Four Indian Nationals Dead: ୟୁକ୍ରେନରେ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ମାଡ, ୪ ଭାରତୀୟ ମୃତ

Jul 21, 2026 - 10:24
Four Indian Nationals Dead: ୟୁକ୍ରେନରେ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ମାଡ, ୪ ଭାରତୀୟ ମୃତ

ୟୁକ୍ରେନରେ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ମାଡରେ ୪ ଭାରତୀୟ ମୃତ। ଆଉ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ରବିବାର ଦିନ ଘଟଣା ଘଟିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରବିବାର ସନ୍ଧ୍ୟାରେ ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିଲା ମାଲବାହୀ ଜାହାଜ MV Golden Leo।

ଏଥିରେ ଗିନି-ବିସାଉ ଦେଶର ପତାକା ଲାଗିଥିଲା। ଜାହାଜଟି ଶସ୍ୟ ପରିବହନ କରୁଥିଲା। ଜାହାଜରେ ମୋଟ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ଯେଉଁଥିରେ ଭାରତ ଓ ସିରିଆର ନାଗରିକ ସାମିଲ ଥିଲେ। ଏଥିମଧ୍ୟରୁ ୫ ଜଣ ଭାରତୀୟ ନାଗରିକ ଥିଲେ। 

ୟୁକ୍ରେନ ନୌସେନା ପକ୍ଷରୁ କୁହାଯାଇଛି ଯେ, ଋଷ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇ ଜାହାଜଟିକୁ ଟାର୍ଗେଟ୍ କରାଯାଇଥିଲା। ଭାରତ ସରକାର ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବାଣିଜ୍ୟିକ ଜାହାଜ ଏବଂ ନିରୀହ ସାଧାରଣ କ୍ରୁ ସଦସ୍ୟମାନଙ୍କୁ ଟାର୍ଗେଟ୍ କରିବା ଅତ୍ୟନ୍ତ "ନିନ୍ଦନୀୟ" ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ଗୁରୁତର ଥିବା ଭାରତୀୟଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ସହ ପ୍ରଭାବିତ ପରିବାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ମୃତକଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ଭାରତୀୟଙ୍କ ଆଶୁ ଆରୋଗ୍ୟ କାମନା କରିଛି।....  

ଜାହାଜକୁ ମିସାଇଲ ମାଡ: ୪ ଭାରତୀୟ ମୃତ
ଜାହାଜ ଉପରେ ଆଟାକ, ୪ ଭାରତୀୟ ମୃତ, ଜଣେ ଆହତ
ୟୁକ୍ରେନରେ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ମାଡ
୪ ଭାରତୀୟ ମୃତ, ଆଉ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ 
ଆକ୍ରମଣ ଓ ମୃତ୍ୟୁ ବାବଦରେ ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରାଳୟ 
ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିଲା ମାଲବାହୀ ଜାହାଜ MV Golden Leo
ଜାହାଜରେ ଥିଲେ ୧୭ ଜଣ କ୍ରୁ ସଦସ୍ୟ, ସେଥିରୁ ୫ ଭାରତୀୟ
ଋଷ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିବା ୟୁକ୍ରେନର ସୂଚନା
ଆକ୍ରମଣକୁ କଡା ଭାଷାରେ ନିନ୍ଦା କଲେ ଭାରତ ସରକାର 
'ବାଣିଜ୍ୟିକ ଜାହାଜ ଏବଂ ନିରୀହ ଲୋକଙ୍କୁ ଟାର୍ଗେଟ୍ ଅତ୍ୟନ୍ତ ନିନ୍ଦନୀୟ' 
ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।