Unbreakable secret: ଅଭେଦ୍ୟ ରହସ୍ୟ: ପ୍ରାନ୍ତରରେ ରହସ୍ୟମୟ ପଥର ଜାର୍‌

Jul 05, 2026 - 04:36
Unbreakable secret: ଅଭେଦ୍ୟ ରହସ୍ୟ: ପ୍ରାନ୍ତରରେ ରହସ୍ୟମୟ ପଥର ଜାର୍‌

"ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରାଚୀନ କୀର୍ତ୍ତିରାଜି ଓ ଆଧୁନିକ ନିର୍ମାଣର ଦେଶ ଲାଓସ୍‌ରେ ଏପରି ଏକ ସ୍ଥ‌ାନ ରହିଛି, ଶହ ଶହ ବର୍ଷ ଗବେଷଣା କରାଯିବା ସତ୍ତ୍ବେ ତା"ର ରହସ୍ୟ ଭେଦ ହୋଇ ପାରିନାହିଁ।

ସେ ସ୍ଥାନଟି ହେଉଛି "ପ୍ଲେନ୍‌ ଅଫ୍‌ ଜାର୍‌ସ୍‌"।

ମ୍ୟାମାର୍‌, ଚୀନ୍‌, ଭିଏତ୍‌ନାମ୍‌, କାମ୍ବୋଡିଆ ଓ ଥାଇଲ୍ୟାଣ୍ଡ୍‌ ମଝିରେ ଥିବା ଲାଓସ୍‌ର  ନିଭୃତ ଅଞ୍ଚଳରେ ଥିବା ଗୋଟାଏ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଏଣେ ତେଣେ ପଡ଼ି ରହିଛି ଅସୁମାରି ଅତିକାୟ ପଥର ନିର୍ମିତ ପ୍ରାଚୀନ ଜାର୍‌ ବା ପାତ୍ର।

ସେଗୁଡ଼ିକୁ ସେଠାରେ କିଏ ରଖିଛି?

ସେଥିରେ କ"ଣ କରାଯାଉଥିଲା?

କିଏ ବା ସେସବୁ ଗଢ଼ିଥିଲା?

ଏସବୁ ଏବେ ବି ରହସ୍ୟାବୃତ୍ତ।

ଅବଶ୍ୟ ସେ ଅଞ୍ଚଳରୁ ମିଳୁଥିବା କେତେକ ପ୍ରମାଣରୁ ଅନୁମାନ କରାଯାଏ କି ସେଗୁଡ଼ିକ ସମ୍ଭବତଃ ପ୍ରାଗୈତିହାସିକ ସମାଧି। "ପ୍ଲେନ୍‌ ଅଫ୍‌ ଜାର୍‌ସ୍‌"ର ପ୍ରସ୍ତର ପାତ୍ର ଖ୍ରୀଷ୍ଟପୂର୍ବ ୫୦୦ରୁ ଖ୍ରୀଷ୍ଟାବ୍ଦ ୨୦୦ ମଧ୍ୟରେ ନିର୍ମାଣ କରାଯାଇଥିଲା ବୋଲି ଅନୁମାନ କରାଯାଏ।

ମନୁଷ୍ୟ ସମାଜରେ ସେତେବେଳେ ଚାଲିଥିଲା ଲୌହଯୁଗ।

କିନ୍ତୁ, ପ୍ରତ୍ନତତ୍ତ୍ବବିତ୍‌ ଇଜି ନିଟ୍ଟା ମତ ଦିଅନ୍ତି ଯେ ସେ ସବୁ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ପ୍ରାରମ୍ଭରେ ନିର୍ମିତ ହୋଇଥାଇପାରେ।Advertisment Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଏକରୁ ଚାରିଶହ ଜାର୍‌ଶହ ଶହ ବର୍ଗ କିଲୋମିଟର୍‌ ବ୍ୟାପ୍ତ ଅଞ୍ଚଳରେ ୯୦ଟି ସ୍ଥାନରେ ଜାର୍‌ ଜମା ହୋଇ ରହିଛି।

କେତେକ ସ୍ଥାନରେ ଜାର୍‌ ସବୁ ଗୁଚ୍ଛ ଆକାରରେ ରହିଛି, ଅର୍ଥାତ୍‌ ଗୋଟିଏ ସ୍ଥାନ‌େର ୧ଟିରୁ ନେଇ ୪୦୦ ପର୍ଯ୍ୟନ୍ତ ଜାର୍‌ ।

ପ୍ରତ୍ୟେକ ଜାର୍‌ର ଉଚ୍ଚତା ସମାନ ନୁହେଁ।

ପୁନଶ୍ଚ, ଜାର୍‌ଗୁଡ଼ିକର ବ୍ୟାସ ୧ ମିଟର୍‌ରୁ ନେଇ ୩ ମିଟର୍‌ ପର୍ଯ୍ୟନ୍ତ ରହିଛି।

ସେ ଅଞ୍ଚଳରେ ସର୍ବମୋଟ ପ୍ରାୟ ୨,୫୦୦ ଜାର୍‌ ଓ ଜାର୍‌ ଭଗ୍ନାଂଶ ରହିଛି।

ଢୋଲ ଆକୃତିର ଏହି ପ୍ରସ୍ତର ଜାର୍‌ ସବୁର ନିମ୍ନାଂଶ ଶୀର୍ଷାଂଶ ଅ‌େପକ୍ଷା ଓସାରିଆ।

ଅଧିକାଂଶ ଜାର୍‌ର ଉପର ଧାରର ଖାପ ଆକୃତିରୁ ଜଣାପଡୁଛି ଯେ ତାହା ଉପରେ ଘୋଡ଼ଣି ରଖାଯାଇଥିଲା।

ଘୋଡ଼ଣି ଲାଗିଥିବା କୌଣସି ଜାର୍‌ ଦେଖିବାକୁ ମିଳି ନ ଥିଲେ ବି ସେ ଅଞ୍ଚଳରୁ ଅଳ୍ପ କେତୋଟି ପଥର ଘୋଡ଼ଣି ମିଳିଛି।

ଏଥିରୁ ଆଭାସ ମିଳେ ଯେ ସମ୍ଭବତଃ କାଠ ଭଳି ନଷ୍ଟ ହୋଇଯାଉଥିବା ପଦାର୍ଥରେ ଜାର୍‌ର ଘୋଡ଼ଣି ନିର୍ମାଣ କରାଯାଉଥିଲା।

କିଏ କଲା କାହିଁକି କଲାସେ ଜାର୍‌ ସବୁ କିଏ ଏବଂ କାହିଁକି ନିର୍ମାଣ କରିଥିଲା?

୧୯୩୦ ଦଶକ ପ୍ରାରମ୍ଭରୁ ଏହା ଉପରେ ଗବେଷଣା ଆରମ୍ଭ ହୋଇଥିଲା।

ଗବେଷଣା ଚାଲିବା ଦିନଠାରୁ ପ୍ରତ୍ନତତ୍ତ୍ବବିତ୍‌ ଓ ଐତିହାସିକମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହୁଛନ୍ତି।

ଜଣେ ଫରାସୀ ପ୍ରତ୍ନତତ୍ତ୍ବବିତ୍‌ ପ୍ରଥମେ ଏ ସ୍ଥାନ ଆବିଷ୍କାର କରିଥିଲେ।

କେଉଁ ପ୍ରାଗ୍‌-ଐତିହାସିକ ଯୁଗରେ ଏ ବୃହଦ୍‌କାୟ ପ୍ରସ୍ତର ଜାର୍‌ ନିର୍ମାଣ ହୋଇଥିଲା?

ଏହାର ଉଦ୍ଦେଶ୍ୟ କ"ଣ ଥିଲା?

ଏ ପ୍ରଶ୍ନର ପ୍ରକୃତ ଉତ୍ତର ଏଯାବତ୍‌ ମିଳିପାରି ନାହିଁ।

ତେବେ, ସେଠାରୁ ମାଳି ଓ କଂସା ଭଳି ସାମଗ୍ରୀ ମିଳିବାରୁ ଅନୁମାନ କରାଯାଏ ସେ ନିର୍ମାତାମାନେ ବିତ୍ତଶାଳୀ ଥିଲେ।

ଚୀନ୍‌, ଭିଏତ୍‌ନାମ ଓ ଦକ୍ଷିଣ ଏସୀୟ ଦେଶ ସହିତ ବାଣିଜ୍ୟ କରି ସେମାନେ ସମୃଦ୍ଧ ହୋଇଥିଲେ।

ଗୋଟିକରେ ମୁନଷ୍ୟ ଚିତ୍ରଗବେଷଣାଲବ୍‌ଧ ତଥ୍ୟ ଅନୁସାରେ, ଏହି ଜାର୍‌ ସବୁ କନ୍ଦା ପଥର ଖୋଦେଇ ହୋଇ ତିଆରି କରାଯାଇଛି।

ସେ ଅଞ୍ଚଳରେ ପଡ଼ିଥିବା ହଜାର ହଜାର ପ୍ରସ୍ତର ଜାର୍‌ ମଧ୍ୟରୁ କେବଳ ଗୋଟିକର ବାହାର ପାର୍ଶ୍ବରେ ଆଗକୁ ଝୁଙ୍କିପଡ଼ିଥିବା ଗୋଟିଏ ମନୁଷ୍ୟ ଚିତ୍ର ରହିଛି।

ଗୋଟିଏ ଗୋଟିଏ ଜାର୍‌ର ଓଜନ ପ୍ରାୟ ୨୦ ଟନ୍‌ ଏବଂ ଏଥିପାଇଁ ୧୦ କିଲୋମିଟର୍‌ ଦୂରରେ ଥିବା ଖାଦାନରୁ ପଥର ଅଣାଯାଇଥିଲା।

ଜାର୍‌ ଖୋଦେଇ ନିମନ୍ତେ ସମ୍ଭବତଃ ସେମାନେ ଲୌହନିର୍ମିତ ଉପକରଣ ବ୍ୟବହାର କରୁଥିଲେ ବୋଲି ଅନୁମାନ କରାଯାଉଛି।

ଶବ-ସତ୍କାର ପାତ୍ର୧୯୩୦ରେ ସମାହିତ ପ୍ରଥମ ପ୍ରତ୍ନତାତ୍ତ୍ବିକ ଗବେଷଣାରୁ ମନେହେଉଥିଲା ଯେ ଏସବୁ ଜାର୍‌ ପ୍ରାଗ୍ଐତିହାସିକ ଶବସତ୍କାର ପ୍ରଥାର ଅଂଶବିଶେଷ।

କାରଣ ଆଖପାଖରେ ମନୁଷ୍ୟ ଦେହାବଶେଷ, ମାଳି, ଲୌହ ଓ କାଂସ୍ୟ ପଦାର୍ଥ ପଡ଼ିଥିଲା।

ତା"ଛଡ଼ା ଜାର୍‌ ଭିତରେ ଏବଂ ଚାରିପାଖରେ ଚୀନାମାଟି ଉପକରଣ ବି ରହିଥିଲା।

ସେଥିରୁ କେତେକ ପୋଡ଼ି ଯାଇଥିବାରୁ ମନେହେଉଥିଲା କି ସେ ଜାର୍‌ ସବୁ ଶବସତ୍କାର ନିମନ୍ତେ ଉଦ୍ଦିଷ୍ଟ ଥିଲା।

ତ"ଛଡ଼ା ଜାର୍‌ ନିକଟରେ କେତୋଟି ସମାଧିସ୍ଥଳ ବି ଆବିଷ୍କୃତ ହୋଇଥିଲା, ଯେଉଁଗୁଡ଼ିକୁ ପ୍ରସ୍ତର ଚକତି ଦ୍ବାରା ଚିହ୍ନିତ କରାଯାଇଥିଲା।

ହୁଏତ ଏ ସବୁ ପ୍ରସ୍ତର ଜାର୍‌ ସହିତ ସମ୍ପୃକ୍ତ ଥାଇପାରେ।

Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ ଦାନବ ନିବାସକିନ୍ତୁ, ସେ ପ୍ରାନ୍ତର ଜାର୍‌ ବିଷୟରେ ସ୍ଥାନୀୟ କିଂବଦନ୍ତି ଅତ୍ୟନ୍ତ କୌତୂହଳ ଉଦ୍ରେକକାରୀ କଥା କହେ।

ସେଥିରୁ ଗୋଟିଏ କାହାଣୀ ଏହିପରି- ଏକଦା ସେ ଇଲାକା ଥିଲା ଦାନବକୁଳଙ୍କ ନିବାସ।

ଦାନବମାନଙ୍କ ରାଜା ଖୁନ୍‌ ଚେଉଙ୍ଗ୍‌ ସେ ସବୁ ଜାର୍‌ ନିର୍ମାଣ କରାଇଥିଲେ।

ଶତ୍ରୁ ସହିତ ଯୁଦ୍ଧକରି ବିଜୟୀ ହେଲେ ବିଜୟୋତ୍ସବ ପାଳନ ନିମନ୍ତେ ସେ ଏହି ଜାର୍‌ରେ ମଦ ରାନ୍ଧୁଥିଲେ।

ଆଉ ଗୋଟାଏ କାହାଣୀ କହେ- ସେ ଜାର୍‌ ସବୁ କର୍ଦ୍ଦମ, ସୈକତ, ଶର୍କରା ଓ ପ୍ରାଣୀଜ ସାମଗ୍ରୀ ମିଶ୍ରଣରେ ତିଆରି।

ଗୋଟାଏ ଗୁମ୍ଫାରେ ନିର୍ମିତ ବିରାଟ ଭାଟିରେ ସେଗୁଡ଼ିକୁ ପୋଡ଼ା ଯାଉଥିଲା।

ଏ ଜାର୍‌ ସଂକ୍ରାନ୍ତରେ ଆଉ ଗୋଟାଏ କଥା ବି ଶୁଣାଯାଏ, ଯାହା ବିଶ୍ବସନୀୟ ମନେହୁଏ।

ସବୁବେଳେ ମଧୁର ଜଳ ମିଳୁ ନ ଥିବାରୁ ସ୍ଥାନୀୟ ବାସିନ୍ଦା ଓ ପରିବ୍ରାଜକମାନଙ୍କୁ ଯୋଗାଇ ଦେବା ପାଇଁ ସେ ଜାର୍‌ରେ ମୌସୁମୀ ବାୟୁ ପ୍ରବାହକାଳୀନ ବୃଷ୍ଟିଜଳ ସଂଗ୍ରହ କରାଯାଉଥିଲା।

ଛାରଖାର କରିଦେଲା ବୋମା ଭିଏତ୍‌ନାମ୍‌ ଯୁଦ୍ଧ ସମୟରେ କେନ୍ଦ୍ରୀୟ ଲାଓସ୍‌ ଅଞ୍ଚଳରେ ବହୁ ସଂଖ୍ୟାରେ ବୋମା ପଡ଼ିଥିଲା।

୧୯୬୪ରୁ ୧୯୭୩ ମଧ୍ୟରେ ଜାର୍‌ ପ୍ରାନ୍ତରରେ ଆମେରିକା ଯେତେ ବୋମା ପକାଇଥିଲା, ସମୁଦାୟ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ସେତେ ବୋମା ଫିଙ୍ଗି ନ ଥିଲା।

ବୋମା ମାଡ଼ରେ ଅନେକ ପାଷାଣ ଜାର୍‌ ଚଡ଼କି ଯାଇଥିଲା, କେତେକ ଭାଙ୍ଗିଯାଇଥିଲା ଏବଂ ଆହୁରି କେତେକ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା।

ପତିତ ବୋମାରୁ ପ୍ରାୟ ୮୦ ନିୟୁତ ଫୁଟି ନ ଥିଲା।

ସେ ଅଫୁଟା ବୋମାଗୁଡ଼ିକରୁ ଅଧିକାଂଶ ଅଦ୍ୟାବଧି ସେଠାରେ ପଡ଼ିରହିଛି।"