Three Chariots to Take Southward Direction: ଦକ୍ଷିଣମୁଖା ହେବେ ତିନି ରଥ, ପାଳିତ ହୋଇଛି ହେରାପଞ୍ଚମୀ ନୀତିକାନ୍ତି
ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସରେ ହେରାପଞ୍ଚମୀ ନୀତିକାନ୍ତି ପାଳନ ହୋଇଯାଇଛି । ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିବା ପରେ ବନକ ଲାଗି, ପାଟ ଶାଢ଼ି, ଅଳଙ୍କାର ଇତ୍ୟାଦି ଲାଗି ହୋଇ ବେଶ କରିଥିଲେ । ବିମାନବଡୁ ସେବକମାନେ ବିମାନକୁ ଧାରଣ କରି ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ରଥ ପାଖରେ ରଖିଥିଲେ। ବିଳମ୍ବିତ ରାତିରେ ସେଠାରେ ପତିମହାପାତ୍ରଙ୍କ ଦ୍ୱାରା ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ଓ ଦହି ପଟି ମଣୋହି କରାଯାଇଥିଲା ।
ଏହାପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥିଲା। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡୁ ସେବକଙ୍କ ଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାଇଥିଲେ। ଉପରୋକ୍ତ ନୀତି ଶେଷ ହେବା ପରେ ଲକ୍ଷ୍ମୀଙ୍କ ବିମାନ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ଦେଉଳକୁ ବାହୁଡ଼ା ବିଜେ କରାଯାଇଥିଲା ।
ସେପଟେ ଆଜି ଦକ୍ଷିଣମୁଖା ହେବେ ତିନି ରଥ । ସକାଳ ଧୂପ ପରେ ଆଜ୍ଞାମାଳ ପ୍ରଦାନ ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ନାକଚଣା ଦୁଆରେ ରଖାଯିବ।.....
ପୁରୀରେ ହେରାପଞ୍ଚମୀ ନୀତି ପାଳିତ
ଶ୍ରୀଗୁଣ୍ଡିଚା ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ମାଆ ଲକ୍ଷ୍ମୀ
ଭାଙ୍ଗିଲେ ନନ୍ଦିଘୋଷ ରଥର ଅଂଶ
ବାହୁଡ଼ା ପାଇଁ ଆରମ୍ଭ ହେବ ପ୍ରକ୍ରିୟା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।