Third T20 today: ଆଜି ତୃତୀୟ ଟ୍ବେଣ୍ଟି-୨୦: ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ
"ନୂଆଦିଲ୍ଲୀ: ଭାରତ-ଆଫ୍ଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ ଗୁରୁବାର ସ୍ଥାନୀୟ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ।
ପ୍ରଥମ ୨ ଟ୍ବେଣ୍ଟି-୨୦ ମ୍ୟାଚ୍କୁ ସମାନ ୭ ୱିକେଟ୍ ବ୍ୟବଧାନରେ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରି ସାରିଥିବା ଭାରତ ଏବେ ମୂଳପୋଛ ଲକ୍ଷ୍ୟରେ ରହିଛି।
ଜୁନ୍-ଜୁଲାଇର ଇଂଲଣ୍ଡ ଗସ୍ତ ବେଳେ ଶ୍ରେୟସ ଆୟର ପ୍ରଥମ ଥର ଭାରତୀୟ ଟ୍ବେଣ୍ଟି-୨୦ ଦଳର ମଙ୍ଗ ଧରିଥିଲେ।
ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ୬ ମ୍ୟାଚ୍ ଖେଳିଥିଲେ ମଧ୍ୟ ବିଜୟଶୂନ୍ୟ ହୋଇ ଫେରିଥିଲା।
ଏହାପରେ ଜିମ୍ବାୱେ ବିପକ୍ଷରେ ଶୃଙ୍ଖଳା ମୂଳପୋଛ କରିଥିଲା ବେଳେ ଏବେ ଆଫ୍ଗାନିସ୍ତାନ ବିପକ୍ଷରେ ସେହି ଆଶାରେ ରହିଛନ୍ତି ଆୟର।
Advertisment Asian Games Campaign: ଏସୀୟ କ୍ରୀଡ଼ା ଅଭିଯାନର ଅଦୃଶ୍ୟ ଚିତ୍ର: ୩୧୦ ନୂଆ ମୁହଁ, ୭୦୨ କୋଟିର ପୁଞ୍ଜି ବିନିଯୋଗ ପୂର୍ବ ୨ ମ୍ୟାଚ୍ରେ ଆଫ୍ଗାନିସ୍ତାନର ଦୃଢ଼ ସ୍ପିନ୍ ଆକ୍ରମଣ ସତ୍ତ୍ବେ ଭାରତ ୧୫୭ ଓ ୧୬୦ ରନ୍ର ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।
ପାୱର ପ୍ଲେରେ ଆଫ୍ଗାନିସ୍ତାନ ୪୧/୪ ଓ ୪୧/୧ କରି ଖରାପ ଆରମ୍ଭ କରିଥିଲା ବେଳେ ଭାରତ ୮୨/୧ ଓ ୮୨/୦ କରି ଆଗରେ ରହିବାରୁ ବିଜୟ ରାସ୍ତା ସହଜ ହୋଇଥିଲା।
ଭାରତ ଆଗୁଆ ଶୃଙ୍ଖଳା କବ୍ଜା କରି ନେଇଥିବାରୁ ଗୁରୁବାର ବେଞ୍ଚ୍ରେ ବସିଥିବା ଖେଳାଳିଙ୍କୁ ସୁଯୋଗ ମିଳିପାରେ।
ବିଶେଷ କରି ପ୍ରଶଂସକଙ୍କ ପସନ୍ଦର ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସଂଜୁ ସାମ୍ସନ୍ଙ୍କ ସ୍ଥାନ ମିଳିପାରେ।
ଜିମ୍ବାୱେ ବିପକ୍ଷ ୩-୦ ମୂଳପୋଛ ଶୃଙ୍ଖଳା ବିଜୟରେ ସୂର୍ଯ୍ୟବଂଶୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଆଫଗାନିସ୍ତାନ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରେ କିନ୍ତୁ ତାଙ୍କୁ ସୁଯୋଗ ମିଳିନି।
ଗତ ଦୁଇଟି ଯାକ ମ୍ୟାଚ୍ରେ ଆଫ୍ଗାନିସ୍ତାନର ପ୍ରାରମ୍ଭିକ ବ୍ୟାଟର୍ ବିଫଳ ହୋଇଛନ୍ତି।
ତେବେ ମଧ୍ୟଭାଗରେ ବ୍ୟାଟର୍ମାନେ ଭଲ କରିବାରୁ ଦଳ ଆହ୍ବାନପୂର୍ଣ୍ଣ ସ୍କୋର୍ କରିପାରିଛି।
ହେଲେ ଭାରତର ଦୃଢ଼ ବ୍ୟାଟିଂ ଲାଇନ୍ ପାଇଁ ଏହା ପର୍ଯ୍ୟାପ୍ତ ହୋଇ ନଥିଲା।
Bhubaneswar railway station: ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାମର ସମୀକ୍ଷା: ଡିସେମ୍ବରକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ କଣ୍ଟ ସମ୍ଭାବ୍ୟ ଭାରତୀୟ ଏକାଦଶ: ସଂଜୁ ସାମ୍ସନ୍ (ୱିକେଟ୍କିପର)/ ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍କିପର), ଶ୍ରେୟସ ଆୟର (ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ଯଶ୍ପ୍ରୀତ ବୁମ୍ରା, ରବି ବିଷ୍ଣୋଇ।ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଇବ୍ରାହିମ ଜଦ୍ରାନ (ଅଧିନାୟକ), ରହମନୁଲ୍ଲା ଗୁରବାଜ (ୱିକେଟ୍କିପର), ସେଦିକ୍ଉଲ୍ଲା ଅଟଳ, ଡରୱିସ୍ ରସୁଲି, ଆଜମତୁଲ୍ଲା ଓମରଜାଇ, ଗୁଲବଦିନ ନୈବ, ମହମ୍ମଦ ନବି, ରସିଦ ଖାନ, ମୁଜୀବ ଉର୍ ରହମାନ, ନୂର୍ ଅହମଦ, ଫଜଲହକ୍ ଫାରୁକି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
