Welcome!

Unlock your personalized experience.
Sign Up

Travelling: ରାସନ ଓ ଭତ୍ତା ପାଇଁ ଯାଉଛନ୍ତି ୧୧ କିମି ଦୂର: ମୌଳିକ ସୁବିଧାରୁ ବଞ୍ଚିତ ଗଣେଶ୍ବରପୁର

Oct 05, 2026 - 02:47
Travelling: ରାସନ ଓ ଭତ୍ତା ପାଇଁ ଯାଉଛନ୍ତି ୧୧ କିମି ଦୂର: ମୌଳିକ ସୁବିଧାରୁ ବଞ୍ଚିତ ଗଣେଶ୍ବରପୁର

ପାଳଲହଡ଼ା: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ ଅଧୀନସ୍ଥ ବନ୍ଧାଭୂଇଁ ପଞ୍ଚାୟତର ଗଣେଶ୍ବରପୁର ଗାଁ। ଏହି ଗାଁକୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଅପହଞ୍ଚ। ବର୍ଷ ବର୍ଷ ଧରି ଗାଁର ଲୋକେ ନାନା ସମସ୍ୟା ସହ ଯୁଝୁଛନ୍ତି। ଏହା ମଧ୍ୟରେ ଅନେକ ଥର ନିର୍ବାଚନ ହୋଇଛି, ସରକାର ବଦଳିଛି, ନେତା ବି ବଦଳିଛନ୍ତି। ହେଲେ, ଏମାନଙ୍କ ଭାଗ୍ୟରେ କୌଣସି ପରିବର୍ତ୍ତନ ହୋଇନି। ନିର୍ବାଚନ ବେଳେ ନେତା ଗାଁକୁ ଆସନ୍ତି, ପ୍ରତିଶ୍ରୁତି ଦିଅନ୍ତି। ହେଲେ ପରେ ଭୁଲିଯାଆନ୍ତି ବୋଲି ଗ୍ରାମବାସୀ ‌କ୍ଷୋଭର ସହିତ କହିଛନ୍ତି।

Judgement: ୧୩୫ ବର୍ଷ ପୁରୁଣା କେନ୍ଦ୍ରୀୟ ସଚିବାଳୟ ପାଠାଗାର ନେଇ ସ୍ବତଃ ସଂଜ୍ଞାନ ନେଲେ ସୁପ୍ରିମକୋର୍ଟ

ଗଣେଶ୍ବରପୁର ଗାଁରେ ୨୦୦ ଲୋକ ରହୁଛନ୍ତି। ଗାଁକୁ ଯିବାକୁ ସିଧା ରାସ୍ତା ନାହିଁ। ଗାଁର ଜଣେ କଲେଜ ପଢ଼ୁଆ ଯୁବକ ମୁନା ଅପଟ୍ କହିଛନ୍ତି, ପାଳଲହଡ଼ା ସଦର ମହକୁମାରୁ ୨୫ କିମି ଦୂର ତଥା ପଞ୍ଚାୟତ ସଦରମହକୁମାରୁ ୧୧ କିମି ଦୂରରେ ଥିବା ଗଣେଶ୍ବରପୁର ଗାଁକୁ ସିଧା ରାସ୍ତା ନାହିଁ। ଗାଁକୁ ଯିବାକୁ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ର ଗାଁ ଦେଇ ଯିବାକୁ ପଡ଼େ। ପିଇବା ପାଣିର ସୁବିଧା ନଥିବାରୁ ଗାଁ ଲୋକେ ଖୋଲା କୂଅ ଓ ପୋଖରୀ ଉପରେ ନିର୍ଭର କରିଥାନ୍ତି। ଯଦ୍ବାରା ବିଭିନ୍ନ ସମୟରେ ଜଳବାହିତ ରୋଗର ଶିକାର ହେଉଥିବା ଜଣାପଡ଼ିଛି। ଗାଁର ହିତାଧିକାରୀ ୧୧ କିମି ଚାଲି ରାସନ ଓ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଆସିଥାନ୍ତି। ସରକାରୀ ବସ୍ ସେବା ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।

Earthquake: ମହାରାଷ୍ଟ୍ରର ହିଙ୍ଗୋଳିରେ ୨.୫ ତୀବ୍ରତା ଭୂମିକମ୍ପ

ଗଣେଶ୍ୱରପୁର ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ୧୮ରୁ ୧୯ ଜଣ ଶିଶୁ ଗାଁଠାରୁ ୯ କିମି ଦୂର ତଭାପଲ୍ ଗାଁ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥାନ୍ତି। ଜଙ୍ଗଲ ଦେଇ ଶିଶୁମାନେ ନିତିଦିନ ଯାତାୟାତ କରିପାରୁ ନ ଥିବାରୁ ଶିକ୍ଷା ବାଧାପ୍ରାପ୍ତ ହେଉଛି। ପିବିଡିଏ ପକ୍ଷରୁ ନିର୍ମାଣ କରାଯାଇଥିବା ସୋଲାର ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡ଼ିଛି। ରାସ୍ତା ନ ଥିବାରୁ ଗାଁରେ ଜରୁରି ସୁବିଧା‌ ପହଞ୍ଚି ପାରେନାହିଁ। ଏହି ଗାଁକୁ ମୌଳିକ ସୁବିଧା ଯୋଗାଇ ଦେବା ସହ ବସ୍‌ ଚଳାଚଳ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)