Tree Plantation: ଆମ ଓଡ଼ିଶା ସମ୍ବାଦ ଏବଂ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ
ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆମ ଓଡ଼ିଶା ସମ୍ବାଦ ଏବଂ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
୨୩୦ଟି ଚାରା ରୋପଣ
ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୋପାଳ ମହାରଣା, ସନ୍ତୋଷ କୁମାର ଖିଲାର, ଶଙ୍କର କୁମାର ନାଲା, ତୁଷାରୀ ପଟ୍ଟନାୟକ, ମନୋଜ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବୃକ୍ଷର ଉପକାରିତା ସହ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଥିଲେ। ସେହିପରି ଜଣେ ଜଣେ ପାଞ୍ଚଟି ବୃକ୍ଷରୋପଣ କରିବା ସହ ତାହାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିସରରେ ପର୍ଯ୍ୟାୟ କ୍ରମେ ବିଭିନ୍ନ କିସମର ଗଛ ଯଥା ଆମ୍ବ, ପିଜୁଳି, ସଜନା, ବାହାଡ଼ା, କୃଷ୍ଣଚୁଡା, ଅଁଳା, ଜାମୁକୋଳି, କଦମ୍ବ, ବେଲ ଓ ଅମୃତଭଣ୍ଡା ଭଳି ୨୩୦ଟି ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁମିତ ଚନ୍ଦନ ପଟ୍ଟନାୟକ, ସୀମାଞ୍ଚଳ ବେହେରା, ଦିବାକର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ରମେଶ ପଟ୍ଟନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
Meeting: ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।