Trump Faces Setback: ଟ୍ରମ୍ପଙ୍କୁ ବଡ଼ ଝଟକା; ଜନ୍ମଗତ ନାଗରିକତା ନିଷେଧ ଆଦେଶ ଖାରଜ

Jul 01, 2026 - 09:29
Trump Faces Setback: ଟ୍ରମ୍ପଙ୍କୁ ବଡ଼ ଝଟକା; ଜନ୍ମଗତ ନାଗରିକତା ନିଷେଧ ଆଦେଶ ଖାରଜ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ଜନ୍ମଗତ ନାଗରିକତାକୁ ସୀମିତ କରିବା ନିୟମ ବିରୁଦ୍ଧରେ ରାୟ ଦେଇଛନ୍ତି ଆମେରିକା ସର୍ବୋଚ୍ଚ ନାୟାଳୟ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଗତ ନାଗରିକତା ନିଷେଧ ଆଦେଶକୁ ଖାରଜ କରିଦେଇଛନ୍ତି ଆମେରିକାର ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ, ଆମେରିକୀୟ ମାଟିରେ ଜନ୍ମିତ ପ୍ରାୟ ପ୍ରତ୍ୟେକ ଶିଶୁର ନାଗରିକତ୍ୱ ପାଇବାର ଅଧିକାର ଅଛି। 

ଜାନୁଆରୀ ୨୦୨୫ରେ ଟ୍ରମ୍ପ ପୁନର୍ବାର ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ଏଭଳି ନିଷ୍ପତ୍ତି ନେଇଥିଲେ ଟ୍ରମ୍ପ। ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଆମେରିକାରେ ଅବୈଧ ଓ ଅସ୍ଥାୟୀ ଭାବେ ରହୁଥିବା ପିତାମାତାଙ୍କ ଠାରୁ ଜନ୍ମିତ ଶିଶୁଙ୍କୁ ଆମେରିକୀୟ ଜନ୍ମଗତ ନାଗରିକତାରୁ ବଞ୍ଚିତ ରଖିବା। ହେଲେ ନିୟମ ବିରୋଧରେ ସୁପ୍ରିମ କୋଟଙ୍କ ରାୟ ପରେ କିଛି ପ୍ରବାସୀଙ୍କୁ ଆଶ୍ବସ୍ତି ମିଳିଛି।