Trump Statement: ୨୫୦ ପ୍ରତିଶତ ଶୁଳ୍କ ଧମକ ଦେଇ ବନ୍ଦ କରିଥିଲି ଭାରତ ଏବଂ ପାକିସ୍ତାନ ସଂଘର୍ଷ: ଟ୍ରମ୍ପ

Aug 01, 2026 - 11:59
Trump Statement: ୨୫୦ ପ୍ରତିଶତ ଶୁଳ୍କ ଧମକ ଦେଇ ବନ୍ଦ କରିଥିଲି ଭାରତ ଏବଂ ପାକିସ୍ତାନ ସଂଘର୍ଷ: ଟ୍ରମ୍ପ

"ୱାସିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ବନ୍ଦ କରିବାର ଶ୍ରେୟ ପୁଣିଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇଛନ୍ତି।

ସେ କହିଛନ୍ତି, ମୁଁ ଶୁଳ୍କକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲି।

ସଂଘର୍ଷ ବନ୍ଦ ନ ହେଲେ ଉଭୟ ପକ୍ଷ ଉପରେ ୨୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଗତ ବର୍ଷ ଧମକ ଦେଇଥିଲି।

ଏନେଇ ଭାରତ ଏବଂ ପାକିସ୍ତାନ ଗଭୀର ଅସନ୍ତୁଷ୍ଟ ହୋଇଥିଲେ ବୋଲି ଟ୍ରମ୍ପ ଦାବି କରିଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷରେ ୧୧ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି ବୋଲି ଟ୍ରମ୍ପ ମଧ୍ୟ ଦାବି କରିଛନ୍ତି।

ସେ କହିଛନ୍ତି, ଗୋଟିଏ ଦିନ ପରେ, ସେମାନେ ଫୋନ୍ କରି କହିଥିଲେ, ଆମେ ସଂଘର୍ଷ କରିବୁ ନାହିଁ।Advertisment ରାଷ୍ଟ୍ରପତିତ୍ୱ ସମୟରେ ଆଠଟି ଯୁଦ୍ଧ ବନ୍ଦ କରିଛି: ଟ୍ରମ୍ପ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ କରି କହିଥିଲେ ଯେ, ଶାହବାଜ ସରିଫ ମତେ ଫୋନ୍ କରି କହିଥିଲେ ଯେ, "ମୁଁ ଦୁଇଟି ପରମାଣୁ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ସଂଘର୍ଷକୁ ରୋକି ୫କୋଟି ଲୋକଙ୍କ ଜୀବନ ବଞ୍ଚାଇଛି।

କ୍ୟାମ୍ପ ଡେଭିଡରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ, ସେ ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଆଠଟି ଯୁଦ୍ଧ ବନ୍ଦ କରିଛନ୍ତି।

ଭାରତ ଟ୍ରମ୍ପଙ୍କ ଦାବିକୁ ନିରନ୍ତର ଖଣ୍ଡନ କରିଆସିଛି ଏବଂ ଅସ୍ତ୍ରବିରତିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ କରାଯାଇଥିବାକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛି।

ଭାରତ କହି ଆସୁଛି ଯେ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରିବା ପରେ ଅପରେସନ ସିନ୍ଦୂର ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଥିଲା।

Kerala Flood: ଇଡୁକ୍କିରେ ଭୂସ୍ଖଳନ: ଜଣେ ମହିଳାଙ୍କ ମୃତ୍ୟୁ, ୮ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କଲା ଆଇଏମଡି ସୂଚନାଯୋଗ୍ୟ, ଭାରତ ଗତ ବର୍ଷ ମେ" ୭ ତାରିଖ ସକାଳେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା।

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି ଅପରେସନ ଆରମ୍ଭ କରାଯାଇଥିଲା।

ଯେଉଁଥିରେ ପାକିସ୍ତାନ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ୨୬ ଜଣଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ।

ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ର ପାଇଁ ବ୍ୟବହୃତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଭାରତ ଟାର୍ଗେଟ କରିଥିଲା।

ମେ" ୧୦ ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଭୟଙ୍କର ସାମରିକ ମୁହାଁମୁହିଁ ହୋଇଥିଲା, ଯେଉଁଥିରେ ଭାରତୀୟ ସଶସ୍ତ୍ର ବାହିନୀ ସେମାନଙ୍କର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଯୁଦ୍ଧକୁ ରୋକିବା ପାଇଁ ନିଜକୁ ବାରମ୍ବାର ଶ୍ରେୟ ଦେଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।