାରୁଛନ୍ତି।

ଅଧିକ ଦେଖନ୍ତୁ- "