Trump AI Force: ଏଆଇ ଫୋର୍ସ ଗଠନ କରିବେ ଟ୍ରମ୍ପ: ଖୁବ୍‌ଶୀଘ୍ର ମୁଖ୍ୟଙ୍କ ନାମ ଘୋଷଣା କରାଯିବ

Sep 20, 2026 - 10:26
Trump AI Force: ଏଆଇ ଫୋର୍ସ ଗଠନ କରିବେ ଟ୍ରମ୍ପ: ଖୁବ୍‌ଶୀଘ୍ର ମୁଖ୍ୟଙ୍କ ନାମ ଘୋଷଣା କରାଯିବ

"ୱାସିଂଟନ: କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ନିୟନ୍ତ୍ରଣ ତଦାରଖ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ "ଏଆଇ ଫୋର୍ସ" ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି।

ଏଆଇ ବିକାଶକୁ ମନ୍ଥର କରିବା ପାଇଁ ବଢୁଥିବା ଆହ୍ୱାନ ମଧ୍ୟରେ ଟ୍ରମ୍ପ ଏଭଳି ଯୋଜନା କରିଛନ୍ତି।

ସେ ଏହି ପଦକ୍ଷେପଗୁଡ଼ିକର କାର୍ଯ୍ୟାନ୍ୱୟନ କିମ୍ବା ରୂପରେଖା ବିଷୟରେ କୌଣସି ବିବରଣୀ ସେୟାର କରିନାହାନ୍ତି।Advertisment ଏଆଇ ମୁଖ୍ୟ ଅଧିକାରଙ୍କ ନାମ ଘୋଷଣା କରାଯିବ ସେ କହିଛନ୍ତି, ଖୁବ୍ ଶୀଘ୍ର ଜଣେ ଏଆଇ ମୁଖ୍ୟ ଅଧିକାରଙ୍କ ନାମ ଘୋଷଣା କରାଯିବ।

ପୂର୍ବରୁ, ଭେଞ୍ଚର କ୍ୟାପିଟାଲିଷ୍ଟ ଡେଭିଡ୍ ସାକ୍ସ ଏହି ଦାୟିତ୍ୱ ତୁଲାଉଥିଲେ।

୮୦ ବର୍ଷୀୟ ରାଷ୍ଟ୍ରପତି ଏଆଇ ଏବଂ ଡାଟା ସେଣ୍ଟରର ସମାଲୋଚକମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଏପରି ଏକ ଶିଳ୍ପକୁ ମୁଁ ଧ୍ୱଂସ କରିବାକୁ ଦେବି ନାହିଁ।

ଏଆଇକୁ ଲିବେରାଲ ଗୋଷ୍ଠୀ ସମାପ୍ତ କରିବାକୁ ଚାହୁଁଛନ୍ତି।

Iran Conditions: ଶାନ୍ତି ଆଲୋଚନା ଅବା ନିର୍ଣ୍ଣାୟକ ଯୁଦ୍ଧ: ୱାସିଂଟନ ସାମ୍ନାରେ ୭ କଠୋର ସର୍ତ୍ତ ରଖିଲା ଇରାନ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଗତ କିଛି ବର୍ଷ ଧରି, ମୌଳବାଦୀ ବାମପନ୍ଥୀ ଡେମୋକ୍ରାଟମାନେ ଆମ ଦେଶକୁ ଧ୍ୱଂସ କରିବା ପାଇଁ ଅନେକ ମିଛ ପ୍ରଚାର କରୁଛନ୍ତି।

ତେବେ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଭାବରେ, ମୁଁ ଏପରି କରିବାକୁ ଅନୁମତି ଦେବି ନାହିଁ।

ମୁଁ ଏହାର ବିକାଶକୁ ଉତ୍ସାହିତ କରିବି ବୋଲି ଟ୍ରମ୍ପ କହିଛନ୍ତି।

କିନ୍ତୁ ଏହା ଉପରେ କଡ଼ା ନଜର ମଧ୍ୟ ରଖାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)