United States: ଆମେରିକାରେ ବଡ଼ ଧରଣର ଭିସା ବାତିଲ୍ ଅଭିଯାନ
"ୱାସିଂଟନ: ଆମେରିକା ସରକାର ଦେଶର ଇତିହାସରେ ଏକ ବଡ଼ ଭିସା ବାତିଲ୍ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଦ୍ୱାରା ପ୍ରାୟ ୨ ଲକ୍ଷ ବିଦେଶୀ ନାଗରିକ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟର ମୁଖପାତ୍ର ଟମି ପିଗୋଟ୍ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଆମେରିକା ସରକାର ଏହା ସ୍ପଷ୍ଟ କରୁଛନ୍ତି ଯେ ଭିସା କୌଣସି ଅଧିକାର ନୁହେଁ, ବରଂ ଏକ ବିଶେଷାଧିକାର।Advertisment ଜବାବ ରଖିଲା ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ମୁଖପାତ୍ରଙ୍କ ଅନୁଯାୟୀ, ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ସହ ମିଶି ଷ୍ଟେଟ୍ ଡିପାର୍ଟମେଣ୍ଟ ଏପରି ବିଦେଶୀ ନାଗରିକମାନଙ୍କୁ ଚିହ୍ନଟ କରୁଛି, ଯେଉଁମାନେ ଅସ୍ଥାୟୀ ଭିସାରେ ଆମେରିକା ଆସି ପରବର୍ତ୍ତୀ ସମୟରେ ରାଜନୈତିକ ଆଶ୍ରୟ ଲୋଡିଛନ୍ତି କିମ୍ବା ସ୍ଥାୟୀ ଭାବେ ରହିବାକୁ ଚେଷ୍ଟା କରୁଛନ୍ତି।
ଯଦି କୌଣସି ବ୍ୟକ୍ତି ଭିସା ଆବେଦନ ସମୟରେ କନସୁଲାର ଅଫିସରଙ୍କ ନିକଟରେ ନିଜର ପ୍ରକୃତ ଉଦ୍ଦେଶ୍ୟ ଲୁଚାଇ ମିଥ୍ୟା ତଥ୍ୟ ଦେଇଥାନ୍ତି, ତେବେ ତାହାକୁ ''ଭିସା ଜାଲିଆତି'' ଭାବେ ଗ୍ରହଣ କରାଯାଇ ତୁରନ୍ତ ଭିସା ବାତିଲ କରାଯିବ।
ଅସ୍ଥାୟୀ ଭିସା କେବଳ ନିର୍ଦ୍ଧାରିତ ସମୟ ପରେ ନିଜ ଦେଶକୁ ଫେରିବାର ସର୍ତ୍ତରେ ଦିଆଯାଇଥାଏ ବୋଲି ସେ ପ୍ରକାଶ କରିଛନ୍ତି।
ତେବେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଦ୍ୱାରା କେତେ ଜଣ ଭାରତୀୟ ନାଗରିକ ପ୍ରଭାବିତ ହେବେ କିମ୍ବା ଆଗାମୀ ଦିନରେ ଭାରତୀୟ ଆବେଦନକାରୀଙ୍କ ପାଇଁ ନିୟମ କଡ଼ାହେବ କି ନାହିଁ, ସେ ନେଇ ଆମେରିକା ସରକାର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା କିମ୍ବା ସ୍ପଷ୍ଟୀକରଣ ଦେଇନାହାନ୍ତି।
ଏହି ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଥିବାରୁ ଯାଞ୍ଚ ଓ ବାତିଲ୍ ହେଉଥିବା ଭିସା ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ ଏବଂ ଏହି ଅଭିଯାନ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ସୂଚନା ଦେଇଛି।
ନେପାଳ ଅକସ୍ମାତ୍ ବନ୍ୟାରେ ୩୫୩ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
