Tesla SpaceX: ମସ୍କଙ୍କ ଟେସ୍ଲା-ସ୍ପେସ୍ଏକ୍ସର ମିଶ୍ରଣ ହେବ, ବିଚାର ପାଇଁ କମିଟି ଗଠିତ
"ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଶିଳ୍ପପତି ଏଲନ ମସ୍କଙ୍କ ଦୁଇ ପ୍ରମୁଖ କମ୍ପାନି ଟେସ୍ଲା ଓ ସ୍ପେସ୍ଏକ୍ସ ମଧ୍ୟରେ ମିଶ୍ରଣ ହେବ।
ଏହି ଦୁଇ କମ୍ପାନିର ମିଶ୍ରଣ ସମ୍ଭାବନା ଉପରେ ବିଚାର କରିବା ପାଇଁ ଉଭୟ କମ୍ପାନି ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।
ମସ୍କ ନିଜେ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।
ତେବେ ଏପର୍ଯ୍ୟନ୍ତ ମିଶ୍ରଣ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
Advertisment ମସ୍କ କହିଛନ୍ତି ଯେ ଦୁଇ କମ୍ପାନିର ମିଶ୍ରଣ ଏକ ଭଲ ପଦକ୍ଷେପ।
କିନ୍ତୁ ଏଥିପାଇଁ ଉଭୟ କମ୍ପାନିର ସ୍ୱତନ୍ତ୍ର କମିଟିର ବିଚାର ଓ ଅଂଶଧନକାରୀଙ୍କ ସମର୍ଥନ ଆବଶ୍ୟକ।
ନିଜେ ଉଭୟ କମ୍ପାନିର ମୁଖ୍ୟ ଥିବାରୁ ଦ୍ବେତ୍ବ ସ୍ବାର୍ଥ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ସେ ଏହି କମିଟିର ଆଲୋଚନାରେ ଭାଗ ନେବେ ନାହିଁ ବୋଲି ମଧ୍ୟ କହିଛନ୍ତି।
ଟେସ୍ଲା ଇଲେକ୍ଟ୍ରିକ କାର ନିର୍ମାଣ କରୁଥିବା ବେଳେ ସ୍ପେସ୍ଏକ୍ସ ରକେଟ୍ ଓ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି।
ପ୍ରସ୍ତାବକୁ ମସ୍କଙ୍କ ସମର୍ଥନ ଏହି ଦୁଇ କମ୍ପାନିର ମିଶ୍ରଣ ହେଲେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଚିପ୍ ନିର୍ମାଣ, ରୋବୋଟିକ୍ସ ଓ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଅଧିକ ସହଯୋଗ ସମ୍ଭବ ହେବ ବୋଲି ମସ୍କ ଆଶା ରଖିଛନ୍ତି।
ବଜାର ମୂଲ୍ୟ ଦୃଷ୍ଟିରୁ ଟେସ୍ଲାର ମୂଲ୍ୟ ପ୍ରାୟ ୧.୫ ଲକ୍ଷ କୋଟି ଡଲାର ଏବଂ ସ୍ପେସ୍ଏକ୍ସର ମୂଲ୍ୟ ପ୍ରାୟ ୨ ଲକ୍ଷ କୋଟି ଡଲାର ରହିଛି।
Twin Boys: ପ୍ରେମ ସମ୍ପର୍କରେ ବାଧା ସାଜିବାରୁ ଯାଆଁଳା ପୁଅଙ୍କୁ ମାଆର ହତ୍ୟା, ପ୍ରେମିକ ସମେତ ୩ ଗିରଫ ଯଦି ଏହି ମିଶ୍ରଣ ସଫଳ ହେବ ତେବେ ଏହା ବିଶ୍ୱର ସବୁଠାରୁ ବଡ଼ କର୍ପୋରେଟ୍ ମିଶ୍ରଣ ମଧ୍ୟରୁ ଗୋଟିଏ ହେବ।
ତେବେ ଏହି ମିଶ୍ରଣ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଉଭୟ କମ୍ପାନିର କମିଟି ଏପର୍ଯ୍ୟନ୍ତ କୌଣସି ଚୁକ୍ତିରେ ସ୍ବାକ୍ଷର କରିନାହାନ୍ତି।
ମିଶ୍ରଣ ପ୍ରସ୍ତାବ ଆଗକୁ ବଢ଼ିବା ପାଇଁ ଅଂଶଧନକାରୀମାନଙ୍କ ଅନୁମୋଦନ ମଧ୍ୟ ଆବଶ୍ୟକ।
ଆଗାମୀ ଦିନରେ ମିଶ୍ରଣର ରୂପରେଖ ଜଣାପଡ଼ିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
