The Dadaabati: ରାଜଧାନୀରେ ମୁଣ୍ଡ ଟେକିଲାଣି ଦାଦାବଟି ଗ୍ୟାଙ୍ଗ୍
"ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ଖାରବେଳନଗର ଥାନା ଅଞ୍ଚଳରେ ଦାଦାବଟି ସାଙ୍ଗକୁ ହଣାକଟା ଓ ଅପହରଣ ଭଳି ଅପରାଧ ଘଟାଇ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ମୂଷା ଗ୍ୟାଙ୍ଗ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି।
ମୂଷା ସମେତ ଗ୍ୟାଙ୍ଗ୍ର ୪ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟତମ କୁଖ୍ୟାତ ଅପରାଧୀ ଗ୍ରୁଟ୍ ଓରଫ ସୋହେବ ସୁନ୍ଦର ପ୍ରଧାନ ଖସିଯିବାରେ ସକ୍ଷମ ହୋଇଛି।
ତେବେ ଗିରଫ ଅଭିଯୁକ୍ତମାନେ ହେଲେ ମୂଷା ଓରଫ ଦେବାଶିଷ ଦାଶ, ଜ୍ଞାନରଂଜନ ସାମଲ, ରପି ଓରଫ ଦିବ୍ୟରଂଜନ ପ୍ରଧାନ ଓ ମୁନା ଓରଫ ରାକେଶ ସାହୁ।
ଏହି ୪ଜଣଙ୍କ ପାଖରୁ କଟୁରି, ଖଣ୍ଡା, ଚାପଡ଼ ସମେତ ୬ଟି ମୋବାଇଲ୍ ଫୋନ୍, ସୁନା ଲକେଟ୍, ଦାମୀ ଘଣ୍ଟା, ୧୨ହଜାର ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି।
ପୁଲିସ ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ମୂଷା ଓ ତା"ର ଗ୍ୟାଙ୍ଗ ୟୁନିଟ୍-୯ସ୍ଥିତ ଏକ ଓପୋଲଫେଡ୍ ଦୋକାନକୁ ଧସେଇ ପଶିଥିଲେ।
ରୋଷେୟା ମଦନ ବେହେରା ଦୋକାନରେ ଏକୁଟିଆ ଥିବା ବେଳେ ମୂଷା ତା" ବେକରେ କଟୁରି ଲଗାଇ ଟଙ୍କା ମାଗିଥିଲା।
ମଦନ ଟଙ୍କା ନ ଦେବାରୁ ତାଙ୍କୁ କଟୁରିରେ ଚୋଟ ପକାଇ ତାଙ୍କ ପାଖରୁ ନଗଦ ଟଙ୍କା, ସୁନା ଲକେଟ୍, ମୋବାଇଲ୍ ଫୋନ୍ ଆଦି ଛଡ଼ାଇ ନେଇଥିଲା।
ଏହା ପରେ ଅଭିଯୁକ୍ତମାନେ ସିଧାସଳଖ ୟୁନିଟ-୩, ୟୁନିଟ୍-୪ ଓ ୟୁନିଟ୍-୯ ଅଭିମୁଖେ ଯାଇଥିଲେ।
ସେଠାରେ ଏକାଧିକ ଦୋକାନୀଙ୍କୁ ଦାଦାବଟି ମାଗିବା ସହିତ ପ୍ରାୟ ୬ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ।
ଏତିକିରେ ମୂଷା ଗ୍ୟାଙ୍ଗ୍ର ଉତ୍ପାତ ଥମିନଥିଲା।
ଗ୍ୟାଙ୍ଗ୍ର ଜଣେ ପୁରୁଣା ସଦସ୍ୟ ସେମାନଙ୍କ ସହ ମିଳାମିଶା କରୁ ନଥିବାରୁ ଉକ୍ତ ଯୁବକକୁ ତା" ଘରୁ ଅପହରଣ କରିଥିଲେ।
ରାତି ତମାମ୍ ଅଜ୍ଞାତ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିବା ସହିତ ପୂର୍ବ ଭଳି ଗ୍ୟାଙ୍ଗ୍ରେ ସାମିଲ୍ ହେବାକୁ ଧମକ ଦେଇଥିଲେ।Advertisment The Dadaabati: ରାଜଧାନୀରେ ମୁଣ୍ଡ ଟେକିଲାଣି ଦାଦାବଟି ଗ୍ୟାଙ୍ଗ୍ ଇତିମଧ୍ୟରେ ଓଫୋଲଫେଡ୍ର ରୋଷେୟା ମଦନଙ୍କ ଅଭିଯୋଗକ୍ରମେ ଖାରବେଳନଗର ଥାନା ପୁଲିସ ଏକାଧିକ ସ୍ଥାନରେ ଚଢ଼ଉ କରି ମୂଷା ଗ୍ୟାଙ୍ଗ୍କୁ ଗିରଫ କରିଥିଲା।
ସଙ୍ଗଠିତ ଅପରାଧ ପାଇଁ ମୂଷା ବିରୋଧରେ ଖାରବେଳନଗର ଥାନା ପୁଲିସ ବିଏନ୍ଏସ୍ ୧୧୧ ସମେତ ଅପହରଣ, ହତ୍ୟା ଉଦ୍ୟମ, ଡକାୟତି, ଚୋରି, ଲୁଟ୍ପାଟ୍ ଭଳି ୬ରୁ ଅଧିକ ଦଫା ଲଗାଇଛି।
Bhubaneswar Film: "ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍" ଉଦ୍ଘାଟିତ ବିଲ୍ଡରଙ୍କ ହତ୍ୟା ପାଇଁ ୫ ଲକ୍ଷ ଡିଲ୍ ମାସକୁ ମାସ ୧୦ଲକ୍ଷ ଟଙ୍କାର ଦାଦାବଟି ଦେବ।
ଅଫିସ୍ ଯାଇ ବିଲ୍ଡର ସହ ଡିଲ୍ କର।
ବଟି ନଦେଲେ ମୁଣ୍ଡ ଗଡ଼ାଇଦିଅ।
କିଛିଦିନ ପରେ ପୁଣି ରାଜଧାନୀରେ ଏଭଳି ଗ୍ୟାଙ୍ଗ୍ ସକ୍ରିୟ ହୋଇଛନ୍ତି।
ପ୍ରତିଷ୍ଠିତ ବ୍ୟବସାୟୀ, ଶିଳ୍ପପତି, ବିଲ୍ଡରଙ୍କୁ ଟାର୍ଗେଟ୍ କରି ବଟି ପାଇଁ ଧମକାଉଛନ୍ତି।
ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ସୁପାରିକିଲର ତଥା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅରୁଣ ସେଠୀ(୩୬)କୁ ଗିରଫ ପରେ ଘଟଣା ପଦାକୁ ଆସିଛି।
ପୁଲିସ ତାଠାରୁ ମାରଣାସ୍ତ୍ର ଜବତ କରିଛି।
ଉଦ୍ବେଗର ବିଷୟ ଯେ ବଣ୍ଟି ଟୁଙ୍ଗା ନାମକ ଜଣେ ବ୍ୟକ୍ତି ଜଣେ ବିଲ୍ଡରଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା କଥା ଜଣାପଡ଼ିଛି।
ସେ ବ୍ୟକ୍ତି ଜଣଙ୍କ କିଏ?
କେବଳ ଏହି ବିଲ୍ଡରଙ୍କୁ ବଟି ପାଇଁ ଅଫିସ୍କୁ ଗୁଣ୍ଡା ପଠାଇଥିଲା, ନା ପୂର୍ବରୁ ଅନ୍ୟମାନଙ୍କ ଠାରୁ ବଟି ଆଦାୟ ପାଇଁ ଅପରାଧୀଙ୍କୁ ସୁପାରି ଦେଇଛି।
ପୁଲିସ ତାକୁ କାହିଁକି ଗିରଫ କରି ନାହିଁ?
ତାକୁ ନେଇ ମାଳ ମାଳ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନା ମୁତାବକ, କିଛିଦିନ ତଳେ ସତ୍ୟବ୍ରତ ଦାସ ନାମକ ଜଣେ ବ୍ୟକ୍ତିବିଲ୍ଡର ପ୍ରଦୀପ ମିଶ୍ରଙ୍କୁ କହିଥିଲେ ଯେ କିଛି ଅସାମାଜିକ ଶ୍ରେଣୀର ଲୋକ ତାଙ୍କ ବିରୋଧରେ ଷଡ଼୍ଯନ୍ତ୍ର କରୁଛନ୍ତି।
ପ୍ରଦୀପ ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ମଧ୍ୟ ଜଣାଇଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଦୀପଙ୍କୁ ରାସ୍ତାରୁ ହଟାଇବା ପାଇଁ ବଣ୍ଟି ଟୁଙ୍ଗା ନାମକ ଜଣେ ବ୍ୟକ୍ତି କିଛି ସୁପାରିକିଲରଙ୍କୁ ୫ଲକ୍ଷ ଟଙ୍କା ସୁପାରି ଦେଇଛନ୍ତି।
ଏସବୁ କଥା ଜାଣିବା ସତ୍ତ୍ବେ ପ୍ରଦୀପ ଘଟଣାକୁ ଗୁରୁତ୍ବ ଦେଇନଥିଲେ।
ହେଲେ ଗତ ୨୪ ତାରିଖ ଦିନ ପ୍ରାୟ ୧.୧୦ ସମୟରେ ପ୍ରଦୀପ ଅଫିସ୍ରେ ନଥିବା ବେଳେ ଅରୁଣ ହାତରେ ମାରଣାସ୍ତ୍ର ଧରି ବିଜେବିନଗର ହାଟ ପାଖ ଅଫିସ୍କୁ ପଶିଥିଲା।
କର୍ମଚାରୀଙ୍କୁ ଗାଳିଗୁଲଜ ସହ ଅଫିସ୍ରେ ଆସବାବପତ୍ର ଭଙ୍ଗାରୁଜା କରିଥିଲା।
୧୦ଲକ୍ଷ ଟଙ୍କା ବଟି ନଦେଲେ ପ୍ରଦୀପଙ୍କୁ ହତ୍ୟା କରାଯିବ ବୋଲି ଧମକଚମକ ଦେଇଥିଲା।
ଜଣେ କର୍ମଚାରୀ ଚତୁରତାର ସହ ପ୍ରଦୀପଙ୍କୁ ଫୋନ୍କରି ଘଟଣା ସମ୍ପର୍କରେ ଜଣାଇଥିଲେ।
ପ୍ରଦୀପ ତୁରନ୍ତ ପୁଲିସକୁ ଫୋନ୍କରି ଜଣାଇବା ପରେ ପୁଲିସ ଟିମ୍ ସେଠାରେ ପହଞ୍ଚି ଚଢ଼ଉ କରି ଅରୁଣକୁ କାବୁ କରିଥିଲା।
ଥାନାକୁ ଆଣି ଜେରା ବେଳେ ବଣ୍ଟି ତାକୁ ସୁପାରି ଦେଇଥିବା କଥା ସ୍ବୀକାର କରିଥିଲା।
ଏନେଇ ପୁଲିସ ଏକ ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରିଛି।"