The black-tailed: ବିପଦ ଆଣୁଛି କୃଷ୍ଣଚୂଡ଼ା, ଚାକୁଣ୍ଡା
"ଭୁବନେଶ୍ୱର: ପ୍ରତିକୂଳ ପରିବେଶରେ ସ୍ଥିରତା ଆଣିବାକୁ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ବରରେ ବୃକ୍ଷରୋପଣକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି।
କଂକ୍ରିଟ୍ କୋଠା ଓ ରାସ୍ତାଘାଟର ଜଙ୍ଗଲ ଭିତରେ ସବୁଜିମା ବଳୟ ସୃଷ୍ଟି କରି ଋତୁକାଳୀନ ପରିବେଶର ଅନୁଭବ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି।
କିନ୍ତୁ ଏଥିପାଇଁ ସେଭଳି ସୁଚିନ୍ତିତ ଯୋଜନା ପ୍ରଣୟନ ହେଉ ନଥିବାରୁ ରାଜ୍ୟ ସରକାରଙ୍କ ଏହି ଯୋଜନା ମଉଳିଯାଉଛି।
ଯାହାର ପ୍ରତିଫଳନ ଗତ କାଳବୈଶାଖୀରେ ଦେଖିବାକୁ ମିଳିଛି।କାଳବୈଶାଖୀର ସାମାନ୍ୟ ପବନରେ ଗଛ ସବୁ ଭାଙ୍ଗି ପଡ଼ିଥିଲା।
ଗଛ ଡାଳ ରାସ୍ତାଘାଟରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ବିଜୁଳି ତାର ଛିଣ୍ଡିଥିଲା।
ଲୋୟର ପିଏମ୍ଜ, ଜୟଦେବବିହାର-ଆଚାର୍ଯ୍ୟବିହାର, କଳିଙ୍ଗ ଷ୍ଟାଡିୟମ, ଓୟୁଏଟି ଭଳି ରାଜଧାନୀର ପ୍ରମୁଖ ଛକ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ବିଜୁ ପଟ୍ଟନାୟକ କଲେଜରୁ ମେ ଫେୟାର ରାସ୍ତାରେ ବି ଏକ ଗଛ ଏକାଧିକ ଚଳନ୍ତା କାର ଉପରେ ଉପୁଡ଼ି ପଡ଼ିଥିଲା।
ଏହାକୁ ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି। "ଏମିତି କେଉଁ ଗଛ ଲଗାଉଛନ୍ତି ଯେ ସାମାନ୍ୟ ପବନରେ ଉପୁଡ଼ିପଡ଼ୁଛି ଓ ଭାଙ୍ଗିଯାଉଛି।
ସରକାର ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏ ଦିଗରେ ମାନସମନ୍ଥନ କରନ୍ତୁ" ବୋଲି ରାଜଧାନୀବାସୀ ମତ ଦେଇଛନ୍ତି।Advertisment Canadian cities: କାନାଡା ସହରରେ ଗଛଙ୍କୁ ସ୍ବତନ୍ତ୍ର ଅଧିକାର ରାଜଧାନୀ ଭୁବନେଶ୍ବରର ମେଡିଆନ୍ କଥା ହେଉ କି ରାସ୍ତାପାର୍ଶ୍ବ କାଁ ଭାଁ କିଛି ରାସ୍ତାକୁ ଛାଡ଼ିଦେଲେ, ସବୁଠି କୃଷ୍ଣଚୂଡ଼ା, ରାଧାଚୂଡ଼ା, ଚାକୁଣ୍ଡା ଭଳି ଗଛ ଲଗାଯାଉଛି।
ଅଳ୍ପ ସମୟରେ ବଢ଼ିଯାଉଥିବାରୁ ବନ ବିଭାଗ ଓ ବନ ନିଗମ ପ୍ରଶଂସା ଗୋଟାଇବାକୁ ଏସବୁ ଗଛକୁ ଗୁରୁତ୍ବ ଦେଇ ଲଗାଉଛି।
ଜଣେ ବରିଷ୍ଠ ଉଦ୍ୟାନବିତ୍ କହିଛନ୍ତି, ୧୯୯୯ ମହାବାତ୍ୟା ସମୟରେ ସଂପୂର୍ଣ୍ଣ ଭୁବନେଶ୍ବର ଉଜୁଡ଼ିଯାଇଥିଲା।
କିଛି ବି ଗଛ ନ ଥିଲା।
ମହାଦ୍ରୁମ ସବୁ ତଳେ ଲୋଟିଥିଲା।
ଏଣୁ ସେ ସମୟରେ ରାଜ୍ୟ ସରକାର ବୃକ୍ଷରୋପଣକୁ ଗୁରୁତ୍ବ ଦେଇଥିଲେ।
କିନ୍ତୁ କେଉଁ ଗଛ ଲଗାଇଲେ, ସେତିକି ଜୋରରେ ପବନ ନ ହେଲେ କ୍ଷତି ହେବନି, ସ୍ବାସ୍ଥ୍ୟକର ପରିବେଶ ଦେବ ଓ ମୁଣ୍ଡକୁ ଛାଇ ଦେବ, ସେକଥା ବିଚାର କରାଗଲାନି।
ଏଣୁ ସେ ସମୟରେ ଅଳ୍ପ ଦିନରେ ବଡ଼ ହୋଇଯାଉଥିବା କୃଷ୍ଣଚୂଡ଼ା, ରାଧାଚୂଡ଼ା, ଚାକୁଣ୍ଡା ଭଳି ବ୍ୟାପକ ଗଛ ଲଗାଯାଇଥିଲା।
ଯାହା ଏବେ ସମସ୍ୟା ସୃଷ୍ଟି କରୁଛି।
STF arrests: ଏସ୍ଟିଏଫ୍ ପଞ୍ଝାରେ ଗଞ୍ଜେଇ ଗ୍ୟାଙ୍ଗ ଏଜେଣ୍ଟ୍ ପୂର୍ବତନ ବନ ସଂରକ୍ଷଣ ଅଧିକାରୀ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, କୃଷ୍ଣଚୂଡ଼ା, ରାଧାଚୂଡ଼ା ଗଛ ସେତେ ଶକ୍ତ ନୁହେଁ।
ଏହାର ଚେର ବି ଗଭୀରକୁ ଯାଏନି।
ସାମାନ୍ୟ ପବନରେ ଭାଙ୍ଗିଯିବ।
ଖରାଦିନରେ ବି ଏହା ପତ୍ରଝଡ଼ା ଦେଇଦିଏ।
ଏହା ବଦଳରେ ବଉଳ, ନିମ୍ବ, ଜାମୁ, ପଣସ, ଆମ୍ବ, ଅଶ୍ବସ୍ତ, ବର ଆଦି ଲଗାଇଲେ ଭଲ।
ଏଥିରେ ଔଷଧୀୟ ଗୁଣ ବି ରହିଛି।
ସୁନ୍ଦର ଦିଶିବା ପାଇଁ ମେଡିଆନ୍ରେ ଛତିଆନା, ମୁଚକୁନ୍ଦ, ସୁନାରୀ, ପୁତ୍ରଞ୍ଜୀବା, ପାଟୁଳ, ପାଥୋଡିଆ ଆଦି ଗଛ ଲଗାଇପାରିବେ।
ସେତେ ବଡ଼ ପବନ ନ ହେଲେ କିଛି କ୍ଷତି ହେବନି।ଭୁବନେଶ୍ବର ସିଟି ବନଖଣ୍ଡ ଅଧିକାରୀ ଯଶୋବନ୍ତ ବରିହା କହିଛନ୍ତି, ଆମେ କେବଳ କୃଷ୍ଣଚୂଡ଼ା, ଚାକୁଣ୍ଡା ଗଛ ଲଗାଉନୁ, ଅନ୍ୟ ଗଛ ବି ଲଗାଉଛୁ।
ତଥାପି ଜୟଦେବବିହାର-ଆଚାର୍ଯ୍ୟବିହାର ରାସ୍ତା, କଳିଙ୍ଗ ଷ୍ଟାଡିୟମ ରାସ୍ତା ସହ ସହରର ପ୍ରମୁଖ ରାସ୍ତାର ବନୀକରଣ ବନ ଉନ୍ନୟନ ନିଗମ ପକ୍ଷରୁ କରାଯାଇଛି।"