The peanut cultivation: କାଳ ସାଜିଛି ବାର୍ହା ଉପଦ୍ରବ: ଠପ୍ ହୋଇଗଲାଣି ଚିନାବାଦାମ ଚାଷ, ଅବାଧ ଶିକାର ବି ନିୟନ୍ତ୍ରଣ ବାହାରେ
"ଜ୍ଞାନବ୍ରତ ଭୋଇ ଝାରସୁଗୁଡ଼ା: ଗତ କିଛି ବର୍ଷ ହେଲା ସରକାର ଧାନ ଅପେକ୍ଷା ଅନ୍ୟ ଅର୍ଥକାରୀ ଫସଲକୁ ଅଧିକ ପ୍ରୋତ୍ସାହିତ କରି ଆସୁଛନ୍ତି।
ପ୍ରାୟ ୬ ଦଶନ୍ଧି ତଳୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଉଣେଇଶଖଣ୍ଡ ମୌଜାର ଅନେକ ଗାଁରେ ଆଖୁ ଓ ଚିନାବାଦାମ ଚାଷ ବହୁଳ ମାତ୍ରାରେ ହୋଇ ଆସୁଥିଲା।
ବରଗଡ଼ ଚିନିକଳ ବନ୍ଦ ହେବାପରେ ଆଖୁଚାଷ ବନ୍ଦ ହୋଇଗଲା।
କିନ୍ତୁ, ଚିନାବାଦାମ ଚାଷ ଜାରି ରହିଥିଲା।
ହେଲେ ଗତ କିଛିବର୍ଷ ମଧ୍ୟରେ ବାର୍ହା ଉପଦ୍ରବ ପାଇଁ ଚିନାବାଦାମ ଚାଷ ବି ବନ୍ଦ ହେବାକୁ ବସିଲାଣି।
ଦିନେ ୫ଟି ପଞ୍ଚାୟତର ପ୍ରାୟ ଅଢ଼େଇ ହଜାର ହେକ୍ଟର ଜମିରେ ହେଉଥିବା ଚିନାବାଦାମ ଚାଷ ଏବେ ୫୦ ଏକର ତଳକୁ ଖସି ଆସିଲାଣି।
ସେପଟେ, ଅବାଧ ବାରହା ଶିକାର ବି ଜାରି ରହିଥିଲେ ହେଁ ବନବିଭାଗ ନିରବଦ୍ରଷ୍ଟା ସାଜିଛି।
ବିଶେଷ କରି ଛତିଶଗଡର ଏନ୍ଟିପିସି ତାପଜ ପ୍ରକଳ୍ପ ପାଇଁ ନିର୍ମିତ ରେଳଲାଇନ୍ ଯୋଗୁଁ ବନ୍ୟପ୍ରାଣୀ କରିଡର୍ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।Advertisment Flood In Bhadrak: ବନ୍ୟା ପରେ ଭଙ୍ଗା ଘରେ ଆଶ୍ରୟ ଖୋଜୁଛି ଅସହାୟ ମଣିଷ ହୀରାକୁଦ ବନ୍ଧ ଦ୍ବାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଲଖନପୁର ବ୍ଲକ ଅଞ୍ଚଳ।
ଏହି ଅଞ୍ଚଳର ଲୋକେ ବିଭିନ୍ନ ଢିପ ତଥା ପରିତ୍ୟକ୍ତ ଗୁଡ଼ା ଜମିରେ ଚିନାବାଦାମ ଚାଷ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ।
ଆକଳନ ଅନୁଯାୟୀ, ଏହି ବ୍ଲକ୍ର ଅମାପାଲି, ପିଥିଣ୍ଡା, ଗୁଡ଼ମ, ଧୁଲୁଣ୍ଡା, ଚାରପାଲି, ନୂଆଡିହି, ଚାଣ୍ଟିପାଲି, ସରେଇପାଲି, କଣ୍ଢେଇକେଲା, ସେମିଲିଆ, ସୁଖାସୋଢ଼ା, ମୁହୁଦି, ଲୁହାବଗା ଆଦି ଗାଁରେ ପ୍ରାୟ ଅଢ଼େଇ ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହେଉଥିଲା।
ସେମାନେ ଧାନ ଯେତିକି କରୁଥିଲେ, ତା" ଠାରୁ ଅଧିକ ଜମିରେ ଚିନାବାଦାମ ଚାଷ କରୁଥିଲେ।
ଆଉ ସରକାରଙ୍କ ପକ୍ଷରୁ ଏଥିପାଇଁ କାଣିଚାଏ ବି ପ୍ରୋତ୍ସାହନ ନଥିଲା କି ବଜାର ବ୍ୟବସ୍ଥା ବି ନଥିଲା।
ତଥାପି ପଡ଼ୋଶୀ ଛତିଶଗଡ଼ର ବିଭିନ୍ନ ତେଲମିଲ୍ ମାଲିକମାନେ ଆସି ଚାଷୀଙ୍କଠାରୁ ଚିନାବାଦାମ ସଂଗ୍ରହ କରି ନେଉଥିଲେ।
ସେହିପରି ଖାଇବା ତେଲ ପାଇଁ ନିଜର ଉତ୍ପାଦିତ ଚିନାବାଦାମ ବ୍ୟବହାର କରୁଥିଲେ।
ମୋଟ ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତିକୁ ଚିନାବାଦାମ ଅନେକ ମାତ୍ରାରେ ନିୟନ୍ତ୍ରଣ କରୁଥିଲା।
Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ...
ହେଲେ ଗତ ପ୍ରାୟ ୧୦ ବର୍ଷ ହେବ ଏହି ଅଞ୍ଚଳରେ ବାର୍ହା ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।
ନଦୀ ଆରପଟ ବାରପାହାଡ଼ ତଥା ଡେବ୍ରିଗଡ଼ ଅଞ୍ଚଳରୁ ଏହି ବାର୍ହା ପଲ ଚାଲି ଆସୁଥିବା ବେଳେ ଏନ୍ଟିପିସିର କୋଇଲା ପରିବହନ ପାଇଁ ଉଦ୍ଦିଷ୍ଟ ରେଳଲାଇନ୍ ପାଇଁ ଏମାନଙ୍କ କରିଡର ବାଧାପ୍ରାପ୍ତ ହୋଇଛି।
ଯାହାଦ୍ବାରା ବାର୍ହା ପଲ ଏହି ଅଞ୍ଚଳରେ ହିଁ ଅଧିକ ମାତ୍ରାରେ ଉପଦ୍ରବ କରୁଛନ୍ତି।
ବିଶେଷ କରି ଚିନାବାଦାମ ଚାଷକୁ ବାର୍ହା ଅଧିକ ଟାର୍ଗେଟ୍ କରିଥାନ୍ତି।
ଚିନାବାଦାମ ଗଛର ମୂଳରେ ଥିବା ପୋକ ଏମାନଙ୍କ ପସନ୍ଦର ଆହାର।
ତେଣୁ, ବାର୍ହା ପଲ ରାତିରେ ବହୁ ସଂଖ୍ୟାରେ ଆସି ସମସ୍ତ ଗଛକୁ ଉପାଡ଼ି ମାଟି ଖୋଳି ଦେଇଥାନ୍ତି।
ଏବେ ଏହି ଚାଷ କେବଳ ହାତଗଣତି ଚାଷୀଙ୍କ ମଧ୍ୟରେ ସୀମିତ ରହିଛି।
ଚିନାବାଦାମ ଚାଷ ହେଉଥିବା ଢିପ ଜମିରେ ବି ବର୍ତ୍ତମାନ ଧାନ ଚାଷ ହେଉଥିବା ଦେଖିବାକୁ ମିଳୁଛି।
ବାର୍ହା ପଲ ପାଇଁ ଅନ୍ୟ ସବୁ ଚାଷ ବି ଗୁରୁତର ପ୍ରଭାବିତ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ବନ ବିଭାଗ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।