Theft Accused Injured in Encounter: ପୋଲିସକୁ ଗୁଳି କରି ଗୁଳି ଖାଇଲା ଚୋର, ଅଭିଯୁକ୍ତକୁ ଏନକାଉଣ୍ଟର

Jul 06, 2026 - 11:40
Theft Accused Injured in Encounter: ପୋଲିସକୁ ଗୁଳି କରି ଗୁଳି ଖାଇଲା ଚୋର, ଅଭିଯୁକ୍ତକୁ ଏନକାଉଣ୍ଟର

ଅଭିଯୁକ୍ତ ଚୋରକୁ ଏନକାଉଣ୍ଟର। କନ୍ଦୁଝର ଜିଲ୍ଲା ଚମ୍ପୁଆରେ ଚୋରି ଅଭିଯୁକ୍ତକୁ ପୋଲିସର ଏନ୍ କାଉଣ୍ଟର। ଏନକାଉଣ୍ଟରରେ ଅଭିଯୁକ୍ତ ମହମ୍ମଦ ନାଫିସ ଆହତ। ନାଫିସକୁ କାଲି ଝାଡ଼ଖଣ୍ଡ ମଝିଗାଁରୁ ଗିରଫ କରିଥିଲା ପୋଲିସ। ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଚୋରି ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ।

ଚୋରୀ ସାମଗ୍ରୀ ଦେଖାଇବାକୁ ଜଙ୍ଗଲ ନେବା ବେଳେ ଆକ୍ରମଣ କରିଥିଲା। ଲୁଚାଇ ରଖିଥିବା ବନ୍ଧୁକରେ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ଏନ୍ କାଉଣ୍ଟର କରିଛି ପୋଲିସ୍। ଆହତ ନାଫିସ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଛି।