tractor crash ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଳକ ଗୁରୁତର

Jul 28, 2026 - 18:57
tractor crash ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଳକ ଗୁରୁତର

"ଲଇକେରା:  ଲଇକେରା ଥାନା ଅନ୍ତର୍ଗତ ରେଙ୍ଗାଲବେଡ଼ା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଛି।

ଟ୍ରାକ୍ଟର ଚାଳକ ଗୁରୁତର ଆହତ ହୋଇଛନ୍ତି।

ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିବାରୁ ଅଞ୍ଚଳର ବିଦ୍ୟୁତ୍‌ ସରବରାହ ବନ୍ଦରହିଛି।

Advertisment Road Accident: ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କା, ୧ ମୃତ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟ୍ରାକ୍ଟରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟଟିକୁ ଧକ୍କା ଦେଇଥିଲେ।

ଧକ୍କା ଏଭଳି ତୀବ୍ର ଥିଲା ଯେ ବିଦ୍ୟୁତ୍ ଖୁଣ୍ଟଟି ଭାଙ୍ଗିଯିବା ସହ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।

ଫଳରେ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ।

ଏହି ସମୟରେ ସେହି ରାସ୍ତା ଦେଇ ଫେରୁଥିବା ଲଇକେରା ଗୋଷ୍ଠୀ ଶିକ୍ଷାଧିକାରୀ ହିମାଂଶୁ ବାଗ ସ୍ଥାନୀୟ ଲୋକଙ୍କ ସହଯୋଗରେ ଓଲଟି ପଡ଼ିଥିବା ଟ୍ରାକ୍ଟରକୁ ଉଠାଇ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।

Illegal Sand Mining ୩ ବାଲି ବୋଝେଇ ହାଇୱା, ୪ ଟ୍ରାକ୍ଟର ଜବତ ଟ୍ରାକ୍ଟରରେ ଥିବା ଅନ୍ୟ ଜଣେ ଯୁବକ ଦୁର୍ଘଟଣା ପୂର୍ବରୁ ତଳକୁ ଡେଇଁ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ପ୍ରଥମେ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା।

ସେଠାରେ ତାଙ୍କର ବାନ୍ତି ବନ୍ଦ ନ ହେବାରୁ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡ଼ା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଘଟଣାର ଖବର ପାଇ ଲଇକେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

ଡ୍ରାଇଭର ମଦ୍ୟପାନ କରିଥିଲେ କି ନାହିଁ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ସୂଚନା ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।