UCO Bank: ୟୁକୋ ବ୍ୟାଙ୍କର ନିଟ୍‌ ଲାଭ ୬୫୬ କୋଟି

Jul 24, 2026 - 23:35
UCO Bank: ୟୁକୋ ବ୍ୟାଙ୍କର ନିଟ୍‌ ଲାଭ ୬୫୬ କୋଟି

"ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୬୫୬ କୋଟି ଟଙ୍କାର ନିଟ୍‌ ଲାଭ କରିଛି ଯାହା ପୂର୍ବବର୍ଷର ଏହି ସମୟର ୬୦୭ କୋଟି ଟଙ୍କା ନିଟ୍‌ ଲାଭ ତୁଳନାରେ ୮.୦୫ ପ୍ରତିଶତ ଅଧିକ।

ବ୍ୟାଙ୍କର ରିଟେଲ୍‌, କୃଷି ଓ ଏମ୍ଏସ୍‌ଏମ୍‌ଇ ଅଗ୍ରିମ ୨୫.୨୭ ପ୍ରତିଶତ ବୃଦ୍ଧି ପାଇ ୧,୫୬, ୭୪୫ କୋଟି ଟଙ୍କା ହୋଇଛି।Advertisment ଆହୁରି ପଢନ୍ତୁ:Cabinet: କେମିକାଲ ପାର୍କ ପ୍ରତିଷ୍ଠା ଲାଗି ""ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ) ରସାୟନ""କୁ କ୍ୟାବିନେଟ୍‌ ମଞ୍ଜୁରି ବ୍ୟାଙ୍କର ମୋଟ୍‌ କାରବାର ଏହି ସମୟରେ ୧୫.୫୩ ପ୍ରତିଶତ ବଢ଼ି ୬,୦୫,୦୮୩ କୋଟି ଟଙ୍କା ‌ହୋଇଛି।

କାସା ଜମା ୧୨.୩୪ ପ୍ରତିଶତ ବଢ଼ି ୧,୧୬,୧୩୬ କୋଟି ଟଙ୍କାରେ ପହଞ୍ଚିଛି।ପ୍ରଥମ ତ୍ରୈମାସିକରେ ବ୍ୟାଙ୍କର ନିଟ୍‌ ସୁଧ ଆୟ ୧୬.୮୬ ପ୍ରତିଶତ ବୃଦ୍ଧି ପାଇ ୨୮୦୮ କୋଟି ଟଙ୍କା, ନିଟ୍‌ ସୁଧ ମାର୍ଜିନ ୩.୦୫ ପ୍ରତିଶତ,ପୁଞ୍ଜି ସ୍ବଚ୍ଛଳତା ହାର ୧୯.୦୩ ପ୍ରତିଶତ ଓ ପ୍ରୋଭିଜନ କଭରେଜ୍‌ ରେସିଓ ୯୭.୮୫ ପ୍ରତିଶତ ହୋଇଛି।

ଆହୁରି ପଢନ୍ତୁ:CJP Protest: କିଏ ଏହି ଯୁବତୀ ରିୟା ?

ଅଟକାଇ ଦେଲେ ପୁଲିସ୍‌ ଭ୍ୟାନ୍‌  ବ୍ୟାଙ୍କର ପରିଚାଳନାଗତ ଲାଭ ୭୯.୮୪ ପ୍ରତିଶତ ବୃଦ୍ଧି ପାଇ ୨୮୧୦ କୋଟି ଟଙ୍କା, ମୋଟ୍‌ ଏନ୍‌ପିଏ ୨.୦୮ ପ୍ରତିଶତ ଓ ନିଟ୍‌ ଏନ୍‌ପିଏ ୦.୨୫ ପ୍ରତିଶତ ରହିଛି।

ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ବ୍ୟାଙ୍କର ୩୪୨୧ଟି ଘରୋଇ ଶଖା ଏବଂ ହଂକଂ ଓ ସିଙ୍ଗାପୁରରେ ୨ଟି ଶାଖା ଓ ଇରାନର ଏକ ପ୍ରତିନିଧି କାର୍ଯ୍ୟାଳୟ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।