Welcome!

Unlock your personalized experience.
Sign Up

Today Horoscope : ଏହି ରାଶିର ବ୍ୟକ୍ତି ସାବଧାନ, ଯାନବାହନ ବ୍ୟବହାରରେ ବେଳେ ସତର୍କ ରହନ୍ତୁ...

Jul 20, 2026 - 07:33
Today Horoscope : ଏହି ରାଶିର ବ୍ୟକ୍ତି ସାବଧାନ, ଯାନବାହନ ବ୍ୟବହାରରେ ବେଳେ ସତର୍କ ରହନ୍ତୁ...

ମେଷ- ଆଜି ଦିନଟି ମଧ୍ୟମ ଫଳଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ଚାପ ଅନୁଭବ କରିପାରନ୍ତି। ପରିବାରରେ ସାଧାରଣ ପରିବେଶ ରହିବ। ଅନାବଶ୍ୟକ କଥାରେ ମୁଣ୍ଡ ପୂରାଇବା ଠିକ୍ ହେବ ନାହିଁ। ଧନ ଖର୍ଚ୍ଚ କରିବାବେଳେ ସତର୍କ ରୁହନ୍ତୁ। ଶାରୀରିକ କ୍ଲାନ୍ତି ଅନୁଭବ ହୋଇପାରେ।

ବୃଷ- ଆଜି ଆପଣଙ୍କ ପାଇଁ ଶୁଭ ସମୟ ରହିବ। ବ୍ୟବସାୟ ଓ ଚାକିରିରେ ଭଲ ଫଳ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଦିଗ ମଜବୁତ ହେବ। ପୁରୁଣା କାମ ସମାପ୍ତ କରିବାରେ ସଫଳ ହେବେ। ମନ ପ୍ରସନ୍ନ ରହିବ।

ମିଥୁନ- ନୂତନ ଯୋଜନାରେ ଲାଭ ମିଳିପାରେ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଘରୋଇ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଅନାବଶ୍ୟକ ଯାତ୍ରା କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ଆରୋଗ୍ୟ ସାଧାରଣ ରହିବ।

କର୍କଟ- ଚନ୍ଦ୍ରଙ୍କ ଶୁଭ ପ୍ରଭାବ ରହିବ। ଦୀର୍ଘଦିନର ଚିନ୍ତା ଦୂର ହେବାର ସମ୍ଭାବନା ରହିଛି। କାର୍ଯ୍ୟରେ ସଫଳତା ଓ ସମ୍ମାନ ପାଇପାରନ୍ତି। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଧନଲାଭର ଯୋଗ ରହିଛି। ମନ ଉତ୍ସାହିତ ରହିବ।

ସିଂହ- ଅଯଥା ବ୍ୟୟ ବଢ଼ିପାରେ। ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ କିଛି ବାଧା ଆସିପାରେ। ପରିବାରରେ ସାଧାରଣ ପରିସ୍ଥିତି ରହିବ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଶାରୀରିକ ଦୁର୍ବଳତା ଦେଖାଦେଇପାରେ।

କନ୍ୟା- ଦିନଟି ଶୁଭ ଫଳଦାୟକ ରହିବ। ନୂତନ କାର୍ଯ୍ୟରେ ଲାଭ ମିଳିପାରେ। ପରିବାରରେ ସୁଖ ଓ ଶାନ୍ତି ରହିବ। ବନ୍ଧୁମାନଙ୍କ ସହଯୋଗ ପାଇବେ। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା- ସୋମବାର ଶୁଭ ସମୟ ରହିବ। ଅଟକିଥିବା କାମ ସମାପ୍ତ ହୋଇପାରେ। ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଦିଗରେ ଲାଭ ମିଳିପାରେ। ନୂତନ ପରିଚୟ ଲାଭଦାୟକ ହେବ। ମନ ଖୁସି ରହିବ।

ବିଛା- କାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। ପରିବାରର ସହଯୋଗ ରହିବ। ଧନ ସମ୍ବନ୍ଧୀୟ କାମରେ ସଫଳତା ମିଳିପାରେ। ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିପାରେ। ଶରୀର ସୁସ୍ଥ ରହିବ।

ଧନୁ- ଆଜି ଘାତବାର ପ୍ରଭାବ ରହିଥିବାରୁ ସତର୍କ ରହନ୍ତୁ। ଯାତ୍ରା କିମ୍ବା ଯାନବାହନ ବ୍ୟବହାରରେ ସାବଧାନତା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ହୋଇପାରେ। ପରିବାରରେ ଛୋଟ ମୋଟ ମତଭେଦ ହୋଇପାରେ। ଅନାବଶ୍ୟକ କ୍ରୋଧରୁ ଦୂରେ ରୁହନ୍ତୁ। ଭଗବାନଙ୍କ ସ୍ମରଣ କରନ୍ତୁ।

ମକର- ଦିନଟି ସାଧାରଣ ରୁ ଭଲ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ପରିବାରରେ ଶାନ୍ତି ରହିବ। ଧନ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ହୋଇପାରେ। ବୟସ୍କଙ୍କ ପରାମର୍ଶ ଲାଭଦାୟକ ହେବ। ମନୋବଳ ବଢ଼ିବ।

କୁମ୍ଭ- ଆପଣଙ୍କ ପାଇଁ ଶୁଭ ଦିନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ। ପରିବାରରେ ସୁଖ ଶାନ୍ତି ରହିବ। ଆର୍ଥିକ ଲାଭର ସମ୍ଭାବନା ରହିଛି। ସାମାଜିକ ସମ୍ମାନ ବଢ଼ିପାରେ। ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ।

ମୀନ- ଆଜିର ଦିନଟି ଭଲ ରହିବ। ନୂତନ କାର୍ଯ୍ୟରେ ଆଗ୍ରହ ବଢ଼ିବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଧନଲାଭର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଭଗବାନଙ୍କ କୃପା ଲାଭ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।