The mouse river: ଶେଷ ନିଃଶ୍ବାସ ଗଣୁଛି ମୂଷାନଈ: ୫ଟି ବିକାଶ ଯୋଜନା ବିଫଳ, କୋଟିକୋଟି ବରବାଦ

Aug 28, 2026 - 09:09
The mouse river: ଶେଷ ନିଃଶ୍ବାସ ଗଣୁଛି ମୂଷାନଈ: ୫ଟି ବିକାଶ ଯୋଜନା ବିଫଳ, କୋଟିକୋଟି ବରବାଦ

"ପୁରୀ: ଭାର୍ଗବୀ ନଦୀର ଶାଖା ମଙ୍ଗଳାନଦୀରୁ ବାହାରି ପୁରୀ ସହରକୁ ଆସିଥିବା ମୂଷାନଈ ଜବରଦଖଲକାରୀଙ୍କ କବଳରେ ରହିଛି।

ମାଫିଆ ନଈପଠାକୁ ପ୍ଲଟିଂ କରି ବିକି ଦେଇଥିବା ବେଳେ ନଈ ମଝିରେ ରାସ୍ତାକରି ପ୍ରାକୃତିକ ଜଳପ୍ରବାହକୁ ବନ୍ଦ କରିଦେଇଛନ୍ତି।

ଫଳରେ ମୂଳ ନଦୀ(ମଙ୍ଗଳା) ସହ ଏହାର ଆଉ କିଛି ସମ୍ପର୍କ ନାହିଁ।

ପ୍ରାୟ ୬.୭କିମିର ନଦୀ ଏବେ କେବଳ ୪ କିମିର ହ୍ରଦ ଭଳି ସୀମିତ ହୋଇଯାଇଛି।

୩ ଏକରରୁ ଊର୍ଦ୍ଧ୍ବ ନଦୀପଠା ଜବରଦଖଲକାରୀଙ୍କ ପାଖକୁ ଚାଲିଯାଇଛି।

ନଈପଠାରେ ଘର ହୋଇଥିବା ବେଳେ ନଈ ଭିତରେ ପାଇଖାନା ହୋଇଛି।

ଏକଦା ସହରର ଜଳବନ୍ଦି ସମସ୍ୟା ସମାଧାନ କରୁଥିବା ଏହି ଐତିହାସିକ ନଈ ଏବେ ସହରୀ ବନ୍ୟାର କାରଣ ପାଲଟିଛି।

ଜବରଦଖଲ ହଟାଇ ଏହାକୁ ଏକ ନୂଆ ରୂପ ଦେବା ପାଇଁ ହୋଇଥିବା ୫ଟି ଯୋଜନା ଫେଲ୍‌ ମାରିଛି।

ମୂଳ ନଦୀ ସହ ମୂଷାନଈକୁ ସଂଯୁକ୍ତ (ମିସିଂ ଲିଙ୍କ୍‌) କରିବା ପାଇଁ ୩.୨କିମି ଅଞ୍ଚଳ ଖୋଳିବା ଯୋଜନା ବି ଫାଇଲ୍‌ ତଳେ ରହିଯାଇଛି।Advertisment Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା ମଙ୍ଗଳାନଦୀରୁ ବାହାରି ଏହି ମୂଷାନଦୀ ପୁରୀ ସହର ଦେଇ ୬.୭କିମି ଦୂର ପର୍ଯ୍ୟନ୍ତ ଯାଇଥିଲା।

ସହରର ବର୍ଷାଜଳ ଏହି ନଦୀ ଦେଇ ନିଷ୍କାସିତ ହୋଇଯାଉଥିଲା।

ଫଳରେ ସହର ଜଳବନ୍ଦି ହେଉ ନଥିଲା।

ସହରର ଭୂତଳ ଜଳସ୍ତରକୁ ନିୟନ୍ତ୍ରଣ କରୁଥିଲା।

ନଈପଠାରେ ଭଲ ପରିବା ଚାଷ ମଧ୍ୟ ହେଉଥିଲା।

ହେଲେ କ୍ରମଶଃ ଏହା ଜବରଦଖଲ ହେବାରେ ଲାଗିଲା।

ଯେଉଁଠୁ ବାହାରିଥିଲା ସେ ମୁହଁ ପୋତି ହୋଇଯିବାରୁ ମଙ୍ଗଳା ନଦୀର ପାଣି ଏହି ନଦୀ ଭିତରକୁ ଆସିପାରିଲା ନାହିଁ କିମ୍ବା ଏହି ନଦୀର ପାଣି ମଙ୍ଗଳାନଦୀକୁ ଯାଇ ପାରିଲାନାହିଁ।

ଫଳରେ ଏହା ଏକ ହ୍ରଦ ଭଳି ହୋଇଗଲା।

ମଙ୍ଗଳାନଦୀ ପାଖରୁ ଯେଉଁଠୁ ପୋତି ହୋଇ ଯାଇଥିଲା ସେଠାରୁ ପ୍ରାୟ ୩.୨କିମି ପର୍ଯ୍ୟନ୍ତ ଲୋକେ ପୋତିଦେଲେ।

କେତେକ ପ୍ଲଟିଂ କରି ଜମି ବିକିଦେଲେ।

କେତେକ ଜବରଦଖଲ କରି ଘର କରିଦେଲେ।

ଆଉ କିଛି ରାସ୍ତା କରିଦେଲେ।

୨୭ ବର୍ଷ ଭିତରେ ବିଭିନ୍ନ ସମୟ‌ରେ ଏହି ମିସିଂ ଲିଙ୍କ୍‌ ବା ୩.୨କିମି ଖୋଳି ମଙ୍ଗଳା ନଦୀ ସହ ମିଶାଇ ଦେବାକୁ ଯୋଜନା ହୋଇଥିଲା।

ହେଲେ ବଡ଼ବଡ଼ିଆ, ରାଜନେତା, ଅଫିସରଙ୍କ ଦଖଲ ଦେଖିବାକୁ ମିଳିବାରୁ ଯୋଜନା ଫସର ଫାଟିଗଲା।

ନା ବଡ଼ବଡ଼ ନେତା, ନା ସରକାର, ନା ଅଫିସର କେହି ଏହି ମିସିଂ ଲିଙ୍କ୍‌କୁ ସଜାଡ଼ିବାକୁ ସାହସ କରିପାରିଲେନି।

ପ୍ଲଟିଂ କରି ବିକିଦେଲେ: କଡ଼ରେ ଘର, ଭିତରେ ପାଇଖାନା୫ଟି ବିକାଶ ଯୋଜନା ବିଫଳ, କୋଟିକୋଟି ବରବାଦ ଆଉ ଯେତିକି ନଦୀ ରହିଲା ତାହାର ପଠାରେ ଜବରଦଖଲ ବଢ଼ିବାରେ ଲାଗିଛି।

ସେମାନେ ପାଇଖାନା ବର୍ଜ୍ୟ ନଈ ଭିତରକୁ ଛାଡ଼ୁଛନ୍ତି।

କୌଣସି ଗୋଟିଏ ହେଲେ ଜବରଦଖଲ ଭାଙ୍ଗିବା ପାଇଁ ପ୍ରଶାସନ ସାହସ ଜୁଟାଇ ପାରିଲାନି।

ଯେଉଁଥିପାଇଁ ଅବଢ଼ା, ହୃଦୟ ଭଳି ଯୁଗାନ୍ତକାରୀ ଯୋଜନାରେ ୫ ଥର ବିକାଶ ପାଇଁ ଯୋଜନା ହୋଇଥିଲେ ମଧ୍ୟ ସବୁ ଫେଲ୍‌ ମାରିଛି।

ଜବରଦଖଲ ନ ହଟାଇ ୩୬ ଏକର ଘରୋଇ ଜମି ଅଧିଗ୍ରହଣ କରି ବିକାଶ ପାଇଁ ଯୋଜନା ହେଲା।

ହେଲେ ତାହା ବି ସମ୍ଭବ ହେଲାନାହିଁ।

ଦୁଇଟି ଯୋଜନା ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ ଆଉ ତିନିଟି ଯୋଜନା ନାଲିଫିତା ତଳେ ପଡ଼ିଛି।

ମୃତବତ୍‌ ପଡ଼ି ରହିଛି ଏହି ମୂଷାନଈ।

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା ଏଠାରେ ହୋଇଥିବା ପୁରୀ ଲେକ୍‌ ପ୍ରୋଜେକ୍ଟ ଫେଲ୍‌ ମାରିଛି।

୨୫୦କୋଟି ଟଙ୍କାର ହୋଇଥିବା ବିକାଶ ଯୋଜନା ଫାଇଲ୍‌ ତଳେ ରହିଛି।

ମୂଷା ନଈ ଫେଜ-୧ ପୁନରୁଦ୍ଧାର କାମ ହୋଇପାରିନାହିଁ।

ଦ୍ବିତୀୟ ପର୍ଯ୍ୟାୟ କାମ ଅଠରନଳାରୁ ହୁଳୁହୁଳିଆ ପୋଲ ଓ ଆଳିକିଆ ଦେଇ ସମଙ୍ଗରା ପର୍ଯ୍ୟନ୍ତ ଯାଇ କାଞ୍ଚି ନଦୀରେ ମିଶିବା ଯୋଜନାରେ ୩୬ ଏକର ଜମି ଅଧିଗ୍ରହଣ ହେବ।

ହେଲେ ତାହା ମଧ୍ୟ ଅଟକିଛି।

ଐତିହ୍ୟ ଅଠରନଳାର ସୌନ୍ଦର୍ଯ୍ୟୀକରଣରେ ୧୩କୋଟି ୬୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ହେଲେ ଅଧାପନ୍ତରିଆ ହୋଇ ପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)