Textbook Row Action: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ; ୪ ଅଧିକାରୀ ନିଲମ୍ବିତ
ବହି ତ୍ରୁଟିରେ ବଡ଼ ଆକ୍ସନ୍ ନେଇଛନ୍ତି ରାଜ୍ୟ ସରକାର। ୪ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ସରକାର। ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦ୍ଦେଶକ ସସପେଣ୍ଡ ହୋଇଛନ୍ତି। ସେମାନେ ହେଲେ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଏବଂ ଭାରତୀ ଟୁଡୁ।
ଏହା ବ୍ୟତୀତ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରାଙ୍କ ଉପରେ ଆକ୍ସନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଏଥିସହ ତ୍ରୁଟି ସୁଧାରିବାକୁ କମିଟି କଲା ୧୪ ସୁପାରିଶ। ମାଷ୍ଟର ତ୍ରୁଟି ରେଜିଣ୍ଟର ପ୍ରସ୍ତୁତ ହେବ। SCERTରେ କ୍ବାଲିଟି ଆସ୍ୟୁରାନସ ସେଲ୍ ଖୋଲାଯିବ। ଭାଷା, ଚିତ୍ର, ତଥ୍ୟ ଏଣିକି ଅନୁମୋଦନ ବିନା ପ୍ରିଣ୍ଟିଂ ପ୍ରେସକୁ ଯିବନି।