Three Indian Sailors Killed In Hormuz: ଭାରତୀୟ ଜାହାଜକୁ ହମଲା, ହର୍ମୁଜରେ ଗଲା ୩ ଜଣ ନାବିକଙ୍କ ଜୀବନ
ହର୍ମୁଜ ବନ୍ଦ ହେବା ପରେ ଭାରତୀୟ ଜାହାଜକୁ ହମଲା। ଲଗାତାର ଦୁଇ ଦିନରେ ଦୁଇଟି ବଡ଼ ଆଟାକ୍ କରାଯାଇଛି। ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳି ମାଡ଼ ହୋଇଛି। ଏହି ଆକ୍ରମଣରେ ୩ ଜଣ ଭାରତୀୟ ନାବିକଙ୍କ ଜୀବନ ଯାଇଛି। ପଲାଉ ଫ୍ଲାଗ୍ ଥିବା MT ଷ୍ଟେବେଲୋ ଜାହାଜକୁ ନିଶାନା କରିଛି ଆମେରିକା। ଏହି ଘଟଣାକୁ ଗୁରୁତର ସହ ନେଇଛି ନୂଆଦିଲ୍ଲୀ। ଆମେରିକା ରାଷ୍ଟ୍ରଦୂତଙ୍କୁ ଡାକି ପଚରାଉଚରା କରିଛି ଭାରତ। ଏହି ଘଟଣାରେ କଡ଼ା ଆପତ୍ତି ଉଠାଇବା ସହ ଅସନ୍ତୋଷ ଜାହିର କଲା ଭାରତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।