Travel Free on Ama Bus ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍‌’ରେ ମହିଳାମାନଙ୍କୁ ମାଗଣାଯାତ୍ରା

Aug 26, 2026 - 20:59
Travel Free on Ama Bus ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍‌’ରେ ମହିଳାମାନଙ୍କୁ ମାଗଣାଯାତ୍ରା

"ଭୁବନେଶ୍ୱର:  ପବିତ୍ର ରକ୍ଷା ବନ୍ଧନ ଦିବସରେ ମହିଳା ଯାତ୍ରୀଙ୍କ ପାଇଁ ୨୭ ଅଗଷ୍ଟ ୨୦୨୬ରେ ଆମ ବସ୍‌ରେ ଦେୟମୁକ୍ତ ଯାତ୍ରା ପାଇଁ କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍) ଘୋଷଣା କରିଛି।

ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍‌ରେ ଏହି ସୁବିଧା ଉପଲବ୍ଧ ହେବ ।

ଏହାଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ।Advertisment Subhadra 5th installment ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ୫ମ କିସ୍ତି, ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଯାଞ୍ଚ ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।

ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତାକୁ ଏହା ଆହୁରି ସୁଦୃଢ଼ କରିବ ।

ଜିପିଏସ ଆଧାରିତ ବସ୍ ଟ୍ରାକିଂ, ସିସିଟିଭି ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମ ବସ୍ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି ।

ମହିଳାଙ୍କୁ ଶ୍ରେଷ୍ଠ କରିବାକୁ ସଂକଳ୍ପ: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ "ସୁଭଦ୍ରା" ତୃତୀୟ କିସ୍ତି, କଟକରେ ରାଜ୍ୟସ୍ତରୀୟ ନାରୀଶକ୍ତି ସମାବେଶ କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ୍ ଆଲମ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଆଯାଇଥିବା ଏହି ପଦକ୍ଷେପ ମହିଳାମାନଙ୍କୁ ନିରାପଦ, ସୁଲଭ ଓ ସମ୍ମାନଜନକ ଯାତାୟାତ ସୁବିଧା ପ୍ରଦାନ ଦିଗରେ କ୍ରୁଟ୍ର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ ।

ଦେୟମୁକ୍ତ ଯାତ୍ରା ସତ୍ତ୍ୱେ ଜିରୋ ଟିକେଟ୍ ନେବା ମହିଳା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ।

ଏଥିସହ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହଯୋଗ କରିବା ଏବଂ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ କ୍ରୁଟ୍ ପକ୍ଷରୁ ଅନୁରୋଧ କରାଯାଇଛି।

ପବିତ୍ର ରକ୍ଷା ବନ୍ଧନ ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ମହିଳାମାନଙ୍କୁ ଆମ ବସ୍‌ ଯାତ୍ରାର ସାଥୀ କରି ନିରାପଦ, ସୁବିଧାଜନକ ଓ ଚିନ୍ତାମୁକ୍ତ ଯାତ୍ରାର ଅନୁଭୂତି ନେବାକୁ କ୍ରୁଟ୍ ଆହ୍ୱାନ କରିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)