Toyota Service Center : ଜଳିଗଲା ଟୟୋଟାର ସର୍ଭିସ୍ ସେଣ୍ଟର; ନଥିଲା ଅଗ୍ନି ନିର୍ବାପକ ବ୍ୟବସ୍ଥା
"ଗଞ୍ଜାମ: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଅଟୋ ନଗରରେ ଥିବା ଟୟୋଟାର ସର୍ଭିସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ।
ଏହି ଘଟଣାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦାମୀ କାର୍ ଜଳି ପୋଡ଼ି ନଷ୍ଟ ହୋଇଯାଇଛି ।
୮ଟି ସେକ୍ସନର ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ପାରିଥିଲା ।
ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମ ବିଭାଗର ଅତ୍ୟାଧୁନିକ ରୋବଟ୍ କୃଷ୍ଣକୁ ନିୟୋଜିତ କରାଯାଇଥିଲା ।
Advertisment ଖବର ଲେଖାହେଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନଥିଲା ।
ଫାୟାର ସେଫ୍ଟି ନଥିବା ନେଇ ବିଭାଗକୁ ଜଣାଇବା ପରେ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି ।
ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ସମସ୍ତେ ସୁରକ୍ଷିତ ଅଛନ୍ତି।
ସରକାର ନିଜେ ଦୁର୍ନୀତି କରୁଛନ୍ତି: ମୋଦୀ ସରକାରଙ୍କ ଉପରେ ବର୍ଷିଲେ ମୁରଲୀ ମନୋହର ଯୋଶୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
