TMC Allegations: ମମତାଙ୍କୁ ଗୃହବନ୍ଦୀ କରିବା ଷଡଯନ୍ତ୍ର!: ବାରୁଇପୁର ଗଣଦୁଷ୍କର୍ମ ମାମଲାରେ କ୍ରୋଧିତ ଟିଏମସି ନେତା

Jul 06, 2026 - 10:23
TMC Allegations: ମମତାଙ୍କୁ ଗୃହବନ୍ଦୀ କରିବା ଷଡଯନ୍ତ୍ର!: ବାରୁଇପୁର ଗଣଦୁଷ୍କର୍ମ ମାମଲାରେ କ୍ରୋଧିତ ଟିଏମସି ନେତା

"କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ରାଜ୍ୟର ରାଜନୈତିକ ପରିବେଶକୁ ଉଷ୍ମ କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବାରୁଇପୁର ଗସ୍ତ ପୂର୍ବରୁ ତାଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ବାସଭବନ ବାହାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

ଟିଏମସି ଏହାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି ଏବଂ କେନ୍ଦ୍ର ସରକାର ତଥା ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ଟିଏମସି ସରକାରଙ୍କ ଏହି ପଦକ୍ଷେପକୁ ପୀଡିତାଙ୍କ ପରିବାରକୁ ଭେଟିବାରୁ ବାନାର୍ଜୀଙ୍କୁ ବାଧା ଦେବାର ପ୍ରୟାସ ବୋଲି ଅଭିଯୋଗ କରିଛି।

ବାରୁଇପୁରର ଏହି ଅମାନୁଷିକ ଘଟଣା ପରେ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି)ଗଠନ କରାଯାଇଛି।

ଯାଦବପୁରର ଟିଏମସି ସାଂସଦ ସାୟନୀ ଘୋଷ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି।

ସେ କହିଛନ୍ତି ଯେ, ଏକ ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ଏସଆଇଟି ଗଠନ କରାଯାଇଛି।

ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ସେ କଥା ହୋଇଥିବା କହିଛନ୍ତି।Advertisment ମମତା ଦିଦି ଜଣେ ଜନନେତା: ସାଂସଦ ଡୋଲା ସେନ୍ ମମତା ବାନାର୍ଜୀଙ୍କ ବାସଭବନ ବାହାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଉପସ୍ଥିତିକୁ ଟିଏମସି ନେତାମାନେ କଡ଼ା ବିରୋଧ କରିଛନ୍ତି।

ଦଳର ସାଂସଦ ଡୋଲା ସେନ୍ ପ୍ରଶ୍ନ କରିଛନ୍ତି, ମମତା ବାନାର୍ଜୀଙ୍କୁ ଗୃହବନ୍ଦୀ କରିବା ପାଇଁ ଚେଷ୍ଟା କରାଯାଉଛି କି?

ସେ ଏହାକୁ "ସୁପର ଏମରଜେନ୍ସି" ବୋଲି କହିଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଡୋଲା ସେନ୍ କହିଛନ୍ତି,ମମତା ଦିଦି ଜଣେ ଜନନେତା।

ଏହି ଘଟଣା ପରେ, ସେ ସେଠାକୁ ଯିବାକୁ ଚାହୁଁଥିଲେ।

କିନ୍ତୁ ସେମାନେ ତାଙ୍କୁ ଗୃହବନ୍ଦୀ ଭଳି କରି ରଖିଛନ୍ତି।

ଏହା କରି କ"ଣ ସେମାନେ ଦିଦିଙ୍କୁ ଅଟକାଇ ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଠାରେ ଏତେ ପୁଲିସ ଅଧିକାରୀଙ୍କୁ ବିନା କାରଣରେ ନିୟୋଜିତ କରାଯାଇଛି।

ପୁଲିସ ପ୍ରଶାସନ ଯାହା କରୁଛି ତାହା ଠିକ୍ ନୁହେଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଟିଏମସି ନେତା ମଦନ ମିତ୍ର ମଧ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରଶାସନକୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ମମତା ବାନାର୍ଜୀ ତାଙ୍କ ବାସଭବନରେ ଦଳୀୟ କର୍ମୀଙ୍କ ସହ ବୈଠକ କରୁଛନ୍ତି।

ଏଭଳି କରି ଜନସାଧାରଣଙ୍କ ସ୍ୱରକୁ ଦବାଇ ଦିଆଯାଇପାରିବ ନାହିଁ।

ସେ କହିଛନ୍ତି ଯେ, ଆରଜି କର ହସ୍ପିଟାଲ ମାମଲାରେ ନ୍ୟାୟ ପାଇଁ ଦାବି ଉଠିବା ପରି, ବାରୁଇପୁର ପୀଡିତାଙ୍କୁ ମଧ୍ୟ ନ୍ୟାୟ ମିଳିବା ଉଚିତ୍।

ସେ କହିଛନ୍ତି,ସରକାର ନୀରବ ରହି ଜନସାଧାରଣଙ୍କୁ ଅଣଦେଖା କରି ଏକପାଖିଆ ଅତ୍ୟାଚାର ଜାରି ରଖିପାରିବେ ନାହିଁ।

Hezbollah: ଲେବାନନର ଖ୍ରୀଷ୍ଟିଆନ ଗ୍ରାମଗୁଡ଼ିକ ଇସ୍ରାଏଲରେ ସାମିଲ ହେବ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଏହି ଘଟଣା ଉପରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଦଳ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିଷେକ ବାନାର୍ଜୀ କହିଛନ୍ତି, ବିଜେପି ଏପରି ଏକ ପରିବେଶ ସୃଷ୍ଟି କରୁଛି ଯାହାଦ୍ବାରା ଜଘନ୍ୟ ଅପରାଧର ଅଭିଯୁକ୍ତମାନେ ଭାବୁଛନ୍ତି ଯେ, ସେମାନଙ୍କର ରାଜନୈତିକ ସୁରକ୍ଷା ଅଛି।

ଫଳରେ ରାଜନୈତିକ ସମ୍ପର୍କ ନ୍ୟାୟକୁ ପ୍ରଭାବିତ କରୁଥିବା ପରି ମନେହେଉଛି।

ରାଜନୈତିକ ଚାପ ନ୍ୟାୟ ବ୍ୟବସ୍ଥା ଉପରେ ପଡୁଥିବା ସେ ଅଭିଯୋଗ କରିଛନ୍ତି।

ବରିଷ୍ଠ ଟିଏମସି ନେତା ଏବଂ ରାଜ୍ୟସଭା ସାଂସଦ ଡେରେକ୍ ଓ"ବ୍ରାଏନ୍ ଦାବି କରିଛନ୍ତି ଯେ ମମତା ବାନାର୍ଜୀଙ୍କ ଗତିବିଧିକୁ ରୋକିବା ପାଇଁ ତାଙ୍କ ବାସଭବନ ବାହାରେ ସଂକୀର୍ଣ୍ଣ ଗଳିରେ ଜାଣିଶୁଣି ୧୦ ରୁ ଅଧିକ ପୁଲିସ ଗାଡ଼ି ମୁତୟନ କରାଯାଇଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସାଂସଦ କହିଛନ୍ତି, ଘଣ୍ଟା ଘଣ୍ଟା ଧରି, ମମତା ବାନାର୍ଜୀଙ୍କ ଘର ବାହାରେ ସଂକୀର୍ଣ୍ଣ ଗଳିରେ ଜାଣିଶୁଣି ୧୦ ରୁ ଅଧିକ ପୁଲିସ ଗାଡ଼ି ରଖାଯାଇଛି।

ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଘରୁ ଯେପରି ବାହାରି ନହେବ ସେଥି ପାଇଁ ଗଳି ଅବରୋଧ କରି ତାଙ୍କୁ ଯିବାକୁ ବାଟ ନଦେବା ପାଇଁ ଏହା ସରକାରଙ୍କର ଏକ ଚତୁର ପଦକ୍ଷେପ।

"