Tirupati laddu: ନକଲି ଘିଅରେ ତିରୁପତି ଲଡୁ ପ୍ରସ୍ତୁତ; ସୁକ୍ରିତି ଫୁଡ୍ସ ପ୍ରମୋଟର ଗିରଫ

Sep 19, 2026 - 17:29
Tirupati laddu: ନକଲି ଘିଅରେ ତିରୁପତି ଲଡୁ ପ୍ରସ୍ତୁତ; ସୁକ୍ରିତି ଫୁଡ୍ସ ପ୍ରମୋଟର ଗିରଫ

"ହାଇଦ୍ରାବାଦ: ତିରୁପତି ଲଡ଼ୁ ପ୍ରସାଦ ପ୍ରସ୍ତୁତ କରିବାରେ ପାମ୍ ତେଲ, ପାମ୍ କର୍ଣ୍ଣେଲ୍ ତେଲ, ପାମୋଲିନ୍ ଓ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ ନକଲି ଘିଅ ବ୍ୟବହାର କରାଯାଇଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁକୃତି ଫୁଡ୍ସର ପ୍ରମୋଟର କୈଳାସ ଚାନ୍ଦ ମଙ୍ଗଳାଙ୍କୁ ଗିରଫ କରିଛି।

ଇଡି କହିଛି ଯେ, ମଙ୍ଗଳାଙ୍କୁ ଟିଟିଡି ଘିଅ ଅପମିଶ୍ରଣ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ସେପ୍ଟେମ୍ବର ୧୭ରେ ଏହାର ହାଇଦ୍ରାବାଦ କାର୍ଯ୍ୟାଳୟ ଦ୍ବାରା ଗିରଫ କରାଯାଇଥିଲା।

ପରେ ତାଙ୍କୁ ବିଶାଖାପାଟଣାସ୍ଥିତ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ କୋର୍ଟ ଆଗରେ ହାଜର କରାଯାଇଥିଲା, କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି।Advertisment ଏଜେନ୍ସି ଅନୁଯାୟୀ, ତିରୁପତି ଲଡୁ ପ୍ରସାଦ ପାଇଁ ବ୍ୟବହୃତ ଭେଜାଲ ଘିଅ ରିଫାଇନ ପାମ୍ ତେଲ ସହିତ ଏମ୍‌ଜି-୯୦, ମୋନୋଗ୍ଲିସେରାଇଡ୍ସ, ମାଇଭାସେଟ୍ ସଫ୍ଟ ୪୦୦ ଓ ଆସେଟିକ୍ ଏସିଡ୍ ଏଷ୍ଟର ଭଳି ରାସାୟନିକ ପଦାର୍ଥ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିଲା।

କେନ୍ଦ୍ରୀୟ ସଂସ୍ଥା ଅଭିଯୋଗ କରିଛି ଯେ, ଏଗୁଡ଼ିକୁ ଏଗମାର୍କ ସ୍ପେଶାଲ୍ ଗ୍ରେଡ୍ ଗାଈ ଘିଅ ଭାବରେ ଟିଟିଡିକୁ ଯୋଗାଣ କରାଯାଇଥିଲା।

୨୦୧୯ ରୁ ୨୦୨୪ ମଧ୍ୟରେ ଟିଟିଡିକୁ ଘିଅ ଯୋଗାଣର ଅଭିଯୋଗ ହୋଇଥିବା ଠକେଇର ମୂଲ୍ୟ ୨୩୦ କୋଟି ଟଙ୍କା ହେବ ଓ ଏଥିରେ ୯୬ କୋଟି ଟଙ୍କାର ନକଲି ଘିଅ ମଙ୍ଗଳାଙ୍କ କାରଖାନା ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ସେ ଶ୍ରୀ ବୈଷ୍ଣବୀ ଡେରୀ ସ୍ପେଶାଲିଟିଜ୍, ମାଲଗଙ୍ଗା ମିଲ୍କ ଆଣ୍ଡ୍ ଆଗ୍ରୋ ପ୍ରଡକ୍ଟସ୍ ଓ ଏ.ଆର.

ଡେରୀ ଫୁଡ୍ସ ସମେତ ବିଭିନ୍ନ ଫ୍ରଣ୍ଟ ସଂସ୍ଥା ମାଧ୍ୟମରେ ଭେଜାଲ ଘିଅ ଯୋଗାଣରେ ସମନ୍ୱୟ କରିଥିଲେ ବୋଲି ଇଡି କହିଛି।

ସମାନ ଅଭିଯୋଗରେ ଏଜେନ୍ସି ପୂର୍ବରୁ ଭୋଲେ ବାବା ଅର୍ଗାନିକ୍‌ ଡେରୀ ମିଲ୍କର ନିର୍ଦ୍ଦେଶକ ତଥା ପ୍ରମୋଟର ବିପିନ୍‌ ଜୈନଙ୍କୁ ଗିରଫ କରିଥିଲା।

ନୀଳଗିରିରେ ବଙ୍ଗୀୟ ପର୍ଯ୍ୟଟକଙ୍କ ବସ୍‌ ଓଲଟିଲା: ୩୦ରୁ ଅଧିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)