Ukraine Iran War: କାସ୍ପିଆନ ସାଗରରେ ଇରାନୀ ଜାହାଜ ଉପରେ ଆକ୍ରମଣ କଲା ୟୁକ୍ରେନ
"ତେହେରାନ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଉ କେବଳ ସ୍ଥଳ ସୀମାରେ ସୀମିତ ନାହିଁ।
ୟୁକ୍ରେନ ପ୍ରଥମ ଥର ପାଇଁ କାସ୍ପିଆନ ସାଗରରେ ଏକ ଇରାନୀ ଜାହାଜକୁ ଟାର୍ଗେଟ କରି ବିବାଦକୁ ଏକ ନୂତନ ମୋଡ଼ ଦେଇଛି।
ରିପୋର୍ଟ ଅନୁସାରେ, ଜାହାଜଟି ରୁଷ ପାଇଁ ସାମରିକ ମାଲ ପରିବହନ କରୁଥିଲା ବୋଲି ଜଣାପଡିଛି।
ଏହି ଆକ୍ରମଣ ଇରାନ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି, ତେହେରାନ ଏହି କାର୍ଯ୍ୟକୁ ଖୋଲା ଆକ୍ରମଣ ବୋଲି କହିଛି।ଇରାନର ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି ଯୁଦ୍ଧର ନିଆଁରେ ୟୁକ୍ରେନ ଘିଅ ଢାଳୁଛି ବୋଲି କହି ଯୁଦ୍ଧ ବ୍ୟାପିବା ନେଇ ଚେତାବନୀ ଦେଇଛି।
ତେହେରାନରେ ଅବସ୍ଥାପିତ ୟୁକ୍ରେନର ଚାର୍ଜ ଡି"ଆଫେୟର୍ସଙ୍କୁ ଏନେଇ ପ୍ରତିବାଦ ଜଣାଇବା ପାଇଁ ସମନ ଜାରି କରାଯାଇଛି।Advertisment Last Letter Of Soldier: କାର୍ଗିଲ ବିଜୟ ଦିବସ: ସହିଦ ରାଜେଶ ଗୁରୁଙ୍ଗଙ୍କ ଶେଷ ଚିଠି ଆଜି ବି ଆଖିରେ ଆଣେ ଲୁହ ଇରାନୀ ଅଧିକାରୀମାନେ କହିଛନ୍ତି, ୟୁକ୍ରେନ ଏବଂ ଏହାର ଉସୁକାଉଥିବା ସହଯୋଗୀମାନେ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଦାୟୀ।
ଆକ୍ରମଣରେ ଜାହାଜର କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
ନାଟୋ ଦେଶମାନଙ୍କ ପାଇଁ ନୂତନ ଚ୍ୟାଲେଞ୍ଜ୍ ବଢୁଥିବା ବିଶ୍ୱ ସଙ୍କଟ ମଧ୍ୟରେ ଏହି ଘଟଣା ଚିନ୍ତା ସୃଷ୍ଟି କରିଛି।
ଏପର୍ଯ୍ୟନ୍ତ କାସ୍ପିଆନ ସାଗର ଅଞ୍ଚଳ ସିଧାସଳଖ ଯୁଦ୍ଧ କ୍ଷେତ୍ର ପାଲଟିନାହିଁ।
କିନ୍ତୁ ୟୁକ୍ରେନର ଆକ୍ରମଣ ସୂଚାଇ ଦେଇଛି, ଯେକୌଣସି ସ୍ଥାନରେ ରୁଷର ଯୋଗାଣ ଲାଇନକୁ ଟାର୍ଗେଟ କରାଯାଇ ପାରିବ।
ତେହେରାନ ଏବଂ ମସ୍କୋ ମଧ୍ୟରେ ବଢୁଥିବା ନିବିଡ଼ ସାମରିକ ସମ୍ପର୍କ ପଶ୍ଚିମ ଏବଂ ନାଟୋ ଦେଶମାନଙ୍କ ପାଇଁ ମଧ୍ୟ ଏକ ନୂତନ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।