UP Cabinet Decision: ୟୁପି କ୍ୟାବିନେଟର ବଡ଼ ନିଷ୍ପତ୍ତି: ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦେବେ ଯୋଗୀ ସରକାର

Jul 21, 2026 - 13:59
UP Cabinet Decision: ୟୁପି କ୍ୟାବିନେଟର ବଡ଼ ନିଷ୍ପତ୍ତି: ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦେବେ ଯୋଗୀ ସରକାର

"ଲକ୍ଷ୍ନ‌ୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ସମୁଦାୟ ୧୬ଟି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି, ଯେଉଁଥିରେ ସବୁଠାରୁ ଚର୍ଚ୍ଚିତ ନିଷ୍ପତ୍ତି ହେଉଛି ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ମାଗଣା ସ୍କୁଟି ପ୍ରଦାନ।

ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଏବଂ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମସ୍ତ କଲେଜରେ ଶ୍ରେଷ୍ଠ ୫ ପ୍ରତିଶତ ଛାତ୍ରୀଙ୍କୁ ମାଗଣା ପେଟ୍ରୋଲ ସ୍କୁଟର ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି ।

Advertisment ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା  ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଚ୍ଚଶିକ୍ଷା ପାଇଁ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କର ଗମନାଗମନ ସୁବିଧାକୁ ସହଜ କରିବା।

ବିଶେଷ କରି ସେହି ଛାତ୍ରୀମାନେ ଯେଉଁମାନେ ଦୂରଦୂରାନ୍ତ ଅଞ୍ଚଳରୁ ପଢ଼ିବାକୁ ଆସୁଛନ୍ତି, ଏହି ସ୍କୁଟି ସେମାନଙ୍କ ପାଇଁ ବହୁତ ସହାୟକ ହେବ।

ଏହା ଦ୍ୱାରା ଛାତ୍ରୀମାନେ ସ୍ଵାବଲମ୍ବୀ ହେବା ସହ ସେମାନଙ୍କ ଶିକ୍ଷା କ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ ।

ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ବ୍ୟତୀତ କ୍ୟାବିନେଟରେ ଅନ୍ୟ ୧୫ଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।

ଏହି ଯୋଜନା ସେହିମାନଙ୍କ ପାଇଁ ଯେଉଁ ପରିବାରର ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କା ଥିବା  । ‌ତେବେ  ମେଧାବୀ ଛାତ୍ରୀମାନଙ୍କୁ ସରକାର ସ୍କୁଟର ଯୋଗାଇବା ସହ ସେମାନଙ୍କୁ ୫ ଲିଟର ପେଟ୍ରୋଲ ଏବଂ ଗୋଟିଏ ହେଲମେଟ୍ ମଧ୍ୟ  ପ୍ରଦାନ କରିବେ।

ଅଧିକ ପଢନ୍ତୁ: Yogi Adityanath: ଉନ୍ନାଓରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ସମାଲୋଚନା ୟୁପି ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନ କରିବା ଦ୍ୱାରା ରାଜ୍ୟରେ ଶିକ୍ଷାର ହାର ବୃଦ୍ଧି ପାଇବ ଏବଂ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ସରକାର ଏହି ଯୋଜନା ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।