Teeth Care: ସରଳ ଘରୋଇ ଉପାୟରେ ଦାନ୍ତକୁ ଚକ୍ ଚକ୍‌ କରିପାରିବେ

Jul 06, 2026 - 11:21
Teeth Care: ସରଳ ଘରୋଇ ଉପାୟରେ ଦାନ୍ତକୁ ଚକ୍ ଚକ୍‌ କରିପାରିବେ

"ଭୁବନେଶ୍ବର: ମୁଖର ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଙ୍ଗ ହେଲା ଦାନ୍ତ।

ଜଣେ ଯେତେ ସୁନ୍ଦରୀ ହେଲେ ବି ଯଦି ଦାନ୍ତ ହଳଦିଆ ପଡ଼ିଥାଏ, ତେବେ ସେଥିଲାଗି ସେ ନିଜକୁ ଅସହଜ ମନେ କରିଥାନ୍ତି।

ଏହି କାରଣରୁ ଆଜିକାଲି ଅନେକ ଲୋକ ନିଜର ହଳଦିଆ ଦାନ୍ତକୁ ନେଇ ଚିନ୍ତିିତ ଅଛନ୍ତି।

ସେମାନେ କିପରି ଦାନ୍ତକୁ ଚକ୍‌ ଚକ୍‌ କରିବେ,ସେଥିପାଇଁ ଦନ୍ତ ଚିକିତ୍ସକଙ୍କ ପାଖକୁ ବି ଯାଇଥାନ୍ତି।

ହେଲେ ଆପଣ କ"ଣ ଜାଣନ୍ତି ଏହାର ଘରୋଇ ଉପାୟ ବି ଅଛି।

ଏହାର ଅବଲମ୍ବନ କଲେ ଦାନ୍ତ ଧଳା ଓ ଚକ୍‌ ଚକ୍‌ ଦିଶିବ।Advertisment ଦାନ୍ତ ମଜଭୁତ ବି ହୋଇଥାଏ ପ୍ରଥମ କଥା ହେଲା ଦାନ୍ତକୁ ଅତି କମ୍‌ରେ ଦୁଇ ଥର ଭଲ ଭାବେ ବ୍ରଶ୍‌ କରନ୍ତୁ।

ତା"ଛଡ଼ା ମାଉଥ୍‌ ଓ୍ୱାସରେ ଦିନ ଭିତରେ ଥରେ ଭଲ ଭାବେ ମୁହଁକୁ ସଫା କରନ୍ତୁ।

ଏପରି କରିଲେ ଦାନ୍ତରେ ଜମାଥିବା ମଇଳା ଦୂର ହୋଇଥାଏ।ହଳଦୀରେ ସୋରିଷ ତେଲ ଓ ଲୁଣ ମିଶାଇ ଦାନ୍ତରେ ବ୍ରଶ୍‌ ଭଳି ହାତରେ ଘଷିଲେ ହଳଦିଆ ଦାନ୍ତ ବି ସଫା ହୋଇଥାଏ ଓ ଚକ୍‌ ଚକ୍‌ ଦିଶେ।

ଖାଲି ସେତିକି ନୁହେଁ, ଦାନ୍ତ ମଜଭୁତ ବି ହୋଇଥାଏ।

ଦାନ୍ତ ହଳଦିଆ ପଡ଼ିଯାଇଥିଲେ ଖାଇବା ସୋଡ଼ାକୁ ଦାନ୍ତରେ ଘଷିଲେ ମଧ୍ୟ ଦାନ୍ତ ଚକ୍ ‌ଚକ୍‌ ଦିଶେ।

ଠିକ୍‌ ସେହିପରି ପ୍ରତିଦିନ ଗୋଟିଏ କଞ୍ଚା ଗାଜର କାଟି ଚୋବାଇ ଚୋବାଇ ଖାଇଲେ ଦାନ୍ତ ପରିଷ୍କାର ହେବାରେ ସହାୟକ ହୋଇଥାଏ।

Hezbollah: ଲେବାନନର ଖ୍ରୀଷ୍ଟିଆନ ଗ୍ରାମଗୁଡ଼ିକ ଇସ୍ରାଏଲରେ ସାମିଲ ହେବ "