Three youths swept: କାଠଯୋଡ଼ିରେ ଭାସିଗଲେ ୩ ଯୁବକ: ଜଣେ ନିଖୋଜ, ୨ ଉଦ୍ଧାର
"ବାରଙ୍ଗ/ ତ୍ରିଶୂଳିଆ: ନରାଜସ୍ଥିତ ମହାନଦୀ ଓ କାଠଯୋଡ଼ି ନଦୀର ସଙ୍ଗମସ୍ଥଳ ପୁରୁଣା ପଥରବନ୍ଧ ନିକଟରେ ରବିବାର ଅପରାହ୍ଣ ପ୍ରାୟ ୬ଟା ବେଳେ ଅଘଟଣ ଘଟିଛି।
ଗାଧୋଉବା ସହ ସେଲ୍ଫି ନେବା ସମୟରେ ୩ ଜଣ ଯୁବକ କାଠଯୋଡ଼ିରେ ଭାସିଯାଇଥିଲେ।
ଏମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଛି।
ଉଦ୍ଧାର ହୋଇଥିବା ଦୁଇ ଜଣ ହେଲେ ମନୋଜ ମାଝୀ ଓ ସୌମ୍ୟରଞ୍ଜନ ମଲ୍ଲିକ।
ନିଖୋଜ ଯୁବକଜଣକ ହେଲେ ଆକାଶ ବେହେରା (୨୨)।
ଅଗ୍ନିଶମ ଟିମ୍ ଖୋଜାଖୋଜି କରୁଥିଲେ ହେଁ ତାଙ୍କ ପତ୍ତା ମିଳିପାରିନାହିଁ।Advertisment If the river: "ନଦୀକୁ ସଫା ନ ରଖିଲେ ଲାଗିବ ଦଫା" ସୂଚନା ଅନୁଯାୟୀ, କଟକ ମାଛୁଆବଜାର ଅଞ୍ଚଳର ୩ଯୁବକ ପୁରୁଣା ପଥରବନ୍ଧ ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଗାଧୋଇବାକୁ ପହଞ୍ଚିଥିଲେ।
କାଠଯୋଡ଼ିର ପଥରବନ୍ଧ ପାଖରେ ଗାଧୋଇବା ସହ ସେଲ୍ଫି ନେଉଥିଲେ।
ଏହି ସମୟରେ ଜଣଙ୍କର ଗୋଡ଼ ଖସିଯାଇଥିଲା।
ଏହି ସମୟରେ ସେହି ଯୁବକଜଣକ ତାଙ୍କ ବନ୍ଧୁଙ୍କୁ ମାଡ଼ି ବସିଥିଲେ।
୩ ଜଣ ପରସ୍ପରକୁ ଧରାଧରି ହୋଇ ନଦୀ ସ୍ରୋତର ଗଭୀର ଜଳକୁ ଭାସିଯାଇଥିଲେ।
ଉପସ୍ଥିତ ଥିବା ସ୍ଥାନୀୟ ନାଉରିଆ ପାଣି ଭିତରକୁ ଡେଇଁ ଦୁଇଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।
ମନୋଜ ଓ ସୌମ୍ୟ ମରଣ ମୁହଁରୁ ଫେରିଆସିଥିଲେ।
ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାରଙ୍ଗ ଅଗ୍ନିଶମ ବାହିନୀର ୭ଜଣିଆ ଟିମ୍ ସହାୟତାରେ ନିଖୋଜ ଆକାଶଙ୍କୁ ଖୋଜାଖୋଜି କରାଯାଇଥିଲା।
ତେବେ ଅନ୍ଧାର ହୋଇଯିବା ଓ ଲଗାଣବର୍ଷାରେ ନଦୀ ଜଳସ୍ତର ବଢ଼ିଥିବାରୁ ଖୋଜାଖୋଜି କରିବା କଷ୍ଟକର ହୋଇପଡ଼ିଥିଲା।
ରାତି ପ୍ରାୟ ୯ଟା ଯାଏଁ ନଦୀରେ ଅଗ୍ନିଶମ ଟିମ୍ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ବି କିଛି ପତ୍ତା ମିଳିପାରି ନଥିଲା।
ଆସନ୍ତାକାଲି ସକାଳ ୬ଟାରୁ ପୁଣି ଖୋଜାଖୋଜି କରାଯିବା ନେଇ ଅଗ୍ନିଶମ ଟିମ୍ ପକ୍ଷରୁ ସୂଚନା ମିଳିଛି।
River Drowning: କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ"