TMC: ଟିଏମ୍ସି ଛାଡ଼ିଲେ ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ
"କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ରୁ ଇସ୍ତଫା ଦେଇଛନ୍ତି।
ସୋମବାର ଦଳକୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଟିଏମ୍ସିର ପ୍ରାଥମିକ ସଦସ୍ୟତା ଛାଡ଼ୁଥିବା କହିଛନ୍ତି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବୋଷ ଭାରତୀୟ ଜନତା ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ଟିଏମ୍ସିରେ ଯୋଗଦେବାବେଳେ ଚନ୍ଦ୍ର କୁମାର ବିଜେପିରେ ଯୋଗ ଦେବା ତାଙ୍କ ନିଷ୍ପତ୍ତିକୁ ଭୁଲ ବୋଲି ଦର୍ଶାଇଥିଲେ।Advertisment ଆହୁରି ପଢନ୍ତୁ: Kaveri Dispute: କାବେରୀ ଜଳ ବିବାଦ: ସୁପ୍ରିମ୍କୋର୍ଟ ଗଲା ତାମିଲନାଡ଼ୁ ସରକାର ନେତାଜୀଙ୍କ ସମାବେଶୀ ଜାତୀୟତାବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତି ପୂରଣ କରିବାରେ ବିଜେପି ବିଫଳ ହୋଇଥିବା ଅଭିଯୋଗ କରି ଚନ୍ଦ୍ର କୁମାର ବୋଷ ୨୦୨୩ ମସିହାରେ ବିଜେପିରୁ ଇସ୍ତଫା ଦେଇଥିଲେ।
୨୦୧୬ ମସିହାରେ ବିଜେପିରେ ଯୋଗ ଦେଇଥିବା ବୋଷ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନ ଦଳର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ତାଙ୍କୁ ୨୦୧୬ରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।
କିନ୍ତୁ ୨୦୨୦ରେ ଦଳର ସାଂଗଠନିକ ପୁନର୍ଗଠନ ସମୟରେ ଏହି ପଦରୁ ବାଦ ଦିଆଯାଇଥିଲା।
ଚନ୍ଦ୍ର କୁମାରଙ୍କ ଇସ୍ତଫା ସମ୍ପର୍କରେ ଟିଏମସି ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରିନାହିଁ।
ଚନ୍ଦ୍ର କୁମାର ନେତାଜୀଙ୍କ ବଡ଼ଭାଇ ଶରତ ଚନ୍ଦ୍ର ବୋଷଙ୍କ ନାତି ଓ ପୂର୍ବତନ ସାଂସଦ ଅମିୟ ନାଥ ବୋଷଙ୍କ ପୁଅ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।