Welcome!

Unlock your personalized experience.
Sign Up

Public USB Charging Scam: ରେଲୱେ ଷ୍ଟେସନରେ ଫୋନ୍ ଚାର୍ଜ କରିବା ପଡ଼ିପାରେ ମହଙ୍ଗା , ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !

Jul 20, 2026 - 21:41
Public USB Charging Scam: ରେଲୱେ ଷ୍ଟେସନରେ ଫୋନ୍ ଚାର୍ଜ କରିବା ପଡ଼ିପାରେ ମହଙ୍ଗା , ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !

ନୂଆଦିଲ୍ଲୀ : ଆଜିକାଲି ଅଧିକାଂଶ ଲୋକ ଯାତ୍ରା କରିବା ବେଳେ ନିଜର ସ୍ମାର୍ଟଫୋନକୁ ଚାର୍ଜ କରିବାକୁ ପର୍ସନାଲ ଚାର୍ଜର , କେବଲ କିମ୍ୱା ପାୱାର ବ୍ୟାଙ୍କ ସାଥିରେ ରଖନ୍ତି ନାହିଁ। ଏହି ସ୍ଥିତିରେ ସେମାନଙ୍କୁ ଏୟାରପୋର୍ଟ , ରେଲୱେ ଷ୍ଟେସନ କିମ୍ୱା ଅନ୍ୟ କୌଣସି ପବ୍ଲିକ୍ ସ୍ଥାନରେ ଥିବା ଚାର୍ଜିଂ ଷ୍ଟେସନର ବ୍ୟବହାର କରିବାକୁ ପଡ଼ି ଥାଏ। ଏହି ସବୁ ଚାର୍ଜିଂ ପଏଣ୍ଟରେ ଅନେକ ଅଜଣା ଲୋକ ମଧ୍ୟ ନିଜର ଫୋନ୍ ଚାର୍ଜ କରନ୍ତି ଏବଂ ଆପଣଙ୍କର ଏହି ଗୋଟିଏ ଭୁଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେଇ ପାରେ। ଅନେକ ସମୟରେ ଫୋନ୍ ହ୍ୟାକିଂ ଏବଂ ବ୍ଲାକମେଲିଂ ମଧ୍ୟ ହୋଇପାରେ।

ଜାଣନ୍ତୁ କେମିତି କେବଳ ଫୋନ୍ ଚାର୍ଜରେ ଲଗେଇବା ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇପାରେ –

ଯେବେ ଆପଣ କୌଣସି ପବ୍ଲିକ୍ ସ୍ଥାନ ଯେମିତି କି ଏୟାରପୋର୍ଟ , ରେଲୱେ ଷ୍ଟେସନ, ହୋଟେଲ କିମ୍ୱା କାଫେରେ ନିଜର ଫୋନ୍ ଚାର୍ଜ କରିଥାନ୍ତି , ତ ହ୍ୟାକରମାନେ ଏହାର ଫାଇଦା ଉଠାଇ ଥାନ୍ତି, ଏହି ସ୍ଥିତିରେ ୟୁଏସବି ପୋର୍ଟରେ ହ୍ୟାକିଂ ଡିଭାଇସ ଲାଗିଥାଇ ପାରେ। ଯେମିତି ହିଁ ଆପଣ ନିଜର ଫୋନ୍ ଚାର୍ଜିଂରେ ଲଗାନ୍ତି ,ହ୍ୟାକର ଆପଣଙ୍କର ସ୍ମାର୍ଟଫୋନରେ ଥିବା ପର୍ସନାଲ ଇନଫର୍ମେସନ ,ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଚୋରେଇ ନେଇପାରେ କିମ୍ୱା ବିପଜ୍ଜନକ ଭାଇରସ ପଠାଇପାରେ। ଏହି କାରଣରୁ ପବ୍ଲିକ୍ ଚାର୍ଜିଂ ଷ୍ଟେସନର ବ୍ୟବହାର କରିବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇ ପାରେ।ଚାର୍ଜିଂ ପାଇଁ ଯେଉଁ ୟୁଏସବି କେବଲର ବ୍ୟବହାର କରାଯାଏ , ତାହା କେବଳ ବ୍ୟାଟେରୀ ଚାର୍ଜ କରେନାହିଁ, ବରଂ ଡାଟା ଟ୍ରାନ୍ସଫର ମଧ୍ୟ କରିପାରେ।

ଯଦି ପବ୍ଲିକ୍ ଚାର୍ଜିଂ ଷ୍ଟେସନରେ ଫୋନ୍ ଲଗେଇବା ପରେ ଆପଣଙ୍କ ଫୋନରେ Allow this device କିମ୍ୱା କୌଣସି ପ୍ରକାରର ଡାଟା ଆକ୍ସେସ ଥିବା ପପ୍-ଅପ୍ ଆସିଥାଏ , ତ ତୁରନ୍ତ ସାବଧାନ ହୋଇ ଯାଆନ୍ତୁ। ଏହାର ଅର୍ଥ ହୋଇପାରେ ଯେ, ଚାର୍ଜିଂ ଷ୍ଟେସନ ସେଫ୍ ନୁହେଁ, ଏମିତି ସ୍ଥିତିରେ କୌଣସି ବି ଅନୁମତିକୁ Allowକରନ୍ତୁ ନାହିଁ , ଯାହାକି ଆପଣଙ୍କ ଡାଟା ଓ ବ୍ୟାଙ୍କ୍ ଆକାଉଣ୍ଟ ସେଫ୍ ରହିବ।

ଏମିତି ସ୍କାମରୁ କେମିତି ସୁରକ୍ଷିତ ରହିବେ , ଜାଣନ୍ତୁ –

ଯଦି ଆପଣ ଯାତ୍ରା ସମୟରେ ନିଜର ଫୋନ ନିରାପଦ ଉପାୟରେ ଚାର୍ଜ କରିବାକୁ ଚାହାନ୍ତି ତ , ସର୍ବଦା ନିଜ ସାଥିରେ ନିଜର ଚାର୍ଜର ଓ କେବଲ ନେବାକୁ ଚେଷ୍ଟା କରନ୍ତୁ। ସବୁଠୁ ସୁରକ୍ଷିତ ଉପାୟ ଫୋନକୁ ସିଧା ଥିବା ସକେଟରେ ଚାର୍ଜ କରନ୍ତୁ। ଯଦି ଆପଣଙ୍କ ପାଖରେ ପାୱାର ବ୍ୟାଙ୍କ ଅଛି, ତ ପ୍ରଥମେ ତାକୁ ଚାର୍ଜ କରାନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ସେଥିରୁ ନିଜ ଫୋନ ଚାର୍ଜ କରାନ୍ତୁ। ଏଥିରେ ଆପଣଙ୍କ ଫୋନ ମଧ୍ୟ ସୁରକ୍ଷିତ ରହିବ ଏବଂ କୌଣସି ପ୍ରକାରର ଡାଟା ଚୋରି କିମ୍ୱା ବ୍ୟାଙ୍କ ଫ୍ରଡ୍ ହେବାର ବିପଦ ରହିବ ନାହିଁ।

ଆହୁରି ମଧ୍ୟ ପଢନ୍ତୁ - AI Robot Fight : ମୁଣ୍ଡ ଅଲଗା ହୋଇଗଲା , ତଥାପି ଲଢିବା ଛାଡ଼ି ନଥିଲା ରୋବୋଟ୍ ! ଫାଇଟ୍ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।