The Millet Diary Teaser Out: ‘ଦ ମିଲେଟ୍ ଡାଏରୀ’ର ଟିଜର ରିଲିଜ, ରଥଯାତ୍ରାରେ ମୁକ୍ତିଲାଭ କରିବ ଫିଲ୍ମ
ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର ରିଲିଜ ହୋଇଛି। ଇନଫାଇସନ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟିଜର ଭୁବନେଶ୍ୱରର ଏକ ହୋଟେଲରେ ମୁକ୍ତିଲାଭ କରିଛି। ମାଣ୍ଡିଆର ଇତିହାସ ସହ ଏହାର ଉପକାରିତାକୁ ନେଇ ନିର୍ମିତ ଏହି ଫିଲ୍ମ। କଳିଙ୍ଗର କବିରାଜି, ମାଣ୍ଡିଆର ଇତିହାସ ଓ ଏକ ଅନନ୍ୟ ପ୍ରେମର ଆଧାର ସହ ଏକ ନିଆରା କାହାଣୀକୁ ନେଇ ରଥଯାତ୍ରାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’।
ତେବେ ଏହି ଚଳଚ୍ଚିତ୍ରରେ ଓଲିଉଡର ଅନେକ ଜଣାଶୁଣା ଓ ଦକ୍ଷ କଳାକାରମାନେ ଅଭିନୟ କରିଛନ୍ତି। ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ୍ ରାଜେଶ ଏବଂ ଶ୍ରୀତମ ଦାସ ନଜର ଆସିବେ। ଅନ୍ୟାନ୍ୟ ପ୍ରମୁଖ କଳାକାର ମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, ସାନ୍ତୁ ନିଜେ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା ଅଭିନୟ କରିଛନ୍ତି।
ମାଣ୍ଡିଆର ଇତିହାସ ସହ ଉପକାରିତାକୁ ନେଇ ଫିଲ୍ମ
ରଥଯାତ୍ରାରେ ମୁକ୍ତିଲାଭ କରିବ ଫିଲ୍ମ
ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ, ଅଭିଷେକ, ଶିବାନୀ, ରାଜ୍ ଏବଂ ଶ୍ରୀତମ