Thar vehicle destroyed everything: ସବୁ ଉଜାଡ଼ିଦେଲା ଥାର୍ ଗାଡ଼ି
"ଯମ ସାଜିଲା ଥାର।
ନେଇଗଲା ୨ ଜଣଙ୍କ ଜୀବନ।
ଦ୍ରୁତ ଗତିରେ ଆସିଲା ଜଣଙ୍କ ପରେ ଜଣଙ୍କୁ ଧକ୍କା ଦେଲା।
ପିପିଲିରେ ଭୋରୁ ଭୋରୁ ଏଭଳି ସିରିଜ ଦୁର୍ଘଟଣା ଘଟିଛି।
ଥାର ଗାଡ଼ିରେ ବସିଥିବା କିଛି ଯୁବକମାନେ ଏହି ଦୁର୍ଘଟଣା ଘଟାଇଛନ୍ତି।
ବେପରୁଆ ଗାଡ଼ି ଚାଳନା ଆଜି ପୁଣି ଦୁଇଜଣଙ୍କ ଜୀବନ ନେଇଛି।
ଆଜି ଭୋର ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଥାର ପ୍ରଥମେ ଟୋଲ୍ ଗେଟ୍ ନିକଟରେ ନିଜର ନିୟନ୍ତ୍ରଣ ହରାଇଥିଲା।
ଏପରିକି ଟୋଲ୍ ଗେଟ୍ର ବ୍ୟାରିକେଡ୍କୁ ମଧ୍ୟ ଧକ୍କା ଦେଇଥିଲା।
ଏହାପରେ ପିପିଲିର ଗୁଡ଼ିଆ ପୋଖରୀ ନିକଟରେ ଘଟାଇଥିଲା ସିରିଜ ଦୁର୍ଘଟଣା।
ପ୍ରଥମେ ଥାରଟି ରାସ୍ତାରେ ଥିବା ଏକ ଶଣ୍ଢକୁ ଧକ୍କା ଦେବାରୁ ଶଣ୍ଢଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଏହାପରେ ମଧ୍ୟ କମିନଥିଲା ଥାରର ବେଗ ।
ଆଗରେ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିଲେ ଅମାନିଆ ଚାଳକ।
ଧକ୍କା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।
ଭୋରୁ ଫୁଲ ତୋଳିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ମୃତକଙ୍କ ପରିବାର ଲୋକେ କହିଛନ୍ତି ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

