Tumor surgery: କିମାଶ୍ଚର୍ଯ୍ୟମ୍: ମସ୍ତିଷ୍କ ଟ୍ୟୁମର୍ ଅସ୍ତ୍ରୋପଚାରରେ ଏଆଇ
"ଚିକିତ୍ସା ବିଜ୍ଞାନ ଇତିହାସରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଉ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି।
ଲଣ୍ଡନ୍ର ନ୍ୟାସନାଲ୍ ହସ୍ପିଟାଲ୍ ଫର୍ ନ୍ୟୁରୋଲୋଜି ଆଣ୍ଡ୍ ନ୍ୟୁରୋସର୍ଜରିର ଡାକ୍ତରମାନେ ବିଶ୍ୱର ପ୍ରଥମ ସଫଳ ଏଆଇ-ସହାୟକ ମସ୍ତିଷ୍କ ଟ୍ୟୁମର ଅସ୍ତ୍ରୋପଚାର କରିଛନ୍ତି।
ଏହି ଅସ୍ତ୍ରୋପଚାର ଦ୍ୱାରା ରାଇସ୍ ହିବର୍ଟ (ଚିତ୍ରରେ ଡାହାଣରେ ଅଛନ୍ତି) ନାମକ ରୋଗୀଙ୍କ ଦୃଷ୍ଟିଶକ୍ତି ବର୍ତ୍ତିଯାଇଛି।
ଗତ ମେ ମାସରେ ହୋଇଥିବା ଏହି ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ପିଟୁଇଟାରି ଗ୍ଲାଣ୍ଡ୍ରେ ଥିବା ୧୧ ମିଲିମିଟରର ଟ୍ୟୁମରକୁ କାଢ଼ି ଦିଆଯାଇଥିଲା।
ଏହି ସ୍ଥାନଟି ଅତ୍ୟନ୍ତ ସମ୍ବେଦନଶୀଳ, କାରଣ ଏଠାରେ ଚକ୍ଷୁ ସହ ଜଡ଼ିତ ସ୍ନାୟୁ ଓ ରକ୍ତନଳୀ ଅତି ନିକଟରେ ଥାଏ।
ମାତ୍ର ଏକ ମିଲିମିଟର ଭୁଲ୍ ମଧ୍ୟ ଦୃଷ୍ଟିଶକ୍ତି ନଷ୍ଟ, ଷ୍ଟ୍ରୋକ୍ କିମ୍ବା ମୃତ୍ୟୁର କାରଣ ହୋଇପାରେ।Advertisment Kathatiye jajabara: କଥାଟିଏ-ଯାଯାବର: ରାଜା ଓ ବିଦୂଷକ ତେଣୁ ଅସ୍ତ୍ରୋପଚାର ସମୟରେ ଏଆଇ ବ୍ୟବସ୍ଥା ସିଧାସଳଖ କ୍ୟାମେରା ଫୁଟେଜ୍ ବିଶ୍ଳେଷଣ କରି ଗୁରୁତ୍ୱପୂର୍ଣ୍ଣ ସ୍ନାୟୁ ଓ ରକ୍ତନଳୀକୁ ଚିହ୍ନଟ କରୁଥିଲା।
ବିଭିନ୍ନ ଅଙ୍ଗକୁ ଭିନ୍ନ ରଙ୍ଗରେ ଦେଖାଇ ଏହା ଶଲ୍ୟ ଚିକିତ୍ସକମାନଙ୍କୁ ସୁରକ୍ଷିତ ଭାବେ ଅସ୍ତ୍ରୋପଚାର କରିବାରେ ସହାୟତା କରିଥିଲା।
ତେବେ ଅସ୍ତ୍ରୋପଚାରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଡାକ୍ତରମାନଙ୍କ ହାତରେ ଥିଲା।
ଶହ ଶହ ସର୍ଜରିର ଭିଡିଓ ଦେଖି ପ୍ରଶିକ୍ଷିତ ଏହି ଏଆଇ ମାନବ ଡାକ୍ତରଙ୍କ ସ୍ଥାନ ନେବା ପରିବର୍ତ୍ତେ ସହାୟକ ଭାବେ କାର୍ଯ୍ୟ କରୁଛି।
ଏହି ସଫଳତା ଭବିଷ୍ୟତରେ ଜଟିଳ ଅସ୍ତ୍ରୋପଚାରକୁ ଅଧିକ ସୁରକ୍ଷିତ କରିବ ବୋଲି ଆଶା କରାଯାଉଛି।
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
