UPESSC: ୨,୬୦୭ ଜଣ ଲେକ୍ଚରର୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ୟୁପିଇଏସଏସସି

Sep 19, 2026 - 16:41
UPESSC: ୨,୬୦୭ ଜଣ ଲେକ୍ଚରର୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ୟୁପିଇଏସଏସସି

"ନୂଆଦିଲ୍ଲୀ: ସରକାରୀ ଶିକ୍ଷକ ହେବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର ରହିଛି।

ଉତ୍ତର ପ୍ରଦେଶ ଶିକ୍ଷା ସେବା ଚୟନ ଆୟୋଗ (ୟୁପିଇଏସଏସସି) ୨,୬୦୭ ଜଣ ଲେକ୍ଚରର୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ।

ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।Advertisment ପରୀକ୍ଷା ତାରିଖ ଘୋଷଣା ବିଜ୍ଞପ୍ତି ସହିତ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରୀକ୍ଷା ୧୫ ଏବଂ  ୨୦୨୬ ୧୬ ଡିସେମ୍ବରରେ ଅନୁଷ୍ଠିତ ହେବ।

ବିଷୟ-ଭିତ୍ତିକ ନିଯୁକ୍ତି ବିବରଣୀ ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨,୬୦୭ଟି ଲେକ୍ଚରର୍ ପଦବି ପୂରଣ କରାଯିବ।

ଏଥିମଧ୍ୟରୁ ୨,୩୨୯ଟି ପଦବି ବାଳକ ବିଦ୍ୟାଳୟ ଏବଂ ୨,୬୦୭ଟି ପଦବି ବାଳିକା ବିଦ୍ୟାଳୟ ପାଇଁ ସଂରକ୍ଷିତ ରହିଛି।

ଯୋଗ୍ୟତା ମାନଦଣ୍ଡ ଏହି ନିଯୁକ୍ତିରେ ଅଂଶଗ୍ରହଣ କରିବା ପାଇଁ, ପ୍ରାର୍ଥୀମାନେ ସମ୍ପୃକ୍ତ ବିଷୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବେ ଏବଂ ବି.ଇଡି./ ଏମ.ପି.ଇଡି ପାସ୍ କରିଥିବେ।

ଏହା ବ୍ୟତୀତ ୨୦୨୬ ଜାନୁଆରି ୧ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୬୨ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ।

ଆବେଦନ ପ୍ରକ୍ରିୟା ଏବଂ ଶୁଳ୍କ ଏହି ନିଯୁକ୍ତି ପାଇଁ ଆବେଦନ କେବଳ ଆୟୋଗର ୱେବସାଇଟ୍ upessc.up.gov.in ମାଧ୍ୟମରେ ଅନଲାଇନ ଦାଖଲ କରାଯାଇପାରିବ।

ଫର୍ମ ପୂରଣ କରିବା ପୂର୍ବରୁ 'ୱାନ୍ ଟାଇମ୍ ରେଜିଷ୍ଟ୍ରେସନ୍' କରିବା ବାଧ୍ୟତାମୂଳକ ଅଟେ।

ଓଟିଆର ସମାପ୍ତ କରିବା ପରେ, ପ୍ରାର୍ଥୀମାନେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଅବଶିଷ୍ଟ ବିବରଣୀ ପୂରଣ କରିପାରିବେ।

ଆବେଦନ ଫର୍ମ ଦାଖଲ କରିବା ସମୟରେ, ସାଧାରଣ, ଓବିସି ଏବଂ ଇଡବ୍ଲୁଏସ ବର୍ଗର ପ୍ରାର୍ଥୀଙ୍କୁ ୧୫୦୦ଟଙ୍କା, ଏସସି, ଏସଟି ବର୍ଗର ପ୍ରାର୍ଥୀଙ୍କୁ ୭୫୦ଟଙ୍କା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୫୦୦ଟଙ୍କା ଶୁଳ୍କ ପୈଠ କରିବାକୁ ହେବ।

ହ୍ୱାଟ୍ସଆପ୍‌ରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରଘଟ: ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟର ଏଇସିସି ପରୀକ୍ଷା ସ୍ଥଗିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)