Cracks Down on Illegal Sand Mining: ୨ କୋଟିର ବାଲି ଜବତ, ଘଟଣାସ୍ଥଳରେ ୧୬୩ ଧାରା ଜାରି
ଆଉ ୨ କୋଟି ଟଙ୍କାର ବାଲି ଜବତ କଲା ପ୍ରଶାସନ। ୯୦୦ ଟ୍ରିପ୍ ରୁ ଊର୍ଦ୍ଧ ବେଆଇନ୍ ଭାବରେ ଗଚ୍ଛିତ ବାଲି ଜବତ କରିଛି ଜିଲ୍ଲା ପ୍ରଶାସନ। ନାଉଗାଁ ତହସିଲ ଏରେଡା ଓ ବୋଦର ନିକଟରେ ଉପଜିଲ୍ଲାପାଳଙ୍କ ଚଢ଼ାଉରୁ ବାଲି ଜବତ ହୋଇଛି। ଜବତ ବାଲିର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଆଜି ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯିବ।
ସମସ୍ତ ଜବତ ବାଲିକୁ ନିଲାମ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ତଳେ ବିରିଡି ତହସିଲ ଶଙ୍ଖାରିସାହି ଠାରେ ବେଆଇନ ଭାବେ ଗଛିତ ଥିବା ୫୦୦ ଟ୍ରିପରୁ ଉର୍ଦ୍ଧ୍ବ ବାଲିକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଥିଲା। ବର୍ଷା ଦିନ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ ବେଆଇନ ଭାବରେ ନଦୀଗର୍ଭରୁ ବାଲି ଉଠାଇ ବିଭିନ୍ନ ସ୍ଥାନରେ ହଜାର ହଜାର ଟ୍ରିପ ବାଲି ଗଛିତ ରଖିଥିବା ଦେଖାଯାଇଛି।