Trump Threatens:  ପୁଣି ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

Aug 04, 2026 - 08:21
Trump Threatens:  ପୁଣି ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

" ନୂଆଦିଲ୍ଲୀ: ଇରାନକୁ ପୁଣି ଥରେ କଡ଼ା ବାର୍ତ୍ତା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। “ଏହା ବୁଝାମଣାର ଶେଷ ସୁଯୋଗ” ବୋଲି ସ୍ପଷ୍ଟ କରି ଟ୍ରମ୍ପ କହିଛନ୍ତି, ଖୁବ୍ ଶୀଘ୍ର ଆମେରିକା ଓ ଇରାନ ମଧ୍ୟରେ ନୂଆ ଆଲୋଚନା ଆରମ୍ଭ ହୋଇପାରେ।

ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ରହିବ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍‌କୁ ପୁଣିଥରେ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକାର ଚିନ୍ତା ଦୂର କରିବା।

ତେବେ ଟ୍ରମ୍ପଙ୍କ ସତର୍କ  ହେଉଛି, ଯଦି ଏହି ଆଲୋଚନା ବିଫଳ ହୁଏ, ତେବେ ଆମେରିକା ତା"ର ସାମରିକ ପଦକ୍ଷେପକୁ ଆହୁରି ତୀବ୍ର କରିପାରେ।

ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ଟ୍ରମ୍ପ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହୋର୍ମୁଜ୍ ଜଳସନ୍ଧିକୁ ଖୋଲିବା ଉପରେ ଆଲୋଚନା ହେବ ଏବଂ ପରେ ଇରାନର ପରମାଣୁ ନିରସ୍ତ୍ରୀକରଣ ପ୍ରସଙ୍ଗ ଉଠିବ।Advertisment ଅଧିକ ପଢନ୍ତୁ:  War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ ଇରାନର ବୟାନ ଉପରେ ରାଗିଲେ ଟ୍ରମ୍ପ ଏପରିକି ସେ ଦାବି କରିଛନ୍ତି ଯେ, ଉପସାଗରୀୟ ଦେଶଗୁଡ଼ିକର ଅନୁରୋଧ ପରେ ଇରାନ ଉପରେ ହେବାକୁ ଥିବା ଏକ ବଡ଼ ସାମରିକ ଆକ୍ରମଣକୁ ସ୍ଥଗିତ ରଖାଯାଇଥିଲା।

ଅନ୍ୟପଟେ, ଇରାନ କହିଛି ଯେ ଆଲୋଚନା କେବଳ ଜାହାଜ ଚଳାଚଳର ସୁରକ୍ଷାକୁ ନେଇ ସୀମିତ।

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଟ୍ରମ୍ପ କହିଛନ୍ତି, ଇରାନ ଯାହା କହୁନା କାହିଁକି, ପରମାଣୁ ଅସ୍ତ୍ର ପ୍ରସଙ୍ଗ ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ।

ଏହା ସହ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିବାର ସଙ୍କେତ ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।