Tree Plantation Drive କାଶୀନଗର ‘ସମ୍ବାଦ ସାହିତ୍ୟ ଘର’ ତରଫରୁ ବୃକ୍ଷରୋପଣ

Aug 26, 2026 - 18:03
Tree Plantation Drive କାଶୀନଗର ‘ସମ୍ବାଦ ସାହିତ୍ୟ ଘର’ ତରଫରୁ ବୃକ୍ଷରୋପଣ

"କାଶୀନଗର( ଆନନ୍ଦ ପାତ୍ର ): କାଶୀନଗର "ସମ୍ବାଦ ସାହିତ୍ୟ ଘର' ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଶୀନଗର ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ ବା ବୃକ୍ଷ ରୋପଣ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Advertisment ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ କାଶୀନଗର ଫୋରେଷ୍ଟ ଅଫିସର ବଳରାମ ଶବର, ଅଗ୍ନିଶମ ବିଭଗୀୟ ଅଧିକାରୀ କୈଳାସ ଚନ୍ଦ୍ର ଗମାଙ୍ଗ ଓ ସମାଜସେବୀ ତଥା କଉଁଶୀଲର କ.

ରାମରାଓ ଯୋଗ ଦେଇ ନିଜ ନିଜ କର କମଳରେ ବୃକ୍ଷ ଚାରାରୋପଣ କରିଥିଲେ।

ଅତିଥି ବକ୍ତାମାନେ ନିଜ ବକ୍ତବ୍ୟରେ, ବୃକ୍ଷ ରୋପଣ ଦ୍ୱାରା ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା, ଆଗାମୀ ପିଢ଼ି ପାଇଁ ଏହା ଏକ ସଂଜୀବନୀ ସଦୃଶ୍ୟ, ପରିବେଶ ସନ୍ତୁଳନ ରହିବା ସହ ଭୂପୃଷ୍ଠରେ ଏକ ସବୁଜ ବଳୟ ସୃଷ୍ଟି ହେବ ବୋଲି କହିଥିଲେ।

Sambad Sahityaghara: ଚନ୍ଦାହାଣ୍ଡି ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷରୋପଣ ବନପାଳ ଶ୍ରୀ ଶବର କହିଥିଲେ, କାଶୀନଗର ସମ୍ବାଦ ପରିବାର ସଦସ୍ୟ ମାନେ ସବୁବେଳେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣକୁ ଆପଣେଇ ପରିବେଶକୁ ସବୁଜିମାରେ ପରିଣତ କରିଥାନ୍ତି।

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ କହିଥିଲେ, ବୃକ୍ଷ ଚାରାରୋପଣ ଦ୍ୱାରା ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ଭୂସ୍ଖଳନ ରୋକିବା,ବର୍ଷାର ସନ୍ତୁଳନ ରକ୍ଷା, ଜଳସ୍ତର ବୃଦ୍ଧି ଓ ଜୈବବିବିଧତାର ସଂରକ୍ଷଣ ପାଇଁ ବୃକ୍ଷ ରୋପଣର ନିହାତି ଆବଶ୍ୟକ।

Sambad Ravivar Sahitya Page: ଆଜିର ସମ୍ବାଦ ସାହିତ୍ୟ ପୃଷ୍ଠାର ଝଲକ...

କ୍ଲିକ୍ କରନ୍ତୁ ଗଳ୍ପ, କବିତା ପଢ଼ନ୍ତୁ...

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କାଶୀନଗର ବନ ବିଭଗ ଓ ଅଗ୍ନିଶମ ବିଭାଗ  କର୍ମଚାରିମାନେ ସହଯୋଗ କରିଥିବା ବେଳେ ସମ୍ବାଦ ପ୍ରତିନିଧି ଆନନ୍ଦ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)