Supreme Court Landmark Observation: ଗୃହିଣୀ ‘ରାଷ୍ଟ୍ର ନିର୍ମାତା’ କହି ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

Jun 11, 2026 - 20:33
Supreme Court Landmark Observation: ଗୃହିଣୀ ‘ରାଷ୍ଟ୍ର ନିର୍ମାତା’ କହି ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଘର ସମ୍ଭାଳନ୍ତି... ପରିବାର ଗଢ଼ନ୍ତି... ପିଲାଛୁଆଙ୍କ ଭବିଷ୍ୟତ ତିଆରି କରନ୍ତି।  କିନ୍ତୁ ତାଙ୍କ କାମର କୌଣସି ଦରମା ନଥାଏ। ଦୀର୍ଘ ଦିନ ଧରି ସମାଜ ଯେଉଁ କାମକୁ ହୋମ୍ ମେକର ବା ଗୃହିଣୀ କହି ଅଣଦେଖା କରିଆସୁଥିଲା। କିନ୍ତୁ ସେହି କାମକୁ ଆଜି ଐତିହାସିକ ସ୍ୱୀକୃତି ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କ ଉପରେ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଗୃହିଣୀମାନେ କେବଳ ଗୃହିଣୀ ନୁହନ୍ତି, ସେମାନେ ରାଷ୍ଟ୍ର ନିର୍ମାତା ମଧ୍ୟ। ତାଙ୍କ ଅବଦାନକୁ ଟଙ୍କାରେ ମାପିହେବ ନାହିଁ। 

ଜଷ୍ଟିସ ସଞ୍ଜୟ କାରୋଲ ଓ ଜଷ୍ଟିସ ଏନକେ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗୃହିଣୀମାନେ ପରିବାର ଓ ଭବିଷ୍ୟତ ପିଢି ଗଢ଼ିବାରେ ମହତ୍ବପୂର୍ଣ୍ଣ କାମ କରୁଛନ୍ତି। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଗୃହିଣୀମାନଙ୍କ ଅବଦାନ ପାରିଶ୍ରମିକ ହୀନ ଘରୋଇ ଶ୍ରମଠାରୁ ବହୁ ଅଧିକ। ରାଷ୍ଟ୍ର ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଖଣ୍ଡପୀଠ ଏକଥା ବି କହିଛନ୍ତି ଯେ, ଘର ସମ୍ଭାଳୁଥିବା ମହିଳାଙ୍କ କାମର ମୂଲ୍ୟ ଅଛି, ଆଉ ସେହି ମୂଲ୍ୟ ମାସକୁ ଅତି କମ୍ ରେ ୩୦ ହଜାର ଟଙ୍କା। ସଡ଼କ ଦୁର୍ଘଟଣାରେ କ୍ଷତିପୂରଣ ନିର୍ଦ୍ଧାରଣ ବେଳେ ଅବୈତନିକ ଘରୋଇ କାର୍ଯ୍ୟର ମୂଲ୍ୟାୟନ ହେବା ଦରକାର। 

ଏଭଳି କ୍ଷେତ୍ରରେ ଗୃହିଣୀଙ୍କ କାମର ନ୍ୟୁନତମ ମାସିକ ମୂଲ୍ୟ ୩୦ ହଜାର ଟଙ୍କା ଧରାଯିବ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି। ଏକ ସଡ଼କ ଦୁର୍ଘଟଣା ମାମଲାର ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ଦେବା ସହ ଗୃହିଣୀଙ୍କ ଅବଦାନକୁ ଯଥୋଚିତ ମୂଲ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁ ପରେ ସ୍ୱାମୀ, ୩ ପିଲା ଟ୍ରିବ୍ୟୁନାଲ୍ ଆଗରେ କ୍ଷତିପୂରଣ ଦାବି କରିଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।