UNAM winner: ମାଉଣ୍ଟ ୟୁନାମ ବିଜୟିନୀଙ୍କୁ ସମ୍ବର୍ଦ୍ଧିତ କଲେ ବାଚସ୍ପତି
"ଭୁବନେଶ୍ୱର: ଭାରତର ପ୍ରଥମ ସଂପୂର୍ଣ୍ଣ ମହିଳା ଦଳ ଭାବେ ହିମାଚଳ ପ୍ରଦେଶର ମାଉଣ୍ଟ ୟୁନାମ୍ ଶିଖରକୁ ସଫଳତାର ସହ ଆରୋହଣ କରିଥିବା ଓଡ଼ିଶାର ସାହସୀ ମହିଳା ପର୍ବତାରୋହୀମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ଅବସରରେ ଶ୍ରୀମତୀ ପାଢ଼ୀ ସେମାନଙ୍କ ସାହସ ଓ ଦୃଢ଼ ସଂକଳ୍ପର ପ୍ରଶଂସା କରିଥିଲେ।
ସେହିଭଳି ଏହି ଅଭିଯାନର ସଫଳତା ଆଗାମୀ ଦିନରେ ଓଡ଼ିଶାର ମହିଳାମାନଙ୍କୁ ଏଭଳି ଦୁଃସାହସିକ କ୍ରୀଡ଼ା ପ୍ରତି ପ୍ରେରିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ।
Advertisment Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ ଦଳର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ଦଳନେତ୍ରୀ ଅନିତା ସ୍ୱାଇଁ, ସୋନାଲି ଭୋଇ, ପ୍ରୀତି ଦେଓ଼, ଲିଲି ସାହୁ ଏବଂ ଶ୍ରୀୟାଶ୍ରୀତି ପାତ୍ର ଶିଖରରେ ପହଞ୍ଚିପାରିଥିଲେ।
ଅନ୍ୟ ସଦସ୍ୟମାନେ ନିକଟତର ହୋଇପାରିଥିଲେ ମଧ୍ୟ ଅସୁସ୍ଥତା କାରଣରୁ ତଳକୁ ଫେରିବାକୁ ବାଧ୍ୟ ହୋଇଥିଲେ।
ଦେଶର ୮୦ତମ ସ୍ୱାଧୀନତା ଦିବସରେ ମାଉଣ୍ଟ ୟୁନାମ୍ ଶିଖରରେ ୮୦ ଫୁଟ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଆସୋସିଏସନ୍ ଫର୍ ଆଡଭେଞ୍ଚର ଆଣ୍ଡ ସୋସିଆଲ୍ ଆକ୍ଟିଭିଟିଜ୍ (ଆସା) ଏବଂ ସଙ୍କେତ କମ୍ୟୁନିକେଶନ୍ସ ପ୍ରାଇଭେଟ୍ ଲିମିଟେଡ୍ର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହୋଇଥିଲା।
ଅଭିଯାନକୁ ସଫଳ କରିବାରେ ପ୍ରଶିକ୍ଷକ ତାରାକାନ୍ତ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ସୋମନାଥ ରେଡ୍ଡୀ ନିରନ୍ତର ସହାୟତା କରିଥିଲେ। "ଆଶା" ଫାଉଣ୍ଡେସନ୍ର ସମ୍ପାଦକ ତଥା ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା, ଉପସଭାପତି ହରେଶ କୁମାର ମିଶ୍ର ଏବଂ ସଙ୍କେତ କମ୍ୟୁନିକେସନ୍ସର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

