Thick Smoke Engulfs Moving Bus: ଚଳନ୍ତା ବସରୁ ବାହାରିଲା ପ୍ରବଳ ଧୂଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Jul 23, 2026 - 16:54
Thick Smoke Engulfs Moving Bus: ଚଳନ୍ତା ବସରୁ ବାହାରିଲା ପ୍ରବଳ ଧୂଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚଳନ୍ତା ବସରୁ ବାହାରିଲା ପ୍ରବଳ ଧୂଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଉଡୁରା ଗାଁ ନିକଟରେ ଘଟିଛି ଏହି ଅଘଟଣ । ମୁଖ୍ୟମନ୍ତ୍ରୀ ବସ ସେବା ଅଧୀନରେ ପରିଚାଳିତ ଏହି ସରକାରୀ ବସଟି ଆଜି ଅଢେଇ ଗାଁରୁ ବେଲଗୁଣ୍ଠା ଆସୁଥିଲା । ତେବେ ଉଡୁରା ନିକଟରେ ହଠାତ୍ ବସରୁ ପ୍ରବଳ ଧୂଆଁ ବାହାରିଥିଲା ।

ଏହା ଦେଖିବା ପରେ ଚାଳକ ବସକୁ ତୁରନ୍ତ ରାସ୍ତା କଡ଼ରେ ଅଟକାଇ ଦେଇଥିଲେ। ଯାତ୍ରୀମାନେ ଛାନିଆ ହୋଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧୂଆଁ ବାହାରିଥିବା ସନ୍ଦେହ କରାଯାଉଛି। ....

ଟଳିଲା ବଡ଼ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ 
ଗଞ୍ଜାମ ବେଲଗୁଣ୍ଠା ଥାନା ଉଡୁରା ଗାଁ ନିକଟରେ ଅଘଟଣ
ବସଟି ଅଢେଇ ଗାଁରୁ ବେଲଗୁଣ୍ଠା ଆସୁଥିଲା
ଉଡୁରା ନିକଟରେ ହଠାତ୍ ବସରୁ ପ୍ରବଳ ଧୂଆଁ ବାହାରିଥିଲା 
ବସକୁ ତୁରନ୍ତ ରାସ୍ତା କଡ଼ରେ ଅଟକାଇ ଥିଲେ ଡ୍ରାଇଭର
ଯାତ୍ରୀମାନେ ଛାନିଆ ହୋଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ 
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧୂଆଁ ବାହାରିଥିବା ସନ୍ଦେହ


 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।