TMC: ଅଯୋଗ୍ୟତା ଆବେଦନ ଉପରେ ୨୦ ବିଦ୍ରୋହୀ ଟିଏମ୍‌ସି ସାଂସଦଙ୍କୁ ଲୋକସଭା ବାଚସ୍ପତିଙ୍କ ନୋଟିସ

Aug 26, 2026 - 14:19
TMC: ଅଯୋଗ୍ୟତା ଆବେଦନ ଉପରେ ୨୦ ବିଦ୍ରୋହୀ ଟିଏମ୍‌ସି ସାଂସଦଙ୍କୁ ଲୋକସଭା ବାଚସ୍ପତିଙ୍କ ନୋଟିସ

"ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଚାଲିଥିବା ବିବାଦ ମଧ୍ୟରେ ୨୦ ବିଦ୍ରୋହୀ ସାଂସଦଙ୍କୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୋଟିସ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ବିଦ୍ରୋହୀ ସାଂସଦଙ୍କ ଅଯୋଗ୍ୟତା ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହେବା ପରେ, ଲୋକସଭା ସଚିବାଳୟ ତୃଣମୂଳ କଂଗ୍ରେସରୁ ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ନୋଟିସ ଜାରି କରି ସାତ ଦିନ ମଧ୍ୟରେ ସେମାନଙ୍କ ଉତ୍ତର ମାଗିଛି ବୋଲି ସୂତ୍ରରୁ ଜଣାପଡିଛି।Advertisment ମାମଲାର ଶୁଣାଣି ଚାଲିଛି ସୂଚନା ଅନୁଯାୟୀ, ଅଗଷ୍ଟ ୨୫ ତାରିଖରେ ଦିଆଯାଇଥିବା ନୋଟିସଗୁଡ଼ିକ ଲୋକସଭା ସଦସ୍ୟ (ଦଳବଦଳ ପରିବର୍ତ୍ତନ ଆଧାରରେ ଅଯୋଗ୍ୟତା) ନିୟମ, ୧୯୮୫ର ନିୟମ ୬ ଅନୁଯାୟୀ ଜାରି କରାଯାଇଥିଲା ଓ ଏଥିରେ ସାଂସଦମାନଙ୍କ ବିରୋଧରେ ଜୁନ୍ ୧୮ ତାରିଖରେ ଦାୟର ବାନାର୍ଜୀଙ୍କ ଆବେଦନର କପି ଅନ୍ତର୍ଭୁକ୍ତ ଥିଲା।ସୂଚନାଯୋଗ୍ୟ, ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ଚାଲିଛି।

ଅଭିଷେକ ସୁପ୍ରିମ‌କୋର୍ଟରେ ଅଭିଯୋଗ କରିଥିଲେ ଯେ, ଲୋକସଭା ବାଚସ୍ପତିଙ୍କ ସମ୍ମୁଖରେ ଦାୟର୍‌ ହୋଇଥିବା ସାଂସଦଙ୍କ ଅଯୋଗ୍ୟ ଆବେଦନ ଉପରେ ସମୟବଦ୍ଧ ଭାବରେ ନିଷ୍ପତ୍ତି ନିଆଯାଉ ନାହିଁ।

ମଙ୍ଗଳବାର ସୁପ୍ରିମକୋର୍ଟ ଟିଏମ୍‌ସି ଆବେଦନ ଉପରେ ୨୦ ବିଦ୍ରୋହୀ ସାଂସଦଙ୍କୁ ନୋଟିସ ଜାରି କରି ଜବାବ ମାଗିଥିଲେ।

ଏହାପରେ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବି ସାଂସଦଙ୍କୁ ନୋଟିସ ଜାରି କରି ଜବାବ ମଗାଯାଇଛି ‌ବୋଲି ଜଣାପଡ଼ିଛି।

Gurugram Rain: ବର୍ଷା ପାଣି ଘେରରେ ସ୍କୁଲ ବସ୍ ଚଳାଚଳ ବନ୍ଦ କଲା ଗୁରୁଗ୍ରାମ ପ୍ରଶାସନ; ଲୋକ କହିଲେ ରାସ୍ତା କାହିଁକି ମରାମତି ହେଉନାହିଁ ଟିଏମ୍‌ସି ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ କାକଳୀ ଘୋଷ ଦସ୍ତିଦାର୍‌, ସୁଦୀପ ବନ୍ଦୋପାଧ୍ୟାୟ, ଶତାବ୍ଦୀ ରାୟ, ପ୍ରସୁନ୍‌ ବାନାର୍ଜୀ, ରଚନା ବାନାର୍ଜୀ, ଜଗଦୀଶ ଚନ୍ଦ୍ର ବର୍ମା ବସୁନିଆ, ପାର୍ଥ ଭୌମିକ, ଅରୁପ ଚକ୍ରବର୍ତ୍ତୀ, ଦୀପକ ଅଧିକାରୀ, ସୟାନୀ ଘୋଷ, ବାପି ହାଲଦାର୍‌, ମହମ୍ମଦ ଅବୁ ତାହେର୍‌ ଖାନ୍‌, କାଳୀପଦ ସରେନ୍‌ ଖେର୍‌ୱାଲ, ଅସିତ୍‌ କୁମାର ମଲ୍, ଜୁନ୍‌ ମଲିହା, ମିତାଲି ବାଗ୍‌, ଖଲିଲୁର୍‌ ରହମାନ, ମାଲା ରାୟ, ଶର୍ମିଳା ସରକାର ଓ ୟୁସୁଫ ପଠାନ ଅଛନ୍ତି।

ଏହି ୨୦ ଜଣ ସାଂସଦ ତ୍ରିପୁରାର ଏକ ରାଜନୈତିକ ସଂଗଠନ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ)ରେ ଯୋଗ ଦେବା ପରେ ଓ ଗୃହରେ ପୃଥକ୍‌ ମାନ୍ୟତା ପାଇବା ପାଇଁ ଟିଏମସି ସଂସଦୀୟ ଦଳ ମଧ୍ୟରେ ବିବାଦ ମଧ୍ୟରେ ଏହି ଘଟଣା ଘଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)