Welcome!

Unlock your personalized experience.
Sign Up

Trump: ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ତୁରନ୍ତ ଲାଗୁ ହେବ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ବନ୍ଦ

Oct 11, 2026 - 21:01
Trump: ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ତୁରନ୍ତ ଲାଗୁ ହେବ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ବନ୍ଦ

ୱାସିଂଟନ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଏକ ରାଜିନାମା ହୋଇଥିବା ସେ ଦାବି କରିଛନ୍ତି। ପରସ୍ପରର ଶକ୍ତିକେନ୍ଦ୍ର ଉପରେ ଏହି ଅସ୍ତ୍ରବିରତି ତୁରନ୍ତ ଲାଗୁ ହେବ ବୋଲି ଟ୍ରମ୍ପ କହିଛନ୍ତି। ତେବେ ଏହି ରାଜିନାମାର ସର୍ତ୍ତ, ଅବଧି ଓ ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ସମ୍ପର୍କରେ ସେ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି।

ଆହୁରି ପଢନ୍ତୁ: production: ଡାଲି ଉତ୍ପାଦନରେ ଆଗକୁ ବଢ଼ୁଛି ଭାରତ

ଟ୍ରମ୍ପ ନିଜ ସାମାଜିକ ଗଣମାଧ୍ୟମ ‘ଟ୍ରୁଥ୍‌ ସୋସିଆଲ୍‌’ରେ ଏହି ଘୋଷଣା କରିଛନ୍ତି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ତୁରନ୍ତ ଶକ୍ତି କ୍ଷେତ୍ରରେ ଅସ୍ତ୍ରବିରତି ଲାଗୁ ହେଉଛି ଏବଂ ଉଭୟ ପକ୍ଷ ଏଥିରେ ରାଜି ହୋଇଛନ୍ତି ବୋଲି ସେ ଲେଖିଛନ୍ତି। ଏହି ରାଜିନାମା ଭଙ୍ଗ ନ କରିବାକୁ ମଧ୍ୟ ସେ ଉଭୟ ଦେଶକୁ ଆହ୍ୱାନ ଦେଇଛନ୍ତି। ୨୦୨୨ ଫେବ୍ରୁଆରିରେ ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ଉପରେ ରୁଷ୍‌ର ଆକ୍ରମଣ ଯୋଗୁଁ ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ଓ ଉତ୍ତାପ ଯୋଗାଣ ପ୍ରଭାବିତ ହୋଇଛି।

ଆହୁରି ପଢନ୍ତୁ: Modi: ବିଶ୍ୱକୁ ଆପଣଙ୍କ ସମାଧାନ ଦରକାର: ଚେନ୍ନାଇରେ ଯୁବପିଢ଼ିଙ୍କୁ ନୂଆ ସ୍ୱପ୍ନ ଦେଖାଇଲେ ମୋଦୀ

ଶୀତ ଋତୁରେ ଏଭଳି ଆକ୍ରମଣ ସାଧାରଣ ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ଟ୍ରମ୍ପଙ୍କ ଏହି ଘୋଷଣା ଏପରି ଏକ ସମୟରେ ଆସିଛି, ଯେତେବେଳେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ କୂଟନୈତିକ ଉଦ୍ୟମ ଚାଲିଛି। ଶନିବାର ଟ୍ରମ୍ପ ୟୁକ୍ରେନ୍‌ର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ ଟ୍ରମ୍ପଙ୍କ ଘୋଷଣା ପରେ ରୁଷ୍‌ କିମ୍ବା ୟୁକ୍ରେନ୍‌ ସରକାରଙ୍କ ପକ୍ଷରୁ ଏହି ରାଜିନାମା ନେଇ ସ୍ୱତନ୍ତ୍ର ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ। ତେଣୁ ଅସ୍ତ୍ରବିରତିର ପରିସର ଓ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଏବେ ଅନିଶ୍ଚିତତା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)